ହେଡଲାଇନସ୍:

ଗୋଦରା କୋଡେ ଯେତେ ମାଡ଼େ ସେତେ : ଲୌହ ଦାନବ ଉଜାଡୁଛି ରାସ୍ତା, ନିରବ ପ୍ରଶାସନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ବରଗଡ ଜିଲ୍ଲା ବିଭିନ୍ନ ଗ୍ରାମରେ ସରକାର ଗମନାଗମନ ସୁବିଧା ପାଇଁ ବହୁ ରାସ୍ତା ତିଆରି କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଯେ ନିର୍ମାଣର କିଛି ସମୟ ଭିତରେ ରାସ୍ତା ବର୍ବାଦ ହେଇ ମରଣଯନ୍ତାରେ ପରିଣତ ହେଇଯାଇଛି । ବହୁ ଦାବି ପରେ ରାସ୍ତାଟିଏ ପାଇଥିବା ଗ୍ରାମବାସୀ ମାନେ ରାସ୍ତାଟି ଖରାପ ହେବା ଫଳରେ କେବେ ନିଜ ଭାଗ୍ୟକୁ ତ କେବେ ସରକାର ଆଉ କେବେ ଠିକାଦାରକୁ ଦୋଷ ଦେଇ ଚୁପ ରହୁଛନ୍ତି । ଗ୍ରାମାଞ୍ଚଳରେ ରାସ୍ତା ଖରାପ ହେବାର ଗୋଟେ ମୁଖ୍ୟ କାରଣ ହେଉଛି ଟ୍ରାକ୍ଟର ରେ ଲାଗିଥିବା ଲୁହା ଚକ । ମୁଖ୍ୟତଃ ବର୍ତ୍ତମାନ ଲୁହା ଚକ ଉପରେ ଗୋଟେ ରବର ଫିତା ଲଗାଯିବା କଥା କିନ୍ତୁ ସଚେତନତା ର ଅଭାବ ଯୋଗୁଁ ଲୋକେ ତାହା ନଲଗାଇ ସିଧା ଲୁହାଚକ ଲାଗିଥିବା ଟ୍ରାକ୍ଟର କୁ ରାସ୍ତା ଉପରେ ଚଳାଉଛନ୍ତି ଯାହାଫଳରେ ଯେଉଁଆଡ଼େ ଦେଖିବେ ସେ ଆଡେ ରାସ୍ତା ଉପରେ ଲୁହାଚକର ଦାଗ ଓ ଖାଲ । ଏହି ଦାଗ ଓ ସରୁଆ ଖାଲରେ ବର୍ଷା ପାଣି ପଶିଗଲେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହେଇ ପଡୁଛି । ରାସ୍ତାରେ ବିଭିନ୍ନ ସ୍ଥାନରେ ସରକାରଙ୍କର ଦ୍ୱାରା ବୋର୍ଡ ମଧ୍ୟ ମରାହେଇଛି ଯେ ରାସ୍ତା ଉପରେ ଲୁହା ଚକ ଲଗାଇ ଟ୍ରାକ୍ଟର ଚଳାଇବା ମନା | କିନ୍ତୁ ଏହି ସତର୍କ ବାଣୀକୁ କେହି ମାନୁ ନଥିବା ରାସ୍ତାର ଅବସ୍ଥା ଦେଖିଲେ ସ୍ପଷ୍ଟ ଭାବରେ ଅନୁମାନ କରାଯାଇପାରେ ।    ଏ ଦିଗରେ ଚାଷୀ ବା ଟ୍ରାକ୍ଟରଙ୍କୁ ସଚେତନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ବି ନିଆଯାଇପାରୁନାହିଁ । ପରିସ୍ଥିତି "ଗୋଦର କୋଡେ ଯେତେ ମାଡ଼େ ସେତେ" ରୀତିରେ ସରକାରଙ୍କ ଦ୍ୱାରା ନିର୍ମିତ ନୂଆ ରାସ୍ତାକୁ ଲୌହଦାନଵ (ଲୁହା ଚକ) ଖାଇଯାଏ | 

 ଗତ  07 ତାରିଖ ଦିନ ବିଜୁ ଜନତା ଦଳର ଉପମୁଖ୍ୟ ସଚେତକ ତଥା ରେଢାଖୋଲ ର  ବିଧାୟକ ଶ୍ରୀ ରୋହିତ ପୂଜାରୀ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଥିବା ବେଳେ ହିରୋ ଗ୍ରାମରେ ରାସ୍ତାର ଏହିଭଳି ଅବସ୍ଥା ଦେଖି ବିରକ୍ତି ପ୍ରକାଶ କରିବା ସହିତ ଗ୍ରାମବାସୀଙ୍କର ସହିତ ଏ ବିଷୟରେ ଆଲୋଚନା ମଧ୍ୟ କରିଥିଲେ ।  ବିଧାୟକ ଙ୍କର କଥାଶୁଣି ଗ୍ରାମବାସୀ ମାନେ ତାଙ୍କୁ ଲୁହା ଚକ ଲଗେଇ ରାସ୍ତା ଉପରେ ଗଡ଼ି ଚଳାଇବେ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ବିଧାୟକଙ୍କର ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା ମଧ୍ୟ କରାଯାଇଥିଲା । 

ମୁଖ୍ୟତଃ  ପ୍ରଧାନମନ୍ତ୍ରୀ ସଡକ ଯୋଜନା ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ । ଉଦାହରଣ ସ୍ୱରୂପ , ଡୁଙ୍ଗୁରିପାଲି ରୁ କଟଙ୍ଗପାଲି , ପାଇକମାଲରୁ ମୁଁଢେଲା , RD ରୋଡ଼ରୁ ଜାମୁଟପାଳି , ଚଣ୍ଡୀପାଳି ରୁ କଂସିଙ୍ଗା, ଚାରି ଛକ ରୁ ଗଣିଆପଲି , କବିବାରପୁର ରୁ ଲୁହରପାଲି , pwd ରାସ୍ତାରୁ ଲକ୍ଷମରା, ଦିୱାନ ପାଳି ରୁ ଡଭା , ମଣ୍ଡସିଲି ରୁ ନିଲଥର, ଜାମସେଠ ରୁ ଝାରବନ୍ଧ , ଏହିଭଳି ଅନେକ ରାସ୍ତା ରହିଛି ।

       ବର୍ତମାନ ରାସ୍ତାର ସୁରକ୍ଷା ନିମନ୍ତେ କେବଳ ସତର୍କ ବୋର୍ଡ ନ ଲଗାଇ ବ୍ୟାପକ ସ୍ତରରେ ସଚେତନତା ଅଭିଯାନ ସହିତ ଦୃଢ଼ କାର୍ଯନୁଷ୍ଠାନ ର ଆବଶ୍ୟକତା ରହିଛି । ନହେଲେ ରାସ୍ତା ନିର୍ମାଣ ହେଉଥିବ ଓ ଏହିଭଳି ବର୍ବାଦ ମଧ୍ୟ ହେଉଥିବ ।

 

0
0
0
s2sdefault