ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ବିଶ୍ବ ଦୃଷ୍ଟି ଦିବସ ଏବଂ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ  କାର୍ଯ୍ୟାଳୟ  ପରିସରରେ ଜିଲ୍ଲା ଅନ୍ଧତ୍ବ ନିୟନ୍ତ୍ରଣ ସମିତି ପକ୍ଷରୁ ବିଶ୍ବ ଦୃଷ୍ଟି ଦିବସ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।

   ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ କାର୍ଯ୍ୟାଳୟ ପରିସର ରୁ ଏଏନ୍ ଏମ୍  ସ୍ବାସ୍ଥ୍ୟକର୍ମୀ ଓ ଆଶା କର୍ମୀ ମାନଙ୍କୁ ନେଇ ଏକ ବିରାଟ ସଚେତନତାବାହାରିଥିଲା । ଏଥିରେ କର୍ମୀ ମାନେ ଦୃଷ୍ଟି ଶକ୍ତିର ପ୍ରାଥମିକତା  ଓ ଚକ୍ଷୁଦାନ ମହାପୁଣ୍ୟ ସମ୍ପର୍କରେ ଏବଂ ମାନସିକ ସ୍ବାସ୍ଥ୍ୟ ବ୍ୟକ୍ତିଙ୍କ ଆତ୍ମହତ୍ୟା ପ୍ରତିକାର ସମ୍ପର୍କିତ ଉପରେ ସମଗ୍ର ସହର ପରିକ୍ରମା କରି ଜନ-ସଚେତନତା କରାଇଥିଲେ । ଏହି ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ସିଡ଼ିଏମଓ ଡାଃ .ଗୁନୁରାଣୀ ପଟ୍ଟନାୟକ ସବୁଜ ପତାକା ଦେଖାଇ  ଶୁଭାରମ୍ଭ କରିଥିଲେ । 

      ଏହି ଶୋଭାଯାତ୍ରା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡିପିଏମ-ଡିଵିସିଏସ ଡାଃ ପ୍ରଦୀପ କୁମାର ପାତ୍ର , ଅସ୍ତ୍ରୋପଚାର ବିଶେଷଜ୍ଞ ଡାଃ .ସରୋଜ କୁମାର ମିଶ୍ର , ଏଡିପିଏଚଓ ଡାଃ. ଭି: ଲୋକନାଥ ରାଜୁ , ଏଡିପିଏଚସିଓ ସୁଧୀର କୁମାର ଜେନା , ପିଏଚଇଓ ମମତା ପାଢ଼ୀ ଙ୍କ ସମେତ ଜଗଦୀଶ ପଟ୍ଟନାୟକ ଓ ନେତ୍ରାନନ୍ଦ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।

    ପରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ  ସିଡ଼ିଏମ- ପିଏଚଓ ଡା:ଗୁନୁରାଣୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବସ ପାଳନର ତାପ୍ତର୍ଯା ସମ୍ପର୍କରେ କହି  ସ୍ବାସ୍ଥ୍ୟ ହିଁ ସମ୍ପଦ ,  ସୁନ୍ଦର ଓ ସୁସ୍ଥ ସ୍ବାସ୍ଥ୍ୟ ପାଈଁ ଆମେ ସବୁବେଳେ ଆମ ସ୍ବାସ୍ଥ୍ୟ ର ଯତ୍ନ ନେବାକୁ ହେବ । 

    ସ୍ବାସ୍ଥ୍ୟର ଯେ କୌଣସି ଅଙ୍ଗରେ କୌଣସି ପ୍ରକାର ସମସ୍ୟା ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ହେବ ।  ଦୃଷ୍ଟି ଶକ୍ତି ଉପରେ ପ୍ରାଥମିକତା ଦିଆଯିବା ସହ ମାନସିକ ସ୍ବାସ୍ଥ୍ୟ ରୋଗୀକୁ ଚିହ୍ନଟ କରି  ତୁରନ୍ତ ଡାକ୍ତରୀ ଚିକିତ୍ସା କରାଇବା ସହ ମାନସିକ ବିକାର ଗସ୍ତ ବ୍ୟକ୍ତି ଆତ୍ମହତ୍ୟା  ନେବା ଭଳି ପଦକ୍ଷେପ ରୁ କିଭଳି ନିବୃତ୍ତ ହେବେ ସେ ଦିଗରେ ଆଲୋଚନା କରିଥିଲେ ।

   ସେହିଭଳି ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅସ୍ତ୍ରୋପଚାର ବିଶେଷଜ୍ଞ ଡାଃ ସରୋଜ କୁମାର ମିଶ୍ର ଏବଂ ଏଡିପିଏଚଓ(ଡିସି) ଡାଃ ଭି. ଲୋକନାଥ ରାଜୁ ପ୍ରମୁଖ ଯୋଗଦେଇ ଦୃଷ୍ଟି ଶକ୍ତି ଓ ସୁସ୍ଥ ସ୍ବାସ୍ଥ୍ୟ ପାଈଁ ସବୁବେଳେ ସବୁଜ ପନିପରିବା ଖାଇବା , ବୟସ ବଢିବ ସହ ଦୃଷ୍ଟି ଶକ୍ତି କିଭଳି କମି ଯାଇଥାଏ , ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଥିବାବେଳେ ଦୃଷ୍ଟି ଶକ୍ତିର ଯତ୍ନ କିଭଳି ନେବାକୁ ହେବ ଓ ଅନ୍ଧତ୍ବ ଦୂରୀକରଣର ବିଭିନ୍ନ ଦିଗ ସଂପର୍କରେ କହିଥିଲେ । ଅନ୍ୟ ପକ୍ଷରେ , ସମାଜର ବିଭିନ୍ନ କାର୍ଯ୍ୟକଳାପ ମାନସିକ ବ୍ୟାଧି ବ୍ୟକ୍ତିତ୍ୱ ଉପରେ କିଭଳି ପ୍ରଭାବ ପକାଇଥାଏ , ଛାତ୍ରଛାତ୍ରୀ ମାନେ ବିଭିନ୍ନ କାରଣକୁ ନେଇ  ମାନସିକ ଚାପ ରୁ ନିଜକୁ କିଭଳି ଦୂରେଇ ରଖିବେ ଏବଂ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିକୁ ଚିହ୍ନଟ କରି ତୁରନ୍ତ କିଭଳି ଡାକ୍ତରୀ ପରାମର୍ଶ କରାଇ ରୋଗ ଉପଶମ କରିବାକୁ ହେବ , ସେ ସବୁର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ ।

   ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଅନ୍ଧତ୍ବ ନିୟନ୍ତ୍ରଣ ସମିତିର ବରିଷ୍ଠ କର୍ମଚାରୀ ଜଗଦୀଶ ପଟ୍ଟନାୟକ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ଏମ୍ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

 

0
0
0
s2sdefault