ହେଡଲାଇନସ୍:

 ସୁରେଶ୍ୱରୀ ଜଳଭଣ୍ଡାର ନିର୍ମାଣ ପ୍ରସଙ୍ଗରେ ତାତିଲେ ଜନତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଜଳସେଚନ ପ୍ରକଳ୍ପକୁ ପୂର୍ଣ୍ଣକାର୍ଯ୍ୟକ୍ଷମ କରିବା ଦାବିରେ ବ୍ଲକ ଅଫିସ ସମ୍ମୁଖରେ ଅହୋରାତ୍ର ଗଣଧାରଣା 

କିଶୋରନଗର /ସୁଶାନ୍ତ ମହାନନ୍ଦିଆ: ଦୀର୍ଘ ଦିନରୁ ଉପେକ୍ଷିତ ସୁରେଶ୍ୱରୀ ଜଳଭଣ୍ଡାର ନିର୍ମାଣ କରି ପ୍ରକଳ୍ପକୁ ପୁର୍ନକାର୍ଯ୍ୟକ୍ଷମ କରିବା ଦାବିରେ ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି ତରଫରୁ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଅହରାତ୍ର ଗଣଧାରଣା ଆରମ୍ଭ ହୋଇଛି। ମହିଳା, ପୁରୁଷ, କୃଷକ, ଯୁବକ-ଯୁବତୀ ବର ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି "ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ଆମର ଦାବୀ" "ଚାଷ ଜମିକୁ ଜଳସେଚନ ଆମର ଦାବି"ପ୍ରଭୁତି ସ୍ଲୋଗାନମାନ ଦେଇ ବଜାର ପରିକ୍ରମା ପରେ ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ କମିଟିର ସଭାପତି ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବରିଷ୍ଠ ବୁଦ୍ଧିଜୀବୀ  ହୃଦାନନ୍ଦ ବିଶ୍ୱାଳ,କମିଟିର ସଂପାଦକ ଅନନ୍ତଚରଣ ପ୍ରଧାନ,ରମଣୀ ରଂଜନ ପ୍ରଧାନ,ତୀର୍ଥବାସୀ ଭୋଇ ,ବିଜୟ କୁମାର ରଥ,ସୁବାସ ପ୍ରଧାନ,ଲକ୍ଷଣ ବେହେରା,ପଦ୍ମିନୀ ମୁଣ୍ଡା ,ସରୋଜିନୀ ନାୟକ,ଫୁଲ ପ୍ରଧାନ,ପିତାମ୍ବର ପ୍ରଧାନ,ରଣଜିତଲାଲ  ପ୍ରଧାନ,ତରୁଣ ବେହେରା ,ଚେର ବେହେରା, ବସନ୍ତ ପ୍ରଧାନ, କୈଳାସ ବେହେରା, ରମେଶ ସାହୁ,ଦୁର୍ଜନ ସାହୁ,ଏସ.ୟୁ.ସି.ଆଇ(କମ୍ୟୁନିକେଶନ୍ ଜିଲ୍ଲା ସଂପାଦକ)ଭିକାରି ପ୍ରଧାନ ପ୍ରମୁଖ ବକ୍ତବ୍ୟ ଦେଇ ବାରମ୍ବାର ଦାବି ଆନ୍ଦୋଳନ ସତ୍ୱେ ଜଳସେଚନ ପ୍ରକଳ୍ପ ଅଧିକାରୀ କହିବାରେ ରାଜ୍ୟ କମିଟି ଉଦାସୀନତା କୁ ତୀବ୍ର ନିନ୍ଦା କରିଥିଲା।ପ୍ରଶାସନକୁ ଦାୟୀ,ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସଭା କମିଟିର ୫ଟି " ମୋ ସରକାର"ଭଳି ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ସାତଦିନ ଛୁଟିରୁ ପ୍ରଶାସନକୁ ଆନ୍ଦୋଳନ  ଏବଂ ଦାବି ସମ୍ପର୍କରେ ଲିଖିତ ଭାବରେ ଜଣାଇବା ସତ୍ୱେ ଆଦି ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଅଧିକାରୀ ନ ଆସିବା ସରକାରଙ୍କର "ମୋ ସରକାର"ଯୋଜନା ଏକ ଏଭଳି ଯୋଜନା ବୋଲି ବକ୍ତାମାନେ କହିଛନ୍ତି।

       ଅନ୍ୟପକ୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର "କାଳିଆ" ନାମକ ଯୋଜନାରେ ଶହଶହ କୋଟି ଟଙ୍କା ଖର୍ଚ କରୁଥିବାବେଳେ ଚାଷ ଜମିକୁ ଜଳସେଚନ ପାଇଁ ସୁରେଶ୍ୱରୀ ଜଳ ସେଚନ ପ୍ରକଳ୍ପ କାହିଁକି କାର୍ଯ୍ୟକାରୀ ହେଉନାହିଁ ବୋଲି ସେମାନେ ପ୍ରଶ୍ନ କରିଥିଲେ ।

           ସୁରେଶ୍ୱରୀ ଜଳଭଣ୍ଡାର ନିର୍ମାଣ କରି ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଗଲେ ୬ଟି ପଂଚାୟତ ବମୁର,ଓସ୍କାପାଲି,ଧଉରାପାଲି,ଜଏରାଟ, କଦଳିମୁଣ୍ଡା, ରଣିଆକଟା,ଗ୍ରାମ ପଂଚାୟତର ୧୦ ହଜାର ଏକର ଚାଷ ଜମି ଜଳସେଚନ ହୋଇପାରିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଏଥିସହିତ ଅବିଳମ୍ବେ ସୁରେଶ୍ୱରୀ ଜଳଭଣ୍ଡାର ନିର୍ମାଣ କରି ଜଳସେଚନ ପ୍ରକଳ୍ପକୁ ପୁର୍ନକାର୍ଯ୍ୟକ୍ଷମ କରିବା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅହରାତ୍ର ଗଣଧାରଣା ଚାଲୁ ରହିବ ବୋଲି ବକ୍ତାମନେ ଚେତାବନୀ ଦେଇଛନ୍ତି।

0
0
0
s2sdefault