ହେଡଲାଇନସ୍:

ଓଡ଼ଗାଁ ଅଞ୍ଚଳ ବ୍ୟବସାୟୀ ସାଇବର ଠକେଇର ଶିକାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ୫୦ରୁ ଉର୍ଦ୍ଧ୍ବ ଜମାଖାତା ସାଇବର ବିଭାଗ ଦ୍ଵାରା ଅଚଳ,

  • ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଅଚଳ ହୋଇ ବ୍ୟାଙ୍କରେ ପଡ଼ିରହିଛି


ଓଡ଼ଗାଁ,୧୪।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏବଂ ଶରଣକୁଳ ଥାନା ଅଞ୍ଚଳରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଜମାଖାତାଧାରୀଙ୍କ ଜମା ଖାତାରେ ଆଜକୁ ୪ ମାସହେଲା ୪ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଅଚଳ ଅବସ୍ଥାରେ ଫସି ରହିଛି । ଅଭିଯୋଗ ଅନୁସାରେ ଗତ ମାର୍ଚ୍ଚ ୨୨ ତାରିଖରେ ଜଣେ ଜମାକର୍ତାଙ୍କ ଜମାଖାତା ଅଚଳ ହୋଇ ପଡିବାରୁ ଓଡ଼ଗାଁ ୟୁନିୟନ ବ୍ୟାଙ୍କ ଶାଖାକୁ ଯାଇ ଘଟଣା ସମ୍ପର୍କରେ ବୁଝିଥିଲେ । ଫୋନ୍ ପେ ମାଧ୍ୟମରେ ଅଭିଯୋଗ କାରିଗରଙ୍କ ଜମା ଖାତାକୁ ଆସିଥିବା ୬ହଜାର ୨ଶହ ଟଙ୍କା ପାଇଁ ମୁମ୍ବାଇ ସାଇବର ସଂସ୍ଥା ଜମା ଖାତାକୁ ଅଚଳ କରିଥିବା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ । ତେବେ ଗୋଟିଏ ଜମାଖାତା ନୁହେଁ, ଏହିପରି ୬ହଜାର ୨ଶହ ଟଙ୍କା କିମ୍ବା ତାହାର ଗୁଣିତକ ୧୨ ହଜାର ୪ଶହ ଟଙ୍କା ଲେଖାଏଁ ଆସିଥିବା ଜମା ଖାତା ଗୁଡ଼ିକୁ ଏଭଳି ଅଚଳ କରିଦିଆଯାଇଥିବା ଜଣାପଡ଼ିଥିଲା । ହେଲେ କେବଳ ୟୁନିୟନ ବ୍ୟାଙ୍କ ନୁହେଁ, ଷ୍ଟେଟ ବ୍ୟାଙ୍କ, ଏଚଡିଏଫସି ଇତ୍ୟାଦି ବ୍ୟାଙ୍କ ମାନଙ୍କରେ ମଧ୍ୟ ଏହିଭଳି ୫୦ରୁ ଉର୍ଦ୍ଧ୍ବ ଖାତା ଖାତା ଅଚଳ ହୋଇଥିଲା । ବ୍ୟାଙ୍କ ମାନଙ୍କରେ ଏନେଇ ଖାତାଧାରିମାନେ ଅଭିଯୋଗ କରିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କ ଠାରୁ ଏକ ଅଣ୍ଡରଟେକିଂ ନେଇ ସାଇବର ଫ୍ରଡ ମାଧ୍ୟମରେ ମିଳିଥିବା ୬ ହଜାର ୨ ଟଙ୍କା କିମ୍ବା ତାହାର ଗୁଣିତକ ମୂଲ୍ୟ ଅର୍ଥକୁ ଅଚଳ କରି ଜମା ଖାତା ଗୁଡ଼ିକୁ ଚାଲୁ କରିଛନ୍ତି । ମାତ୍ର ତଦନ୍ତ ସରିନଥିବାରୁ ୪ ମାସହେଲା ଉକ୍ତ ଅର୍ଥରାଶି ବ୍ୟାଙ୍କରେ ଅଚଳ ଅବସ୍ଥାରେ ପଡ଼ିରହିଛି । ଅଭିଯୋଗକାରିଙ୍କ କହିବା ଅନୁସାରେ କ୍ରେତା ସାମଗ୍ରୀ କ୍ରୟ କରିବା ପରେ ଫୋନ୍ ପେ ମାଧ୍ୟମରେ ସାମଗ୍ରୀର ମୂଲ୍ୟ ଦେଇଥିବାରୁ ଏଥିରେ ଆମର କୌଣସି ଦୋଷ ନାହିଁ । ଏଣୁ ଉକ୍ତ ଟଙ୍କା ତୁରନ୍ତ ଆମକୁ ଫେରାଇ ଦିଆଯାଉ। ଅନ୍ୟପକ୍ଷରେ କ୍ରେତା କ୍ରୟ ସାମଗ୍ରୀ ବଦଳରେ ଗୋଟିଏ ଥରରେ ୬ ହଜାର ୨ଶହ ଲେଖାଏଁ ଏହିପରି ଏକାଧିକ ଥର ଗୋଟିଏ ଜମା ଖାତାକୁ ପଠାଇଥିବା ଦେଖିବାକୁ ମିଳିଥିଲା । ତେବେ ବିକ୍ରେତା ଏକଥାକୁ ଗୁରୁତ୍ବ ଦେଇନଥିଲେ। ଏଭଳି ଘଟଣାରେ ଓଡ଼ଗାଁ ସିନେମା ହଲ ଛକର ଜଣେ ସିମେଣ୍ଟ ବ୍ୟବସାୟୀଙ୍କ ଠାରୁ କ୍ରୟକରିବା ପରେ ଜମା ଖାତାକୁ ୬ହଜାର ୨ ଶହ ଲେଖାଏଁ ୧୦ ଥରରେ ୬୨ ହଜାର ଟଙ୍କା ତାଙ୍କ ପଠାଇଥିଲେ । ତେବେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ କ୍ରେତା ଏବଂ ବିକ୍ରେତାଙ୍କ ମଧ୍ୟରେ ଦେଣନେଣ ହୋଇଥିବା ବେଳେ ତଦନ୍ତକାରୀ ସାଇବର ସଂସ୍ଥା ଏପର୍ଯ୍ୟନ୍ତ ସେମାନଙ୍କ ନିକଟରେ ପହଞ୍ଚିପାରି ନାହାଁନ୍ତି । ସୂଚନା ଥାଉକି କିଛିମାସ ପୂର୍ବେ ଏପରି ଘଟଣାରେ ଓଡ଼ଗାଁ ଏନ୍ଏସିର ୩ ଜଣ ଯୁବକଙ୍କୁ ଗିରଫ କରି ଛତିଶଗଡ଼ ନେଇ ଯାଇଥିଲେ। ସ୍ଥାନୀୟ ଅଞ୍ଚଳରେ ଠକେଇ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଏବେବି ଠକେଇ କାର୍ଯ୍ୟ ଚାଲୁ ରଖିଥିବା ବେଳେ ତଦନ୍ତକାରୀ ସଂସ୍ଥା କେବେ ସେମାନଙ୍କ ପାଖରେ ପହଞ୍ଚିବ ତାହା ସମୟ କହିବ । ତଦନ୍ତ ଆଳରେ ବିଳମ୍ବ ନକରି ଅଚଳ ଟଙ୍କାକୁ ସଚଳ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି।

0
0
0
s2sdefault