ହେଡଲାଇନସ୍:

କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ “ସୁରଭି” 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବେହେରାପାଲିସ୍ଥିତ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୧୯ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ମେହେରଙ୍କ ସଭାପତୀତ୍ୱରେ ଅନୁଷ୍ଠିତ  ସଭାରେ ସ୍କୁଲ ପରିଚାଲନା କମିଟି ସଭାପତୀ ତହସିଲ ବିଶ୍ୱାଲ ମୁଖ୍ୟ ଅତିଥି ଓ ସିଆରସିସି ମଦନ ବରିହା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଶିକ୍ଷକ ଯୋଗେନ୍ଦ୍ର ସାହୁ ଅତିଥି ପରିଚୟ ଏବଂ ସଭା ପରିଚାଳନା କରିଥିବା ବେଳେ ସିଆରସିସି ଶ୍ରୀ ବରିହା କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ଜରିଆରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବକୃତା, ସୃଜନଲିଖନ, ଚିତ୍ରଙ୍କନ, କୁଇଜ, ସଙ୍ଗୀତ ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଥିଲା । ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା କୃତି ପ୍ରତିଯୋଗି ମାନଙ୍କୁ ଆମନ୍ତ୍ରୀତ ଅତିଥିଗଣ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ପ୍ରସଙ୍ଗକୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନୋମୁଗ୍ଧକର ହୋଇଥିଲା । କାର୍ଯ୍ୟକ୍ରମ ସବୁକୁ କ୍ଳଷ୍ଟର ଅଧିନରେ ଥିବା ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଶେଷରେ ଗୁଣନିଧି ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । 

 

0
0
0
s2sdefault