ହେଡଲାଇନସ୍:

ଯାଜପୁର ଜିଲ୍ଲାରେ ବିଜେପିର ୧୨ ଘଂଟିଆ ଜିଲ୍ଲା ବନ୍ଦ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ଏସପିଙ୍କ ବିରୁଦ୍ଧରେ ଦୃଢ କାର୍ୟନୁଷ୍ଠାନ  ନିଆଯାଉ:ବିଜେପି 

 ଯାଜପୁର/ଭୁବନେଶ୍ୱର(ଶାସକ ପ୍ରଶାସକ): ସ୍ମିତାରାଣୀର ଗଣଦୁର୍ଷ୍କମ ଏବଂ ହତ୍ୟା ସ୍ଥଳୀରେ ରଙ୍ଗଶାଳା ସାଜିଥିବା ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ବିଜେଡି ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ର ଓରଫ ନାଣ୍ଡୁ ବ୍ୟତୀତ ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଏବଂ ରାମକୋ ସିଂମେଟର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଥିଲେ । ଘଟଣାରେ ରୂପେଶ ଭଦ୍ରକୁ ଗିରଫ କରାଯାଇଥିବା ସମୟରେ ଆଉ ୪ ଜଣଙ୍କୁ ପୋଲିସ କଣ ପାଇଁ ଗିରଫ କରିନାହିଁ । ଅନ୍ୟପଟେ ଯାଜପୁର ଏସପି ମୃତକ ସ୍ମିତାରାଣୀଙ୍କ ଚରିତ୍ର ହନନ କରିବା ସହ ତଦନ୍ତକୁ ପ୍ରଭାବିତ କରିଛନ୍ତି । ଯାଜପୁର ପୋଲିସ ମୃତକ ସ୍ମିତାରାଣୀଙ୍କ ସ୍ୱାମୀ ଏବଂ ରିବାର ଲୋକଙ୍କୁ ଘଂଟା ଘଂଟା ଧରି ଜେରା କରି ଚା ପକାଇ କେସକୁ ବାଟମଣା କରିବା ପାଇଁ ପ୍ରାଣପଣେ ଉଦ୍ୟମ ଚଲାଇଛି । ତଦନ୍ତ ଆଳରେ ଅପରାଧୀଙ୍କୁ ଘଂଟଘାଡାଇବା, ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା, ମୃତକ ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ଦେବା ସହ ଏସପିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ଦାବିରେ ଆଜି ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଥିଲା । 

ସମସ୍ତ ବ୍ୟବସାୟ ଓ ଶିଳ୍ପ ପ୍ରତିଷ୍ଠାନ , ସାଧାରଣଜନତାଙ୍କ ଅଦ୍ଭୁତପୂର୍ବ ସମର୍ଥନ କାରଣରୁ ବନ୍ଦ ଡାକରା ସଂପୂର୍ଣ୍ଣ ସଫଳ ହୋଇଛି  । ଏହି ବନ୍ଦ ଡାକରାକୁ ସଫଳ କରିଥିବା କାରଣରୁ ସମସ୍ତ କାର୍ଯ୍ୟକର୍ତା ଏବଂ ଜିଲ୍ଲାବାସୀଙ୍କୁ ଜିଲ୍ଲା ବିଜେପି ସଭାପତି ଶ୍ରୀ ଗୈାତମ ରାୟ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ରାୟ କହିଛନ୍ତି ଯେ, ପୂର୍ବ ଘାଷଣାନୁଯାୟୀ ଆଜି ସକାଳ ୬ଟାରୁ ଯାଜପୁର ସହର ସମେତ ଜିଲ୍ଲାର ବରୀ, ବିଂଝାରପୁର, ଧର୍ମଶାଳା ବ୍ଲକରେ ବନ୍ଦ ଡାକରାର ପ୍ରଭାବ ଅନୁଭୁତ ହୋଇଥିଲା  । ସାଧାରଣଜନତାଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନ, ବ୍ୟବସାୟ ଓ ଶିଳ୍ପ ପ୍ରତିଷ୍ଠାନ , ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ  କୋର୍ଟ କଚେରୀ ଆଦି ସ୍ୱତଃ ପ୍ରବୃତ ଏହି ବନ୍ଦ ଡାକରାରେ ସାମିଲ ହୋଇଥିଲେ  । ଦଳୀୟ କାର୍ଯ୍ୟକର୍ତାଙ୍କ ସହ ସାମିଲ ହୋଇ ଶତାଧିକ ସାଧାରଣ ଜନତା ରାଜ୍ୟ ଓ ଜାତୀୟରାଜପଥକୁ ଅବରୋଧ କରିଥିଲେ  । ପିକେଟିଂ ଜରିଆରେ ସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ ଡାକରାରେ ସାମିଲହେବା ପାଇଁ ଆହ୍ୱାନ କରାଯାଇଥିଲା  । ଜିଲ୍ଲାବାସୀଙ୍କ ଭାବନାକୁ ସମ୍ମାନ ଜଣାଇ ପ୍ରଶାସନ ତୁରନ୍ତ ଜିଲ୍ଲା ଏସପିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସ୍ମିତାରାଣୀ ହତ୍ୟା ମାମଲାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଶ୍ରୀରାୟ ପୁଣି ଥରେ ଦାବି କରିଛନ୍ତି  । 

ସ୍ମିତାରାଣୀଙ୍କ ମୃତ ସମୟରେ ଗେଷ୍ଟ ହାଉସରେ ଉପସ୍ଥିତ  ଥିବା ଏକାଧିକ ବ୍ୟକ୍ତିମାନେ କିଏ ? ଘଟଣାସ୍ଥଳରେ ଏକାଧିକ ବ୍ୟକ୍ତି  ଉପସ୍ଥିତ  ଥିବାବେଳେ କେବଳ ସ୍ଥାନୀୟ ସରପଂଚଙ୍କ ସ୍ୱମୀ ରୁପେଶ ଭଦ୍ରଙ୍କୁ କାହିଁକି ଗିରଫ କରାଯାଇଛି ? ସଚିବାଳୟର ୩ୟ ମହଲା, ଜିଲ୍ଲା ପ୍ରଶାସନ ଏବଂ ବିଜେଡି ନେତାଙ୍କ ସହ ରାମକା ଅଧିକାରୀଙ୍କ କ'ଣ ସଂପର୍କ ରହିଛି ? ଜିଲ୍ଲା ଏସପି ଗଣମାଧ୍ୟମରେ ମୃତକ ସ୍ମିତାରାଣୀଙ୍କ ଚରିତ୍ରକୁ ଆକ୍ଷେପ କରି ବକ୍ତବ୍ୟ ଦେବା ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ ଏବଂ ଅସଲ ସତ୍ୟାସତ୍ୟକୁ ଲୁଚାଇବା ପାଇଁ ହୀନ ଚକ୍ରାନ୍ତ ନୁହେଁ ତ ? ବର୍ତମାନ ସୁଦ୍ଧା ଘଟଣା ଘଟିଥିବା ଗେଷ୍ଟହାଉସ, ବ୍ୟବହାର ହୋଇଥିବା ସ୍କୋର୍ପିଓ ଗାଡିକୁ କାହିଁକି ସିଜ୍ କରାଯାଇନାହିଁ ? ଅଭିଯୁକ୍ତଙ୍କ ବଦଳରେ ପୀଡିତାଙ୍କ ସ୍ୱାମୀ, ଭାଇ, ବାପାଙ୍କୁ ଘଂଟାଘଂଟା ଧରି ଥାନାରେ ଅଟକ ରଖାଯାଇ ଜେରା କରାଯିବାର ଉଦେ୍ଧ୍ୟଶ କ'ଣ ବୋଲି ସାଧାରଣରେ ପ୍ରଶ୍ନ ହୋଇଛି ଏବଂ ଏହାର ସତ୍ୟାସତ୍ୟ ସାମ୍ନାକୁ ଆସିବା ନିହାତି ଆବଶ୍ୟକ ବୋଲି ଶ୍ରୀ ରାୟ କହିଛନ୍ତି  । ଆଜିର ଏହି ବନ୍ଦ ଡାକରାର ସଫଳତାକୁ ହୃଦବୋଧ କରି ରାଜ୍ୟସରକାର ତୁରନ୍ତ ବିହୀତ ଦକ୍ଷେ ଗ୍ରହଣ କରନ୍ତୁ  । ନଚେତ ଆଗାମୀ ଦିନରେ ଏହି ଆନ୍ଦାଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଶ୍ରୀ ରାୟ ଚେତାବନୀ ଦେଇଛନ୍ତି । ଜିଲ୍ଲାରେ ହୋଇଥିବା ଏହି ବନ୍ଦ ପାଳନରେ ବିଶ୍ୱ ରଂଜନ ମଲ୍ଲିକ, ଅମୀୟ ମଲ୍ଲିକ, ଅମର ନାୟକ, ବିଶ୍ୱଜିତ ନାୟକ, ତୁଷାର ପରିଡା, ୍ରଦୀ ବଳସାମନ୍ତ, ପବିତ୍ର ଦାସ ଏବଂ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତାଙ୍କ ସମେତ ଲକ୍ଷାଧିକ ଜନସାଧାରଣ ସାମିଲ ଥିଲେ ।

 

0
0
0
s2sdefault