ପୁରୀ : କୋଟି ଓଡିଆଙ୍କ ଆରାଧ୍ଯ ମହାପ୍ରଭୁ ଜଗନ୍ନାଥଙ୍କ ନିଜ ଜାଗା ବା ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ଠାରେ ବଡ଼ ଅବ୍ୟବସ୍ଥାରେ ବନ୍ଧା ପଡିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଚାଲିବା ପାଇଁ ବ୍ୟବହାର କରାଯାଇଥିବା ଧୂଳିଧୂସରିତ ମ୍ୟାଟରେ ଗୁଡାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବିକ୍ଷିପ୍ତ ଅବସ୍ଥାରେ ରଖାଯାଇଥିବା ଖବର ଜଗନ୍ନାଥ ଭକ୍ତଙ୍କ ମନକୁ ଆଘାତ ଦେଇଛି । କିଏ ଏମିତି ଅବସ୍ଥା କରିଛି, କିଏ ଏଠି ଚବିଶି ବେଶଧାରୀ ପ୍ରଭୁ ଙ୍କୁ ରଖିଥିଲା । ସମ୍ମାନର ସହ କାହିଁକି ରଖିଲେନି, କାହା ଦାଇତ୍ୱ ରେ ଥିଲା, କାହା ନିର୍ଦେଶ ରେ ଏପରି କରାଯାଇଛି ତାକୁ ଚିହ୍ନଟ କରିବାପାଇଁ ଭକ୍ତ ଦାବୀ କରିଛନ୍ତି ।
ଧାର୍ମିକ ସହର ପୁରୀ ରେ ପ୍ରଭୁ ଙ୍କ ଏଭଳି ସ୍ଥିତି ଦେଖି ରାଜ୍ୟ ବାହାର ଭକ୍ତ ଚିନ୍ତା ପ୍ରକଟ କରିଛନ୍ତି। ଏତେ ଦିନ ପର୍ଯ୍ୟନ୍ତ ଦୃଷ୍ଟି ଆଢୁଆଳ ରେ କିପରି ଥିଲେ ତାକୁ ନେଇ ଚର୍ଚ୍ଚା ଚାଲିଛି । ଦାୟିତ୍ୱ ରେ ଥିବା ବ୍ୟକ୍ତି ଙ୍କ ଗର୍ବ, ଅହଂକାର ଉଦ୍ଧତ ପଣିଆ ସୀମା ଟପିଲାଣି ବୋଲି ଶ୍ରଦ୍ଧାଳୁ କହୁଛନ୍ତି । ପ୍ରଶାସନ କୁ ଲଗା ନାହିଁ ଏଣେ ଜଗା ବେକରେ ପଘା ପଡିବା ପରି ଦୃଶ୍ୟ ଦେଖିବାକୁ ମିଳିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ପ୍ରମୋଦ ଉଦ୍ୟାନ ରେ ପାର୍କିଙ୍ଗ ଯୋଗୁଁ ହଜାର ହଜାର ଭକ୍ତ ଏ ଦୃଶ୍ୟ ଦେଖୁଛନ୍ତି । ଚକା ଆଖି ରେ ଧୂଳି ଚଢି ଗଲାଣି।|ଏହାଦେଖି ଜଣେ ଭକ୍ତ ପ୍ରଭୁ ଙ୍କୁ ପୋଛୁ ଥିବା ଦେଖିବାକୁ ମିଳିଥିଲା। |ପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ନେଇ ରାଜନୀତିକରଣ ବନ୍ଦ ପାଇଁ ଶ୍ରଦ୍ଧାଳୁ ଦାବୀ କଲେଣି।|ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଏମିତି ପଚିଶି ସେଟ ମୂର୍ତ୍ତି ଏଣେତେଣେ ପଡ଼ିରହିଛି । କେତେକ ମୂର୍ତ୍ତି ଙ୍କ ଶ୍ରୀଅଙ୍ଗ ଫାଟିବାକୁ ଲାଗିଲାଣି । ପ୍ରଭୁଙ୍କୁ ଅସନମାନ, ମଞ୍ଚା ଉପରେ ବସି ରଥପହଣ୍ଡି ଦେଖିବା, ଭକ୍ତ ନ ହୋଇ ଭି ଆଇ ପି ଦେଖାଇବା ଯୋଗୁଁ ରଥଯାତ୍ରା ରେ ଅଘଟଣ ଘଟିଲା ବୋଲି ଭକ୍ତ କହୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବୀ ହେଉଛି ।