ହେଡଲାଇନସ୍:

ବାସିବ ଅବଢ଼ା, ହସିବ ଶ୍ରୀକ୍ଷେତ୍ର :୩ ବର୍ଷରେ ଖର୍ଚ ହେବ ୩୨୦୮କୋଟି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସ୍ୱାଧୀନ ହେଲା ଗୋବର୍ଧନ ପୀଠ

୭ଟି ବ୍ଲକକୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବ

ଆୟ, ଜାତିଗତ ପ୍ରମାଣ ପତ୍ର ଲାଗିବନି  ଫି 

ଭୁବନେଶ୍ବର : ପୁରୀର ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୩୨୦୮ କୋଟି ଟଙ୍କା । ଆଉ ଏହି ଯୋଜନା ଖର୍ଚ ହେବ  ଅବଢା ଯୋଜନା ଅନ୍ତର୍ଗତ | ଆସନ୍ତା  ୩ ବର୍ଷ ମଧ୍ୟରେ  ଏହି ଅର୍ଥ ବ୍ୟୟ ହୋଇ ଶ୍ରୀଖର୍ତ୍ରର  ବିକାଶ କରାଯିବ | । ଏଇ ବର୍ଷ ୭୧୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି । ସେହିଭଳି ପୁରୀ ଗୋବର୍ଧନ ପୀଠର ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ ହେବ | ମଠର  ପରିଚାଳନାଗତ ଅଧିକାର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ ରହିବ। ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ ଅନୁଯାୟୀ ଏହା ଆଉ ପରିଚାଳିତ ହେବ ନାହିଁ। 

ଆଜି ରାଜ୍ୟ କ୍ୟାବିନେଟରେ ଉପରୋକ୍ତ ପ୍ରସ୍ତାବ ସମେତ ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ କ୍ୟାବିନେଟ୍ ବୈଠକ ବସିଥିଲା । କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଲେ ଯେ ରାଜ୍ୟ ସରକାର ପୁରୀକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ରୂପାନ୍ତରିତ  କରିବା ଲାଗି ସ୍ଥିର କରିଛନ୍ତି। ପୁରୀରେ ତୀର୍ଥଯାତ୍ରୀଙ୍କ ଆବଗମନ  ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଯାତ୍ରୀମାନଙ୍କୁ ଉନ୍ନତ ଓ ସୁଲଭ ମୂଲ୍ୟରେ ସୁବିଧା ସୁଯୋଗ  ଓ  ସବୁ ଦିଗରୁ ଯାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା କୁ ଦୃଷ୍ଟିରେ ରଖି ଉପରୋକ୍ତ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି | ଏହାକୁ ଦୃଷ୍ଟିରେ ରଖି ୨୦୧୭-୧୮ରେ ରାଜ୍ୟ ସରକାର ଅବଢା ଯୋଜନା  ଆରମ୍ଭ କରିଥିଲେ। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏବେ ହବିଷିୟାଳିଙ୍କ ରହଣି ପାଇଁ ନୂତନ ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ପୁରୀର ବିଭିନ୍ନ ସ୍ଥାନରେ ରାସ୍ତାର ଉନ୍ନତୀକରଣ ସହିତ ଷ୍ଟାଡିୟମ ନିର୍ମାଣ ବି ଚାଲୁ ରହିଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବି ପି  ଦାଶଙ୍କୁ ନେଇ ଗଠିତ ତଦନ୍ତ ଆୟୁକ୍ତଙ୍କ ସୁପାରିସ ଅନୁଯାୟୀ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଦେବୋତ୍ତର ସଂସ୍ଥାର ସୁଶାସନ ଓ ପ୍ରଶାସନ ପାଇଁ କିଛି ଯୋଜନା  ଅନୁମୋଦନ କରାଯାଇଛି। ସରକାର ଏସବୁ କାର୍ଯ୍ୟକ୍ରମକୁ ଅବଢା ଯୋଜନାରେ ସାମିଲ କରାଯାଇଛି । ମୋଟ ୧୫ଟି ପ୍ରକଳ୍ପର ବିକାଶ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଷ୍ପତ୍ତି ହୋଇଛି । ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ଏବଂ ଐତିହ୍ୟ କ୍ଷେତ୍ର  ବିକାଶ ପାଇଁ ମନ୍ଦିର ଚାରିପାଖରୁ ୭୫ମିଟର ଅଞ୍ଚଳ ଖାଲି କରାଯାଇଛି। ଶ୍ରୀ ସେତୁ ପ୍ରକଳ୍ପର ବିକାଶ କରାଯାଉଛି, ଯାହା ଦ୍ବାରା ଜଗନ୍ନାଥ ବଲ୍ଲଭ ମଠ ପର୍ଯ୍ୟନ୍ତ ବାଇ ପାସ୍ ରାସ୍ତା ନିର୍ମାଣ ହେବ। ୪.୮ କିେଲାମିଟର ଦୀର୍ଘ ମୂଷା ନଦୀର ପୁନରୁଦ୍ଧାର,  ବହୁତଳ କାର୍ ପାର୍କିଂ, ପୁରୀ ହ୍ରଦ ଉନ୍ନତୀକରଣ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ଗୃହ ନିର୍ମାଣ , ତିନି ମହଲା ବିଶିଷ୍ଟ ରଘୁନନ୍ଦନ ପାଠାଗାର, ଆଚାର୍ଯ୍ୟ ହରିହର ଛକର ପୁନଃ ଉନ୍ନତୀକରଣ, ଅଠରନଳା ଐତିହ୍ୟର ଉନ୍ନତୀକରଣ, ତୀର୍ଥ ପୁଷ୍କରିଣୀର ବିକାଶ, ବିଭିନ୍ନ ମଠର ଉନ୍ନତି ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଛନ୍ତି । ଏସବୁ ପ୍ରକଳ୍ପ ଲାଗି  ୩୨୦୮ କୋଟି  ଟଙ୍କା ଖର୍ଚ୍ଚ ବ୍ୟୟ ଅଟକଳକୁ କ୍ୟାବିେନଟ୍ ଆଜି ଅନୁମୋଦନ ଦେଇଛନ୍ତି। ତେବେ ତିନିଟି ପର୍ଯ୍ୟାୟରେ ଏହି ଅର୍ଥ ପ୍ରଦାନ କରାଯିବ। ୨୦୧୯-୨୦ ଆର୍ଥିକ ବର୍ଷରେ ଅର୍ଥାତ୍ ଚଳିତ ବର୍ଷ ୭୧୯କୋଟି,  ଟଙ୍କା, ୨୦୨୦-୨୧ରେ ୧୪୦୨ କୋଟି  ଓ ୨୦୨୧ରେ ୧୦୮୭ କୋଟି  ଟଙ୍କା ଖର୍ଚ୍ଚ କରିବାକୁ ସ୍ଥିର ହୋଇଛି | 

ପୁରୀ ଗୋବର୍ଧନ ପୀଠ ସଂପର୍କରେ ଏକ ବଡ଼ ନିଷ୍ପତ୍ତି କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏ ସଂକ୍ରାନ୍ତରେ ସୂଚନା ଦେଇ  ମୁଖ୍ୟ ସଚିବ କହିଥିଲେ, ରାଜ୍ୟରେ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ମଧ୍ୟରେ ପୁରୀ ଗୋବର୍ଧନ  ପୀଠ ଓ ଶ୍ରୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କର ଅଗ୍ରଣୀ ତଥା ମୁଖ୍ୟ ଭୂମିକା ରହିଛି। ପୁରୀ ଗୋବର୍ଧନ  ମଠ ସମେତ ବିଭିନ୍ନ କ୍ଷେତ୍ରରୁ  ଆସିଥିବା ଅନୁରୋଧ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ କ୍ରମେ ସରକାର ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ, ୧୯୫୧ରେ ସଂଶୋଧନ ଆଣିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଅଧିନିୟମ ପରିସରରୁ ଗୋବର୍ଦ୍ଧନ  ପୀଠକୁ ବାଦ୍ ଦିଆଯିବାକୁ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ  ଦେଇଛି । ଫଳରେ ଏହି ମଠର ପରିଚାଳନାଗତ ଅଧିକାର ଦେବୋତ୍ତର ବିଭାଗ ପାଖରେ ନରହି ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ ରହିବ।

ରାଜ୍ୟ ସରକାର ଆଜି ପାନୀୟ ଜଳ ଯୋଗାଣ ପାଇଁ କିଛି  ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ବସୁଧା ଯୋଜନା  ରାଜ୍ୟର  ଢେଙ୍କାନାଳ  ଜିଲ୍ଲାରେ ଦୁଇଟି ପ୍ରକଳ୍ପକୁ ଗୋଟିଏ  ପ୍ୟାକେଜରେ କାର୍ଯ୍ୟକାରୀ କରିବାକୁ ସ୍ଥିର ହୋଇଛି । ଓଡ଼ାପ଼ଡା ବ୍ଲକ ଅନ୍ତର୍ଗତ ୨୮ଟି ପଞ୍ଚାୟତ ଅଧୀନରେ ଥିବା ୧୩୨ଟି ଗାଁର ୧, ୪୩, ୪୮୨ ଲୋକଙ୍କୁ  ନିରାପଦ ଜଳ ଯୋଗାଇ  ଦିଆଯିବ। ସେହିପରି ହିନ୍ଦୋଳ ବ୍ଲକ ଅନ୍ତର୍ଗତ ୩୫ଟି ପଞ୍ଚାୟତ ଅଧୀନରେ ୧୮୫ଟି ଗାଁର ୧,୭୪, ୪୩୨ଲୋକଙ୍କ  ପାଇଁ ଆଉ ଏକ ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ମେସର୍ସ ଭୋଲ୍ଟଜ଼ ଲିମିଟେଡ୍ ୩୪୯. ୩୮କୋଟି  ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ  ୨୪ ମାସ ସମୟସୀମା ମଧ୍ୟରେ ସରକାର ଏସବୁ ପ୍ରକଳ୍ପକୁ ଶେଷ  କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ରାଜ୍ୟ ସରକାର ଏନଆରଡିଡବ୍ଲୁପି ଯୋଜନାରେ  ଦେବଗଡ ଜିଲ୍ଲାରେ ଦୁଇଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ  ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସ୍ଥିର କରିଛନ୍ତି। ଏହାଦ୍ବାରା ବାରକୋଟ ବ୍ଲକ ଅନ୍ତର୍ଗତ ୨୧୬ଟି ଗାଁର ୧,୦୦, ୨୨୫ଲୋକ ଓ ରିଆମାଳ ବ୍ଲକର ୨୧୬ଟି ଗାଁର ୯୧,୬୬୮ ଲୋକ  ପାନୀୟ ଜଳ ପାଇପାରିବେ। ମେସର୍ସ  ଭୋଲ୍ଟଜ଼  ଲିମିଟେଡ୍ ଏହି ପ୍ରକଳ୍ପ ମଧ୍ୟ କରିବ। ଏଥିପାଇଁ ମୋଟ  ୩୩୩.୮୮କୋଟି  ଟଙ୍କା ବିନିଯୋଗ ହେବ। ଏହି ପ୍ରକଳ୍ପକୁ ମଧ୍ୟ ୨୪ମାସ ସମୟ ସୀମା ମଧ୍ୟରେ େଶଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଯାଜପୁର, କେନ୍ଦୁଝର, ମୟୂରଭଂଜ ଜିଲ୍ଲାର ୩ଟି ବ୍ଲକ ଅନ୍ତର୍ଗତ ୩୮୪ ଟି ଗ୍ରାମରେ ଭୂତଳ ଜଳ ଖଣି ଦ୍ବାରା ପ୍ରଭାବିତ ହୋଇଛି । ଏହି ପରିପ୍ରେକ୍ଷୀରେ ଓଏମବିଏଡିସି ଅର୍ଥ ସହାୟତାରେ ଭୁପୃଷ୍ଠ ଜଳକୁ ବିଶୋଧନ କରି ବିଶୁଦ୍ଧ ଜଳ ଯୋଗାଇ  ଦେବା ନିମନ୍ତେ ସରକାର ପ୍ରକଳ୍ପ ହାତକୁ ନେଇଛନ୍ତି। ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ୨୦ଟି ପଞ୍ଚାୟତ ଅଧୀନରେ ଥିବା ୭୧ଟି ଗ୍ରାମର ୧ଲକ୍ଷ ୧ ହଜାର ୬୮ ଜଣ ଲୋକଙ୍କ  ପାଇଁ ଏକ ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ  କେନ୍ଦୁଝର ଜିଲ୍ଲାର ହାଟଡିିହି ବ୍ଲକ ଅନ୍ତର୍ଗତ ୨୯ଟି ପଞ୍ଚାୟତ ଅନ୍ତର୍ଗତ ୨୦୦ଟି ଗାଁର ୧,୨୬,୬୩୩ ଜଣଙ୍କ ପାଇଁ ଅନ୍ୟ ଏକ ପ୍ରକଳ୍ପ ହେବ। ମୟୂରଭଂଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ୧୪ଟି ପଞ୍ଚାୟତ ଅଧୀନରେ ଥିବା ୧୧୩ଟି ଗ୍ରାମର ୯୨, ୮୮୩ ଲୋକଙ୍କ ଲାଗି ମଧ୍ୟ ଆଉ ଦୁଇଟି ପ୍ରକଳ୍ପ କରାଯିବ |  ଏହିପରି ମୋଟ  ୪ଟି ପ୍ରକଳ୍ପ ଦାୟିତ୍ବ ହାଇଦ୍ରାବାଦର ମେସର୍ସ  ଏନସିସି ଲିଟିଟେଡ୍ ୬୪୧.୫୭କୋଟି  ଟଙ୍କାରେ ୨୪ମାସ ମଧ୍ୟରେ ସାରିବେ।

ସେହିପରି ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ କ୍ୟାବିନେଟ୍ ବାସିନ୍ଦା, ଆୟ ଓ ସଂପତ୍ତି ସଂକ୍ରାନ୍ତ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଲୋକଙ୍କ  ଠାରୁ ଆଦାୟ କରାଯାଉଥିବା ସମସ୍ତ ଦେୟ  ଅର୍ଥାତ୍ ଆବେଦନ ଓ ୟୁଜର୍ସ ଫି ଆଦି ଛାଡ କରିବାକୁ ନିଷ୍ପତ୍ତି େନଇଛନ୍ତି। ଉତ୍ତରାଧିକାରୀ, ଅଭିଭାବକ, ତପସିଲଭୁକ୍ତ ଜାତି, ଜନଜାତି, ପଛୁଆ ବର୍ଗ, ସାମାଜିକ ତଥା ଆର୍ଥିକ ଏବଂ ଅନଗ୍ରସର ବର୍ଗ ପ୍ରମାଣ ପତ୍ର କ୍ଷେତ୍ରରେ  ମଧ୍ୟ ଅନୁରୂପ ବ୍ୟବସ୍ଥା ଲାଗୁ ହେବ। ଆବେଦନ ପତ୍ର ପାଇଁ ୧ ଟଙ୍କା ଓ ୟୁଜର୍ସ ଫି ବାବଦରେ ୩୦ ଟଙ୍କା ଦେବାକୁ ପଡୁଥିଲା। ହେଲେ କମନ ସର୍ଭିସ ସେଣ୍ଟର ମାଧ୍ୟମରେ ଅର୍ଥାତ୍ ଅନଲାଇନ୍ ମାଧ୍ୟମରେ ଯଦି କେହି ଏସବୁ ପ୍ରମାଣ ପତ୍ର ପାଇଁ ଆବେଦନ କରନ୍ତି, ତେବେ ଏହି ଫି ସେମାନଙ୍କ ପାଇଁ ପୂର୍ବବତ୍ ବଳବତ୍ତର ରହିବ।

 

 

0
0
0
s2sdefault