ହେଡଲାଇନସ୍:

ବିଦ୍ୟାଭାରତୀ ପୂର୍ବକ୍ଷେତ୍ର ଜ୍ଞାନବିଜ୍ଞାନ ମେଳାରେ ଓଡଗାଁର ଆର୍ଯ୍ୟନ ପ୍ରଥମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ପଶ୍ଚିମ ମେଦିନିପୁରୁର ଯମୁନାବାଲି ଠାରେ ୨ଦିନ ଧରି ଶିକ୍ଷା ବିକାଶ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ବିଦ୍ୟାଭାରତୀ ପୂର୍ବକ୍ଷେତ୍ର ଜ୍ଞାନବିଜ୍ଞାନ ମେଳାରେ ଓଡଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୦ମ ଶ୍ରେଣୀ ଛାତ୍ର ଆର୍ୟନ୍ ବାଡତ୍ୟା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ପ୍ରକଳ୍ପ ସମକୋଣୀ ତ୍ରୀଭୁଜ କର୍ଣ୍ଣର ଦୈର୍ଘ୍ୟ ବିଷୟରେ ପିଲାଙ୍କୁ ପଢାଇବା ପାଇଁ ସହଜ ଓ ସରଳ ହେବାର ପିଥାଗୋରସଙ୍କ ଉପପାଦ୍ୟ ଉପରେ ଆଧାରିତ ଗଣିତ ପ୍ରକଳ୍ପଟି ମେଳାରେ ସର୍ବଶ୍ରେଷ୍ଠ  ବିବେଚିତ ହୋଇଥିଲା । ଏହି ମେଳାରେ ଓଡିଶା ସମେତ ସିକିମ, ଆଣ୍ଡାମାନ, ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପଢୁଥିବା ୨୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଓଡଗାଁ ପାଇଁ ସେ ଗୈାରବ ଆଣି ଦେଉଥିବାରୁ ବିଦ୍ୟାମନ୍ଦିରର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସ୍ଥାନୀୟ ବୁଦ୍ଧିଜିବିମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । 

 

0
0
0
s2sdefault