ହେଡଲାଇନସ୍:

ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ ଦିବସ ଅବସରରେ ମହିଳା ମହାବିଦ୍ୟାଳୟରେ ବକ୍ତୁତା ପ୍ରତିଯୋଗିତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ  ପାରଳାଖେମୁଣ୍ଡି ସ୍ଥିତ  ମହିଳା ସ୍ନାତକ ମହାବିଦ୍ୟାଳୟର ସଭାକକ୍ଷ ଠାରେ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ-ବାର୍ଷିକୀ ପାଳନ ଅବସରରେ ଛାତ୍ରୀ ମାନଙ୍କ ମଧ୍ୟରେ  ବକ୍ତୁତା ପ୍ରତିଯୋଗିତା ପ୍ରତିଯୋଗିତା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।

    ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପିକା ଡ଼ଃ.ଭାରତୀ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ  କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

    ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ.ରୀନା ସାହୁ ଯୋଗଦେଇ ନିଜ ଅଭିଭାଷଣରେ ସ୍ୱଚ୍ଛତା , ପରିବେଶ ସୁରକ୍ଷା ଓ ଜାତି ପ୍ରଥା ସମ୍ପର୍କରେ ଜାତିର ପିତା ମହାତ୍ମାଗାନ୍ଧୀ କିଭଳି ଗୁରୁତ୍ୱ ଦେଇଥିଲେ ତାହା ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।

    ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା ମାନେ  ବରଦା ଆଚାର୍ଯ୍ୟ , ଡ଼ଃ.କଲ୍ୟାଣୀ ମିଶ୍ର  ପ୍ରମୁଖ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ ।

    ଏହି ଅବସରରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ  ବର୍ଷର କଳା ଛାତ୍ରୀ ସୁଲତା ପାଣିଗ୍ରାହୀ ପ୍ରଥମ ସ୍ଥାନ , ଦ୍ୱିତୀୟ  ବର୍ଷର କଳା ଛାତ୍ରୀ ମଧୁସ୍ମିତା ଭୂୟାଁ  ଦ୍ୱିତୀୟ ସ୍ଥାନ, ମନିତା ଶବର  ଓ  ଜେନିତା ରଇତ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ। 

ଶେଷରେ ଅଧ୍ୟକ୍ଷା ଡ଼ଃ. ରୀନା ସାହୁ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।  ଶେଷରେ  ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଡ଼ଃ.ଭାରତୀ ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault