ହେଡଲାଇନସ୍:

ଆନ୍ତଃ ଜିଲ୍ଲା ବାଇକ ଚୋରି ରାକେଟ ଠାବ : ୮ ବାଇକ ଜବତ, ଜଣେ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା,(Amit Purohit): ଆନ୍ତଃ ଜିଲ୍ଲା ବାଇକ ଚୋରି ର୍ୟାକେଟ ଠାବ କରିବାରେ ଜୋଙ୍କ ପୁଲିସ ସଫଳ ହୋଇଛି । ଆଜି ଜୋଙ୍କ ପୁଲିସ ୮ଟି ବାଇକକୁ ଜବତ କରିଥିବା ବେଳେ ଜଣେ ଚୋରକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା କଣ୍ଟାବଂଜି ଥାନା ଚଟୁଅନକା ଗାଁର ବିନୁ ଅଦା(୨୧) । ତାଙ୍କୁ ଆଜି ସନ୍ଧ୍ୟାରେ କୋର୍ଟ ଚାଳାଣ କରିଥିବା ଜୋଙ୍କ ଥାନାରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଏଏସପି ସୁନିଲ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । 

     ସାମ୍ବାଦିକ ସମ୍ମିଳନୀରେ ଏଏସ୍ପି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଗତ କିଛି ମାସ ହେଲା ଖରିଆରରୋଡ ସହରରେ ବହୁ ବାଇକ ଚୋରି ହୋଇଥିଲା । ଏହାକୁ ନେଇ ଜୋଙ୍କ ଆଇଆଇସି ଯୁଗଲ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇ ତଦନ୍ତ ଆରମ୍ଭ କରିଥିଲା । ସହର ଭିତରେ ସନ୍ଦିଗ୍ଧ ମାନଙ୍କ ଉପରେ ଜୋଙ୍କ ପୁଲିସ କଡା ନଜର ରଖିଥିଲା । ଗତ କାଳି ସହରରେ ଭିତରେ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ସନ୍ଦିଗ୍ଧଙ୍କୁ ଅଟକ ରଖିଥିଲା । ପୁଲିସ ତାଙ୍କୁ ଜେରା କରି ବହୁ ତଥ୍ୟ ସଂଗ୍ରହ କରିଥିଲା । ତାଙ୍କ ଠାରୁ ୮ଟି ଚୋରୀ ବାଇକକୁ ବିଭିନ୍ନ ସ୍ଥାନରୁ ପୁଲିସ ଜବତ କରିଥିଲେ । ସେଥିରୁ ଓଡି ୨୬ ୮୨୮୫, ସିଜି ୦୬ ଜିଏଚ ୩୫୨୩, ଓଡି ୧୭ ଏଲ ୫୭୬୯ ଓ ସିଜି ୦୪ ଏଲକୁ୍ୟ ୭୪୨୬ ପ୍ରମୁଖ ୪ ଟି ବାଇକ ଚୋରି ହୋଇଥିବା ଜୋଙ୍କ ଥାନାରେ ଅଭିଯୋଗ ହୋଇଥିଲା । ଅନ୍ୟ ୪ଟି ବାଇକ ମାଲିକଙ୍କ ଠିକଣା ଜଣାଇ ପଡିନାହିଁ । କଣ୍ଟାବାଂଜି ଅଞ୍ଚଳର ଏକ ଚୋରି ର୍ୟାକେଟ ଗ୍ୟାଙ୍ଗ ଜିଲ୍ଲା ଖରିଆରରୋଡ, ଉଦ୍ୟାନବନ୍ଧ, କୋମନା, ଖଡିଆଳ, ସିନାପାଲି ଅଞ୍ଚଳରେ ବାଇକ ଚୋରି କରୁଛନ୍ତି । ସେହି ବାଇକକୁ ଚୋର ମାନେ କମ ଦରରେ ବିକ୍ରି କରିଛନ୍ତି । ଏହି ଗ୍ୟାଙ୍ଗରେ ୮ ଜଣ ସଦସ୍ୟ ରହିଛନ୍ତି । ସେଥିରୁ ଦୁଇ ଜଣକୁ ପୁଲିସ ଗିରଫ କରିଛି ଓ ଅନ୍ୟ ୬ ଜଣକୁ ଗିରଫ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି । ଏବେ ଜଣେ ଅଭିଯୁକ୍ତ ବିନୁଙ୍କୁ ଗିରଫ କରିଥିବା ବେଳେ ଅନ୍ୟଜଣେ ନାବାଳକକୁ ପୁଲିସ ଅଟକ ରଖି ପଚରା ଉଚୁରା କରୁଛି ବୋଲି ଏଏସପି ଶ୍ରୀ ଆଚାର୍ଯ୍ୟ ସମ୍ବାଦିକ ସମ୍ମିଳନୀରେ ସୂଚାନଇ ଦେଇଛନ୍ତି । ଆଜି ସନ୍ଧ୍ୟାରେ ଅଭିଯୁକ୍ତ ବିନୁଙ୍କୁ କୋର୍ଟ ଚାଳାଣ କରିଥିବା ବେଳେ ଜାମିନ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ପୁଲିସ କହିଛି । ଏସଡିପିଓ ପ୍ରଶାନ୍ତ ପଟ୍ଟାନୟକ, ଜୋଙ୍କ ଆଇଆଇସି ଯୁଗଲ ମଲ୍ଲିକ ଉପସ୍ଥିତ ଥିଲେ ।     

 

0
0
0
s2sdefault