ହେଡଲାଇନସ୍:

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ, ୮ଟି ଅଭିଯୋଗ ତତ୍କାଳ ଫଇସଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର(ଶାସକ ପ୍ରଶାସକ ):-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ସୋମବାର ଦିନ ଯୁଗ୍ମଜନ ଅଭିଯୋଗ ଶୁଶାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ।ଏହି ଅଭିଯୋଗ ଶିବିରରେ ମୋଟ୍ ୨୮୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ୨୪୩ଟି ଯଥା-ଇନ୍ଦିରା ଆବାସ/ବିଜୁ ପକ୍କାଘର ୮୧ଟି,ଭତ୍ତା ସମ୍ବନ୍ଧୀୟ ୨୮ଟି, ରେସନ କାର୍ଡ ସମସ୍ୟା ସମ୍ପର୍କିତ ୧୦ଟି,ଆଇନ୍ ସହାୟତା ସମ୍ପର୍କିତ ୧୬ଟି,ଜମିଜମା ସମ୍ପର୍କିତ ୨୭ଟି, ବ୍ୟାଙ୍କ ଋଣ ସମ୍ପର୍କିତ ୩ଟି,ଚାକିରୀ ସମ୍ପର୍କିତ ୬ଟି,ଜମି ଅଧିଗ୍ରହଣ ସମ୍ପର୍କିତ ୬ଟି,ଜାତୀୟ ପରିବାର କଲ୍ୟାଣ ଯୋଜନା ସମ୍ପର୍କିତ ୨ଟି,ହୁଇଲ୍ ଚେୟାର ୨ଟି,ତିନି ଚକିଆ ସାଇକେଲ୍ ପ୍ରଦାନ ୧ଟି,ଆଶାବାଡି ୧ଟି ଓ ଅନ୍ୟାନ୍ୟ ୫୬ଟି,ଗାଁ ସମସ୍ୟା ସମ୍ପର୍କିତ ୧୨ଟି,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇବା ପାଇଁ ୧୯ଟି,ରେଡକ୍ରସ ପାଣ୍ଠିରୁ ସହାୟତା ପାଇବା ପାଇଁ ୧୨ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା।୮ଟି ଅଭିଯୋଗ ଶୁଣାଣୀ କରାଯାଇ ସଙ୍ଗେ ସଙ୍ଗେ ଫଇସଲା କରାଯାଇଥିଲା।ରେଡକ୍ରସ ପାଣ୍ଠିରୁ ସୁଧିର ଦାସ ରଣାହାଟ ତରିକୁନ୍ଦ,ମମତା ବାରିକ ବେଲପୋଖରୀି ଖେରସ ଓ ସଂଜୁକ୍ତା ବେହେରା ଗୋବିନ୍ଦା ପୋଖରୀ ନାଲିବରଙ୍କୁ ଚିକିତ୍ସା ନିମନ୍ତେ ପ୍ରତ୍ୟେକଙ୍କୁ ୨ହଜାର ଟଙ୍କା ଲେଖାଏଁ  ଜିଲ୍ଲାପାଳ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର,ଅତିରିକ୍ତ ଜିଲ୍ଲାପାଳ ସଚିଦା ନନ୍ଦ ସାହୁ,ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ,ନିର୍ବାହୀ ଯନ୍ତ୍ରୀ,ଆର ଡବ୍ଲ୍ୟୁ ଏସ୍ ଏସ୍ ଚିତ୍ତ ରଞ୍ଜନ ଜେନା,ନିର୍ବାହୀ ଯନ୍ତ୍ରୀ ସେସୁ ଜଗଦୀଶ ସାହୁ,ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲିପ କୁମାର ପାତ୍ର,ନିର୍ବାହୀ ଅଧିକାରୀ ଜଗତସିଂହପୁର ପୌରପରିଷଦ ବଳଦେବ ବେହେରା,ଜିଲ୍ଲା ମଙ୍ଗଳ ଅଧିକାରୀ ସତ୍ୟପୀର ସାହୁ,ଜିଲ୍ଲା ପଂଚାୟତ  ଅଧିକାରୀ ପାଲେଶ୍ୱ କୁମ୍ବାର ,ଜିଲ୍ଲା ଶିଶୁ ସୁରକ୍ଷା  ଅଧିକାରୀ କାନ୍ହୁଚରଣ ରାଉତ,ଜିଲ୍ଲା ଶ୍ରମ ଅଧିକାରୀ ବାବା ଆନନ୍ଦ ଦାସ,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ମେଡିକାଲ) ଡା ବସନ୍ତ କୁମାର ବାରିକ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସପନ କୁମାର ଜେନା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅବଦୁଲ ୱାହବ ଖାଁ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସହକାରୀ ନିର୍ଦ୍ଦେଶକ,ଉଦ୍ୟାନ,ବ୍ଲକ୍ ଶିକ୍ଷା ଅଧିକାରୀ,ସ଼ହକାରୀ ସମବାୟ ନିବନ୍ଧକ,ଆରକ୍ଷୀ ନିରିକ୍ଷକ ଅବକାରୀ ,ସହକାରୀ ଜିଲ୍ଲାପାଳ ଅକ୍ଷୟ କୁମାର ବଡୂ ଓ ଜନସାଧାରଣ ଉଫସ୍ଥିତ ଥିଲେ।

0
0
0
s2sdefault