ହେଡଲାଇନସ୍:

ଜିଲ୍ଲାପାଳଙ୍କ ଗଙ୍ଗାବାଡ଼ ପଞ୍ଚାୟତ ଅଞ୍ଚଳ ପରିଦର୍ଶନ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

    ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାପାଳ ଅନୁପମ ଶାହା ଶୁକ୍ରବାର  ଦିନ "ତିତିଲି" ପ୍ରଭାବିତ ତଥା ସର୍ବାଧିକ କ୍ଷତିଗ୍ରସ୍ତ ଓ ଜୀବନ ହାନି  ହୋଇଥିବା ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ଼ ପାଞ୍ଚୟତର ବିଭିନ୍ନ ଗ୍ରାମ ର ପରିଦର୍ଶନ କରିଥିଲେ ।

        ପରିଦର୍ଶନ ବେଳେ  ସମସ୍ତ ପ୍ରଭାବିତ ଅଞ୍ଚଳରେ କ୍ଷତିଗ୍ରସ୍ତ ଅଞ୍ଚଳବାସୀଙ୍କୁ ଦିଆଯାଇଥିବା ରିଲିଫ ସହାୟତା ଓ ପୁନଃ ଥଇଥାନ ବ୍ୟବସ୍ଥାର ଅଗ୍ରଗତି କାର୍ଯ୍ୟ କିଭଳି ଚାଲିଛି , ଅଞ୍ଚଳବାସୀ  ତିତିଲି  ପରେ କିଭଳି ରହୁଛନ୍ତି , ଆଉ କଣ ସମସ୍ୟା ରହିଛି , ଥଇଥାନ କରାଯାଇଥିବା ଅଞ୍ଚଳରେ ଗୃହ ନିର୍ମାଣ କାର୍ଯ୍ୟ କିଭଳି ଚାଲିଛି ସମସ୍ତ ବିଷୟରେ ଅଞ୍ଚଳବାସୀଙ୍କୁ ପଚାରି ବୁଝିଥିଲେ । 

   ଜିଲ୍ଲାପାଳ ଶ୍ରୀ ଶାହା ଗଙ୍ଗାବାଡ ପଞ୍ଚାୟତର ଗଙ୍ଗାବାଡ଼ , ବାରଘର , ଖଣ୍ଡିମରା , ଚମ୍ପାପୁର ନିଉ କଲୋନୀ  ପ୍ରଭୃତି ଗ୍ରାମ ପରିଦର୍ଶନ କରିଥିଲେ । ପରିଦର୍ଶନ ବେଳେ କ୍ଷତିଗ୍ରସ୍ତ ଅଞ୍ଚଳବାସୀ ମଧ୍ୟ  ସେମାନଙ୍କ ଗୃହ ନିର୍ମାଣ ବିଳମ୍ବ ହେଉଥିବା ମୁଖ୍ୟ ସମସ୍ୟା  ଉପରେ କହିଥିଲେ ଯେ , ଏଥିପାଇଁ ବାଲି ଠିକ ରେ ମିଳୁନାହିଁ ଯେହେତୁ ଆନ୍ଧ୍ର ଦେଇ ଆସୁଛି ବୋଲି ଅଭିଯୋଗରେ କହିଥିଲେ ।ଜିଲ୍ଲାପାଳ ଶ୍ରୀ ଶାହା ମଧ୍ୟ ଏ ଦିଗରେ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥାବାର୍ତ୍ତା କରି ଉଚିତ ବ୍ୟବସ୍ଥା କରିବେ ବୋଲି କହିଥିଲେ ।

   ପାହାଡ଼ ଉପରେ ବସବାସ କରିଆସୁଥିବା ଅଞ୍ଚଳବାସୀଙ୍କୁ  ପାହାଡ଼ ତଳିଆ ଅଞ୍ଚଳରେ ଭଲ ଜାଗା ଦେଖି ସେମାନଙ୍କୁ ଜାଗାପଟ୍ଟା ଦେବା ସହ   ଯୋଜନା ଟଙ୍କା ଦେଇ ଗୃହ ନିର୍ମାଣ କରାଉଛନ୍ତି । ଅଞ୍ଚଳ ବାସୀ ମଧ୍ୟ ଏ ଦିଗରେ ବେଶ ଖୁସି ଥିବା ପ୍ରକଟ କରିଛନ୍ତି।

     ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ବେଳେ ବ୍ଲକ ବିଡ଼ିଓ  ତଥା ତହସିଲଦାର ଳୁକାଷ୍ ପ୍ରଧାନ , କନିଷ୍ଠ ଯନ୍ତ୍ରୀ ଯାବେଦ୍ ଅଲ୍ଲୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ , ସହକାରୀ ଉ-ଜିଲ୍ଲାପାଳ ସରୋଜ କୁମାର ବେହେରା , ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ ଆରଆଇ ହରିଶ୍ଚନ୍ଦ୍ର ରଇତ, ଗାରାବନ୍ଧ ଥାନା ଅଧିକାରୀ ଶୁସାନ୍ତ କୁମାର ସାହୁ, ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜୀ ଙ୍କ ସମେତ ଵହୁଁ ସଂଖ୍ୟାରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଗ୍ରସ୍ତ କରିଥିଲେ। 

0
0
0
s2sdefault