ହେଡଲାଇନସ୍:

ବିଜେପୁର ମହାସଂଗ୍ରାମ: ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆସନ୍ତା 21 ରେ ବିଜେପୁର ଉପନିର୍ବାଚନ । ଉପନିର୍ବାଚନ ପାଇଁ ଆଜି ଥିଲା ନାମାଙ୍କନ ର ଶେଷ ତାରିଖ । ଗତ ଶନିବାର ସୁଧ୍ଯା କୋଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବା ବେଳେ ଆଜି ମୋଟ ସାତ (7)ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । 

      ଆଜି ପଦ୍ମପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଙ୍କର ନିକଟରେ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ମନେ ହେଲେ ବିଜୁ ଜନତା ଦଳରୁ ପୂର୍ବତନ ବିଧାୟିକା ଶ୍ରୀମତୀ ରୀତା ସାହୁ , କଂଗ୍ରେସ ପ୍ରାର୍ଥୀ ଭାବରେ ଶ୍ରୀ ଦିଲୀପ କୁମାର ପଣ୍ଡା , ବିଜେପି ରୁ ଶ୍ରୀ ସନତ ଗଡ଼ତିଆ , ଅଖିଳ ଭାରତୀୟ ହିନ୍ଦୁ ମହାସଭା ର ଅଶୋକ ମିତ୍ତଳ , ସମାଜବାଦୀ ପାର୍ଟି ର ଗଙ୍ଗାଧର ପୂଜାରୀ , ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ଡୋଳାମଣି ବେହେରା , ଓ ବୃନ୍ଦାବନ ପୁରୋହିତ ।

        ଆସନ୍ତା କାଲି ପ୍ରାର୍ଥୀ ପତ୍ର ଜାଞ୍ଚ ହେବ ଓ ତିନି ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବାର ତାରିଖ ନିର୍ଦ୍ଧାରିତ ହେଇଛି ।

0
0
0
s2sdefault