ହେଡଲାଇନସ୍:

ନିରାମୟ ଯୋଜନା ବିପର୍ଯ୍ୟସ୍ତ: ରୋଗୀଙ୍କୁ ଔଷଧ ଦେବା ବଦଳରେ ଫିଙ୍ଗା ଯାଉଛି ଲକ୍ଷ ଲକ୍ଷ ଟଙ୍କାର ମେଡିସିନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)-ମୟୁରଭଞ୍ଜ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଏବେ ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ। କୋଉଠି ଆମ୍ବୁଲାନ୍ସରେ ତେଲ ଅଭାବ ପାଇଁ କାହାର ଜୀବନ ଯାଉଛି ତୋ  କୋଉଠି ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁବରଣ କରୁଛି । ତେବେ ଔଷଧ ଅଭାବରୁ କାହାକୁ ମାରିବାକୁ ଦିଆଯିବନି ବୋଲି ସରକାର ପଦକ୍ଷେପ ଗ୍ରହଣ କରି ନିରାମୟ ଯୋଜନା ଆରମ୍ଭ କରିଥିଲେ ସୁଦ୍ଧା ସାଧାରଣ ଗରିବ ରୋଗୀଙ୍କ କାମରେ ଆସୁନି ଏହି ମହତାକାଂକ୍ଷି ଯୋଜନା। ଗୋଟେ ସରକାରୀ ଡାକ୍ତରଖାନାରେ ଫିଙ୍ଗାଯାଉଛି ଔଷଧ ଅନ୍ୟପଟେ ଗରିବ ରୋଗୀଙ୍କ ପାଇଁ ଲେଖାହେଉଛି ଲମ୍ବା ପ୍ରେସକ୍ରିପ୍ସନ ଲିଷ୍ଟ। ଯାହା ରୋଗୀ ଓ ରୋଗ ପାଇଁ ନିରାମୟ ଯୋଜନାରେ ସରକାର ଔଷଧ ଯୋଗାଇ ଦେଉନଥିବା ପ୍ରମାଣ କରୁଛନ୍ତି ସରକାରୀ ଦାୟିତ୍ବ ତୁଲାଉଥିବା ଡାକ୍ତରମାନେ। ସେହିପରି ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ସମାସ୍ୟା ଠାରୁ କୃତ୍ରିମ ଡାକ୍ତର ଅଭାବ ସମସ୍ୟା ଅସହାୟ ରୋଗୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ବେଫିକର ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ। ଯାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ମୟୁରଭଞ୍ଜଜିଲ୍ଲାର ଯୋଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ। ଏତେ ସବୁ ଘଟଣା ପରେ ମଧ୍ୟ କୁମ୍ଭକର୍ଣ ନିଦ୍ରାରେ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ। ଏପରି ଏକ ଅଭାବନୀୟ ଘଟଣା ପୁଣି ସାମ୍ନାକୁ ଆସିଛି ଯଶୀପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏଠାରେ ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଔଷଧ ଦିଆଯିବାର ବ୍ୟବସ୍ଥା ଥିବାବେଳେ ବହୁ ରୋଗୀ ଡାକ୍ତରଖାନାରୁ ଔଷଧ ନ ପାଇ ଅନେକ ସମୟରେ ବାହାରୁ କିଣିଥାନ୍ତି । ହେଲେ ଯଶୀପୁର ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଲକ୍ଷଲକ୍ଷଟଙ୍କାର ଔଷଧ ଯାହାର ନିର୍ଦ୍ଧାରିତ ସମୟ ଥିବା ସତ୍ତ୍ୱେ ପୋତି ଦେବା ଘଟଣା ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ଯଶୀପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ଥାପିତ ହୋଇଥିବାରୁ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିଲେ ବି ତାହା କିପରି କାର୍ଯ୍ୟକାରୀ ହେଉଛି ଏହେଉଛି ତାର ନଗ୍ନ ନମୁନା ଯାହା ଏଉଠୁ ଅନୁମେୟ ହେଉଥିବ । ଲୋକଙ୍କ ପାଇଁ ଆସୁଥିବା ଔଷଧ ଲୋକଙ୍କୁ ନ ଦେଇ ମେଡିକାଲ ଅଫିସର କିପରି ଏତେ ସଂଖ୍ୟକ ଔଷଧ କାହା ନିର୍ଦ୍ଦେଶରେ ପୋତାଗଲା  ତାହା ତଦନ୍ତ ସାପେକ୍ଷ। ସେହିପରି ଡାକ୍ତରଖାନା କତ୍ତୃପକ୍ଷଙ୍କ ଏହି ଦାୟିତ୍ବହୀନ ପଦକ୍ଷେପ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଚେଷ୍ଟା ଯୋଗାଯୋଗ କରିଥିଲେ ବି କୌଣସି ପ୍ରତିକ୍ରିୟା ରଖିନଥିଲେ । ଏତେ ପରିମାଣର ଔଷଧ ଏକା ସାଙ୍ଗରେ ପୋତିବା ପାଇଁ କିଏ ନିର୍ଦ୍ଦେଶ ଦେଲେ ଏବଂ କାହିଁକି ଯାହାର  expari date 2020 ଥୁବାବେଳେ ସେସବୁ ମେଡିସିନ ପୋତିବା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲେ । ନା ଏ ସବୁ ଔଷଧ ଲୋକଙ୍କୁ ଦିଆ ଯାଇଥିବାଥିବା ସୁଚା ଯାଇନାହିଁ ତୋ ଏପରି ବହୁ ପ୍ରଶ୍ନ ଏବେ ସାଧାରଣରେ ଉଠୁଥିବା ଦେଖିବାକୁ ମିଳୁଛି । ସେହିପରି ନିରାମୟ ଯୋଜନାରେ ଜୀବନ ରକ୍ଷାକାରୀ ଗୁରୁତ୍ବପୂର୍ଣ୍ଣ ଔଷଧ ଗୁଡ଼ିକର ନିର୍ଦ୍ଧାରିତ ଅବଧି ପୂରଣ ପୂର୍ବରୁ ପୋତିବା ଭଳି ଘଟଣା ସାମିଲ ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି । ତେବେ ଏହି ଘଟଣାରେ ଜିଲ୍ଲା ପ୍ରଶାସନ ହେଉକି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ନା ଘଣ୍ଟ ଘୋଡାଇବାକୁ ଉଦ୍ୟମ ହେଉଛି ଦେଖିବାକୁ ବାକି ରହିଲା।

0
0
0
s2sdefault