ହେଡଲାଇନସ୍:

ହେଇ ଦେଖନି..... ଏ ନାନୀ ବି କରୁଥିଲେ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରୁ ଦଲାଲ ଗିରଫ 

ଜଗତସିଂହପୁର:(ରମେଶ ମହାନ୍ତି):-  ଜଗତସିଂହପୁର ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଜଣେ ମହିଳା ଦଲାଲକୁ ଆଜି ଜଗତସିଂହପୁର ପୋଲିସ୍ ଗିରଫ କରିବା ସହ ତାଙ୍କ ନାମରେ ୩୧୫/୧୯ -ନଂ ରେ ଏକ କେସ୍ ରୁଜୁ କରିବା ସହିତ ୪୪୭,୪୧୯ ,୪୧୭,ଓ 420 ଦଫା ରୁଜୁ ହୋଇଥିବା ବେଳେ ଆସନ୍ତା କାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଗତସିଂହପୁର ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରାଯାଇଛି।ସୂଚନାନୁଯାୟୀ ଦିର୍ଘଦିନ ହେବ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ କିଛି ଦଲାଲ ଆଡ୍ଡା ଜମାଇ ରୋଗୀ ମାନଙ୍କୁ କେତେକ ନିର୍ଦ୍ଦିଷ୍ଟ ମେଡ଼ିସିନ ଦୋକାନ ଓ ପାଥୋଲାବ୍ କୁ ନେବାପାଇଁ ପ୍ରବର୍ତ୍ତାଉଥିଲେ।ଫଳରେ ଉକ୍ତ ଦଲାଲ ମାନଙ୍କ ଶିକାର ହେଉଥିବା ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ ।ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଆସୁଥିବା ଜଣାପଡିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରତି ଚିକିତ୍ସାଳୟକୁ ଦଲାଲ ମୁକ୍ତ କରିବା ପାଇଁ ସମସ୍ତ ଥାନା ମାନଙ୍କୁ ନିର୍ଦେଶ ଦେଇଛନ୍ତି ।ଉକ୍ତ ନିର୍ଦ୍ଦେଶାନୁଯାୟୀ ଆଜି ଜଗତସିଂହପୁର ଥାନା ପକ୍ଷରୁ ଚଢ଼ାଉ କରାଯାଇ ଉକ୍ତ ଥାନା ଅନ୍ତର୍ଗତ ପଟେଣି ଗାଁ ର ପ୍ରମିଳା ମହାନ୍ତି (୩୫)ଙ୍କୁ ପୋଲିସ ଗିରଫ କରିଛି ।ଶ୍ରୀମତୀ ମହାନ୍ତି ଦିର୍ଘ ଦିନ ଧରି ଦଲାଲ କରିଆସୁଥିବା କଥା ପୋଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା।ଏନେଇ ତାଙ୍କୁ ପୋଲିସ୍ ଗିରଫ କରିଥିବା ଜଣାପଡିଛି।

0
0
0
s2sdefault