ବରଗଡ :- ବରପାଲି ଥାନା ଚାରିବଙ୍ଗଳା ଛକ୍ ଠାରେ ଏସ ଏସ ଟିମ ପୋଲିସ ନାକା ଟିମ ଠାରେ ଅପରାହ୍ନ ୪ ଟା ୩୦ରେ ଇଲେକ୍ସନ ଏକଯ୍ୟୁଟିଭ ମାଜିଷ୍ଟ୍ରେଟ ସତ୍ୟ ନାରାୟଣ ମେହେର ଓ ପୋଲିସ ସହାୟତାରେ ନିର୍ବାଚନ ପାଇଁ ତଦନ୍ତ କରାଯାଉଥିବା ଯାନବାହାନ ସମୟରେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ପଟୁ ଆସୁଥିବା ସିଜି ୦୬ଜିଏମ ୩୪୨୬ ନମ୍ବର ଥିବା ଏକ ମାରୁତି ଏସ କ୍ରୋଶ ଗାଡ଼ିରେ ଥିବା ୧୯ ଲକ୍ଷ ଟଙ୍କା ଜବତ କରାଯାଇଛି ।
ଏନେଇ ଏକ ବରପାଲି ଥାନାରେ ଏକ ମାମଲା ରୁଜୁ କରାଯାଇ ନଗଦ ଟଙ୍କାକୁ ଇନକମ ଟେକ୍ସ ବିଭାଗକୁ ଦିଆଯାଇ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଛି । କାରଟି ଛତିଶ ଗଡ଼ର ରାଇସମିଲ ମାଲିକ ପରାଗ ଅଗ୍ରୱାଲଙ୍କ ବୋଲି ଜଣାପଡ଼ିଛି | ବ୍ୟବସାୟ ପାଇଁ ସେ ଟଙ୍କା ନେଇ ଯାଉଥିବା ପ୍ରକାଶ କରିଛନ୍ତି । ବରପାଲି ପୁଲିସ ଘଟଣାର ତଦନ୍ତ କରୁଛି |