ହେଡଲାଇନସ୍:

ବିଜେପୁର ଉପନିର୍ବାଚନ : ପୂଜାପରେ ଜୋର ଧରିଲା  ବିଜେଡିର ପ୍ରଚାର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ଆସନ୍ତା 21 ତାରିଖ ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଦୁର୍ଗାପୂଜା ପାଇଁ ଗତ କିଛି ଦିନ ହେଲା ପ୍ରଚାର ଟିକେ ଧିମେଇ ଯାଇଥିବା ବେଳେ ଆଜି ସକାଳୁ ଦଲୀୟ ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଙ୍କର ପାଇଁ ପ୍ରଚାର କରିବାକୁ ଦଳର ବହୁ ବରିଷ୍ଟ ନେତା ମୈଦାନ ରେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଆଜି ବିଜେପୁର ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରୀମତୀ ରୀତା ସାହୁ ନିଜେ  ମନ୍ତ୍ରୀ ଡ଼ ଅରୁଣ ସାହୁ , ମନ୍ତ୍ରୀ ଟୁକୁନି ସାହୁ , ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ  , ଦଳର ଜିଲ୍ଲା ଉପସଭାପତି ଶ୍ରୀ ଜନାର୍ଦନ ପାଣିଗ୍ରାହୀ ତଥା ଦଳର ଅନ୍ୟାନ୍ୟ କର୍ମକର୍ତା ଙ୍କର ସହିତ ଡୋର ଟୁ ଡୋର ପ୍ରଚାର କରିଥିବା ବେଳେ ବିଭିନ୍ନ ସ୍ଥାନରେ ସଭାସମିତି କରି ରାଜ୍ୟ ସରକାରଙ୍କର ସଫଳତା ବର୍ଣନା କରିବା ସହିତ ବିଜେପୁରର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜୁ ଜନତା ଦଳକୁ ଭୋଟ ଦେବାପାଇଁ ଲୋକଙ୍କୁ ନିବେଦନ କରିଥିଲେ । ସେହି ଭଳି ଗାଇସିଲେଟ ଅଂଚଳରେ ଶ୍ରୀମତୀ ରୀତା ସାହୁ ଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ  ନବ ଦାଶ , ସୁକିନ୍ଦା ବିଧାୟକ ପ୍ରୀତି ରଂଜନ ଘଡେଇ  , ଚୈତନ୍ୟ ସାହୁ ପ୍ରମୁଖ ,ବ୍ଲକର ବିଭିନ୍ନ ସ୍ଥାନରେ ଜୋରଦାର ପ୍ରଚାର କରିଥିଲେ । ବରପାଲି ବ୍ଳକରେବରିଷ୍ଠ ମନ୍ତ୍ରୀ  ପ୍ରଫୁଲ୍ଲ ମଲ୍ଲିକ , ମନ୍ତ୍ରୀ  ନିରଞ୍ଜନ ପୂଜାରୀ , ପୁଷ୍ପେନ୍ଦ୍ର ସିଂଦେଓ , ରାଜନଗର ବିଧାୟକ  ଧ୍ରୁବ ସାହୁ, ଭୁବନେଶ୍ୱର ଉତ୍ତର  ବିଧାୟକ ସୁଶାନ୍ତ ରାଉତ , ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦଲି  , ଚିଲିକା ବିଧାୟକ ଗଣେଶ ଜଗଦେଵ , ନୂଆପଡା ବିଜୁ ଜନତା ଦଳର ପର୍ଯବେକ୍ଷକ  ସୌଭାଗ୍ୟ ରଂଜନ ନାୟକ ,  ପିକୁ ମିଶ୍ର ପ୍ରମୁଖ ଦଳ ପାଇଁ ପ୍ରଚାର କରିଥିଲେ । 

ଏଠାରେ ସୂଚନାଯୋଗ୍ୟ ଯେ ଆସନ୍ତା 17 ଓ 18 ତାରିଖ ମୁଖ୍ୟମନ୍ତ୍ରୀଙ୍କର ବିଜେପୁର ନିର୍ବାଚନ ମଣ୍ଡଳୀ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଅତି କମରେ ତିନି ଗୋଟି ଜନସଭା କରିବା ସହିତ ରୋଡ଼ ସୋ ମଧ୍ୟ କରି ପାରନ୍ତି । ମୁଖ୍ୟମନ୍ତ୍ରୀଙ୍କର ବିଜେପୁର ଗସ୍ତ ପାଇଁ ଦଳ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ୟାୟରେ  ।

0
0
0
s2sdefault