ହେଡଲାଇନସ୍:

  ନୟାଗଡ ଜିଲ୍ଲା ବାଳବିକାଶ ମହୋତ୍ସବ ଓ ଅବତାର ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର( : ନୟାଗଡ ଜିଲ୍ଲା ସତ୍ୟସାଇ ସେବା ସମିତି ତରଫରୁ ଆଜି ସ୍ଥାନୀୟ ସରକାରୀ କଲ୍ୟାଣ ମଣ୍ଡପ ଓଡଗାଁ ଠାରେ ସତ୍ୟସାଇ ସେବା ସମିତି ଆନୁକୁଲ୍ୟରେ ବାଳବିକାଶ   ମହୋତ୍ସବ ଓ ଅବତାର ଦିବସ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ଓଡଗାଁ ସମେତ କୁରାଳ, ନୟାଗଡ, ଖଣ୍ଡପଡା, ଦଶପଲ୍ଲା, ରଣପୁର ଅଂଚଳର ସାତଶହ ବାଳବିକାଶ ଛାତ୍ରଛାତ୍ରୀ ଓ ସାଇପ୍ରେମୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନେ ରାମ, ଲକ୍ଷ୍ମଣ, ସୀତା, ହନୁମାନ, ଓଁସାଇ, ଶିରିଡିସାଇ ଓ ଜୀଶୁଙ୍କ ବେଶରେ ସଜ୍ଜିତ ହୋଇଥିଲେ । ଏହି ଅବସରରେ ପରିବେଶକୁ ସ୍ୱଚ୍ଛ ଓ ପରିଷ୍କାର ରଖିବା ପାଇଁ ଏକ ସଚେତନତା ଶୋଭାଯାତ୍ରା ନଗର ପରିକ୍ରମାକରି ଲୋକଙ୍କୁ ସ୍ୱଚ୍ଛତାର ବାର୍ତା ପ୍ରଦାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ସଂଯୋଜକ ରିତେନ୍ଦ୍ର ନାଥ ସେନାପତି ଓ ଜିଲ୍ଲା ସଭାପତି ପ୍ରତାପ ପରିଡା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପରାମର୍ଶ ଦେବା ସହିତ ଏକ ସ୍ୱଚ୍ଛ ଜୀବନ ବିତାଇବା ପାଇଁ ମାର୍ଗ ଦର୍ଶନ କରିଥିଲେ । ଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ଓଡଗାଁ ସତ୍ୟସାଇ ସମିତିର କର୍ମକର୍ତାଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରି·ଳିତ ହୋଇଥିଲା । 

0
0
0
s2sdefault