ହେଡଲାଇନସ୍:

୬୦ ତମ ପୋଲିସ ସହିଦ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା.(ଅମିତ ପୁରୋହିତ) ; ନୂଆପଡା ପୋଲିସ ତରଫରୁ ଆଜି ସିଲଦା ଗ୍ରାମ ନିକଟସ୍ଥ ରିଜର୍ଭ ପୋଲିସ ପଡିଆରେ ୬୦ ତମ ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ନୂଆପଡା ଏସ୍.ପି ବିନିତ କୁମାର ଅଗ୍ରୱାଲ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ । ଏହି ଦିବସ ପାଳନ ଅବସରରେ ସକାଳ ୬ ଘ. ସମୟରେ ଏକ ମିନି ମାରାଥନ ର ଆୟୋଜନ କରାଯାଇଥିଲା । ମାରାଥନଟି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ରିଜର୍ଭ ପୋଲିସ ପଡିଆରେ ଶେଷ ହୋଇଥିଲା । ଏହା ପରେ ମୂଖ୍ୟ ଅତିଥି ଶ୍ରୀ ଅଗ୍ରୱାଲ ସହିଦ ମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହା ପରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ତଥା ମିନି ମାରାଥନ ରେ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ । ଏହି ଦିବସ ପାଳନ ଅବସରରେ ପୂର୍ବତନ ସାଂସଦ ଏଭିସ୍ୱାମୀ, ଏ.ଏସ.ପି ସୁନିଲ କୁମାର ଆଚାର୍ଯ୍ୟ, ଏସ୍.ଡି.ପି.ଓ ପ୍ରଶାନ୍ତ ପତ୍ତନାୟକ, ଜୋଙ୍କ ଥାନା ଆଇଆଇସି ଯୁଗଲ ମଲ୍ଲିକ, ନୂଆପଡା ଥାନା ଆଇଆଇସି ଆଦିତ୍ୟ ମହାକୁଡ ସମ୍ମାନୀତ ଅତିଥି ରୂପେ ଉପସ୍ଥିତ ଥିଲେ ।  

0
0
0
s2sdefault