ହେଡଲାଇନସ୍:

ଦୁଇଟି ଭିନ୍ନ ମାମଲାରେ 5 ଜଣ କୁ କୋର୍ଟ ଚାଲାଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ଜଗଦଲପୁର ଥାନାରେ ଗତକାଲି ଦୁଇଗୋଟି ମାମଲା ରୁଜୁ ହେଇଥିଲା । ଜଗଦଲପୁର ଥାନା ଅନ୍ତର୍ଗତ ପୁଟକା ଗ୍ରାମର ମୋତିଲାଲ ସାହୁ ଥାନାରେ କରିଥିବା ଅଭିଯୋଗ ଅନୁସାରେ ଅକ୍ଷୟ ବାଗ , ରାଜ କୁମାର ଦୀପ ଓ ଅନ୍ୟ କିଛି ଲୋକ ତାଙ୍କ ଓ ତାଙ୍କ ସହଯୋଗୀ ମାନଙ୍କୁ ମାରପିଟ କରି ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ନଗଦ ଟଙ୍କା , ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ କରି ନେଇଥିଲେ । କିନ୍ତୁ ଅଭିଯୋଗ କାରୀ ମାନଙ୍କୁ ବନ୍ଧୁକ କଥା ପଚାରିବାରୁ ସେମାନେ ବନ୍ଧୁକ ଦେଖି ନାହାନ୍ତି ବୋଲି କହିବା ସହିତ ଆକ୍ରମଣ କାରୀ ମାନଙ୍କର ଅଣ୍ଟା ରେ କିଛି ରଖିଥିବା କହିଥିଲେ । ଜଗଦଲପୁର ଥାନା ଅଧିକାରୀ ଲଳିତା ଲିଲିମା ବାର୍ଳା ଥାନାରେ କେଶ ନମ୍ବର 127/19 ଧାରା 341 , 294 , 323 , 506 , 379 , 427 , 34ipc , ଓ 25 , 27 ଆର୍ମ ଆକ୍ଟ ରେ ମାମଲା ରୁଜୁ କରି ଅଭିଯୁକ୍ତ ଅକ୍ଷୟ ଓ ରାଜ କୁମାର କୁ ଗିରଫ କରିବା ସହିତ ସେମାନଙ୍କ ତଲାସୀ ନେଇଥିଲା । ହେଲେ ସେମାନଙ୍କର ପାଖରୁ କୋଣସି ମାରଣାସ୍ତ୍ର ଜବତ କରାଯାଇ ପାରି ନାହିଁ ।    ସେହିଭଳି ଅକ୍ଷୟ ଓ ତାଙ୍କ ସହଯୋଗୀ ମାନଙ୍କର ଏତଲା କ୍ରମେ ଥାନାରେ କେଶ ନମ୍ବର 128 ଧାରା 341, 294 , 323, 506,379, 34 ipc 3/(1)(r)(s)/2va sc&st ଆକ୍ଟ ରେ ମୋତିଲାଲ ସାହୁ ,ବିରେନ୍ଦ୍ର ସେଠ ଓ ପଂଚନାନ ବଗରତୀ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

0
0
0
s2sdefault