ହେଡଲାଇନସ୍:

ରେଢାଖୋଲ ଡିଏଫ୍ଓଙ୍କ ଦ୍ୱାରା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରତିବାଦ :  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଏକ ହାତୀ ମୃତ୍ୟୁବରଣ କରିଥିବା ସଂବାଦ ସଂଗ୍ରହ ପାଇଁ ।ଇଥିବା ବେଳେ ରେଢାଖୋଲ ଡିଏଫ୍ଓ ସାମ୍ବାଦିକ ମାନଙ୍କୁ ଦୁଃବ୍ୟବହାର କରିବା ପ୍ରତିବାଦରେ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ  ଏକ ଦାବୀ ପତ୍ର ରେଢାଖୋଲ ସାମ୍ବାଦିକ ସଂଘ ତରଫରୁ ଦିଆଯାଇଛି ।   ପ୍ରକାଶ  ଯେ  ନାକ୍ଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତର ରାଇଲ ଗ୍ରାମରେ ଏକ ଅସୁସ୍ଥ ହାତୀ ର ମୃତ୍ୟୁ ଖବର ପ୍ରକାଶ ପାଇଁ ନାକ୍ଟିଦେଉଳ ବ୍ଲକ୍ ସମୟ ରିପୋର୍ଟର ଶରତ ଚନ୍ଦ୍ର ପ୍ରଧାନ , ପ୍ରମେୟ ରିପୋର୍ଟର ଜିତେନ୍ଦ୍ର କୁମାର ସାହୁ , ଏବଂ ସମ୍ବାଦ ସାମ୍ବାଦିକ ଶରତ କୁମାର ପ୍ରଧାନ ଖବର ସଂଗ୍ରହ ପାଇଁ ଘଟଣା ସ୍ଥଳକୁ ଯାଇଥିଲେ । ମୃତ ହାତୀର ଫଟୋ ଉଠାଇବାକୁ ଯାଉଥିବା ବେଳେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ରେଢାଖୋଲ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ହଠାତ୍ ସାମ୍ବାଦିକ ତିନି ଜଣଙ୍କୁ ଆପଣ ମାନେ କିଏ ବୋଲି ପଚାରିଥିଲେ । ହେଲେ ସାମ୍ବାଦିକ ମାନେ ଗଣମାଧ୍ୟମର ପ୍ରତିନିଧି ବୋଲି ପରିଚୟ ଦେଇଥିଲେ ମଧ୍ୟ ଡିଏଫ୍ଓ ମହାଶୟ କୌଣସି ପ୍ରକାର ଫଟୋ ଉଠାଇ ଦେବି ନାହିଁ , ମୁଁ ଯାହା ସୂଚନା ଦେବି ତାହା ଆପଣ ମାନେ ଲେଖିବେ , ମୁଁ ଜଙ୍ଗଲର ସମ୍ରାଟ୍ ମୁଁ ଯାହା ଚାହିଁବି ତାହା ହିଁ ଏଠାରେ ହେବ , ଏମାନଙ୍କୁ ଶିଘ୍ର ବାହାର କରିଦିଅ ବୋଲି ଦୁଃବ୍ୟବହାର କରିବା ସହ ଘଟଣା ସ୍ଥଳରେ ଥିବା ବନ କର୍ମଚାରୀମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ ।  ଏପରିକି ଏହି ତିନି ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ଫଟୋ ଉଠାଇ ରଖ ସେମାନଙ୍କ ନାମରେ ଥାନାରେ ଏତଲା ଦିଆଯିବ ବୋଲି ଧମକ ଦେଇଥିଲେ । 

 ଡିଏଫ୍ଓ ଙ୍କର ଏଭଳି ଦୁଃବ୍ୟବହାର ଯୋଗୁଁ ରେଢାଖୋଲ ସାମ୍ବାଦିକ ସଂଘ ତରଫରୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ରେଢାଖୋଲ ଉପଜିଲ୍ଲାପାଳ ବିଶିକେଶନ ଦେହୁରୀଙ୍କୁ ପ୍ରଦାନ କରିଛନ୍ତି  । ଏହି ଦାବୀ ପତ୍ର ପ୍ରଦାନ ସମୟରେ ସାମ୍ବାଦିକ ଜୟନ୍ତ ଖଡିରତ୍ନ, ପରୀକ୍ଷିତ ଦାସ ,କନ୍ଦର୍ପ ବେହେରା, ଶରତ କୁମାର ପ୍ରଧାନ ,ରବିନ୍ଦ୍ର ପ୍ରଧାନ ,ଶଙ୍କର ପୃଷ୍ଟି ,ରମାକାନ୍ତ ମହାନନ୍ଦ, ଜିତେନ୍ଦ୍ର କୁମାର ସାହୁ ,ଶରତ ଚନ୍ଦ୍ର ପ୍ରଧାନ, ଯଶୋବନ୍ତ ନାରାୟଣ ସାହୁ  ପ୍ରମୁଖ ଉପସ୍ଥିତ ଥିଲେ । ଏହାର ଏକ କିତା ନକଲ ପିସିସିଏଫ୍ ,ଭୁବନେଶ୍ୱର ଏସିସିଏଫ୍,ସମ୍ବଲପୁର, ୫-ଟି ସଚିବ  , ଓଡିଶା ସରକାର ଆଦିଙ୍କୁ ମଧ୍ୟ ଲିଖିତାକାରରେ ରେଢାଖୋଲ ସାମ୍ବାଦିକ ସଂଘ ତରଫରୁ ଜଣାଇ ଦିଆଯାଇଛି ।

 

0
0
0
s2sdefault