ହେଡଲାଇନସ୍:

ସରିଲା ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ, ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କର ଭାଗ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 78.96%ମତଦାନ,  24ରେ ହେବ ମତ ଗଣନା

ବରଗଡ :- ବିଜେପୁର ଉପନିର୍ବାଚନ କୁ ନେଇ କେବଳ ବିଜେପୁର ନୁହେଁ ସାରା ରାଜ୍ୟରେ ଥିଲା ଉତ୍କଣ୍ଠା । ତେବେ ବର୍ତ୍ତମାନ ସାରିଯାଇଛି ମତଦାନ । ଆଜି ସକାଳ 7 ଘଣ୍ଟା ସମୟରୁ ଆରମ୍ଭ ହେଇଥିଲା ମତଦାନ ପ୍ରକ୍ରିୟା । ଏହି ଉପନିର୍ବାଚନ ରେ ଆଜି ବହୁ ସଂଖ୍ୟାରେ ବୟୋଜ୍ୟେଷ୍ଠ ନାଗରିକ ମାନେ ମତଦାନ କରିଥିଲେ । ସେମାନଙ୍କର ମଧ୍ୟରେ ରାମଜି ସାହୁ ଙ୍କର ବୟସ 107 ସେ ଜଣେ ଅବସର ପ୍ରାପ୍ତ ଶିକ୍ଷକ ।  ସେ ବିଜେପୁର ରେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ।ସେହିଭଳି ଗାଇସିଲେଟ ବ୍ଲକ ର 110 ବର୍ଷ ବୟସ୍କା ଲୋଚନା ନାୟକ ମଧ୍ୟ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ।

   ଏହି ଉପନିର୍ବାଚନ ରେ ମୋଟ 78.96%ମତଦାନ ହେଇଥିବା ସୂଚନା ରହିଛି । ଏବେ ଅପେକ୍ଷା ଆସନ୍ତା 24 ତାରିଖକୁ । କିଏ ଜିତିବ ବିଜେପୁର ଆସନ ? ପୁଣିଥରେ ବିଜେଡି ଏହି ଆସନ ଅକ୍ତିଆର କରିବ ନା ଅନ୍ୟ କେହି ବାଜି ମାରିନେବ ଏହା ଉପରୁ ପରଦା ଉଠିବ ଆସନ୍ତା 24ରେ । ଏପଟେ ସବୁ ଦଳର ପ୍ରାର୍ଥୀ ବିଜୟ ଲାଭ କରିବେ ବୋଲି କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଯେ ବିଜେପୁର ବାସୀ କାହାକୁ ନିଜର ବିଧାୟକ ଭାବରେ ନିର୍ବାଚିତ କରିବେ ।

0
0
0
s2sdefault