ହେଡଲାଇନସ୍:

ଝଙ୍କଡ଼ ଶାରଳା ପୀଠ ଓ ଗୋରଖନାଥ ପୀଠ ପରିଦର୍ଶନ କଲେ ଦେବୋତ୍ତର କମିଶନର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗତସିଂହପୁର:(ରମେଶ ମହାନ୍ତି):- ଦେବୋତ୍ତର ବିଭାଗ କମିଶନର ଚିତରଂଜନ ମହାପାତ୍ର ଗୁରୁବାର ଦିନ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଝଙ୍କଡ଼ ସ୍ଥିତ ମା'ଶାରଳାଙ୍କ ପୀଠ ପରିଦର୍ଶନ କରିବା ସହିତ ରଘୁନାଥପୁର ବ୍ଲକ୍ କେରେକେରାସ୍ଥିତ ବିଭୁତି କ୍ଷେତ୍ର ପ୍ରଭୁ ଗୋରଖନାଥ ପୀଠ ପରିଦର୍ଶନ କରିଥିଲେ। ଗୋରଖନାଥ ପୀଠ ପରିଦର୍ଶନ କରିବା ସମୟରେ ପୀଠର ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ସହ ପଠାଯାଇଥିବା ବିଭିନ୍ନ କାର୍ଯ୍ୟର ଏଷ୍ଟିମେଟ କପି ଯଥା ଶୀଘ୍ର ପଠାଇବା ପାଇଁ ଟ୍ରଷ୍ଟ ବୋର୍ଡ଼କୁ ନିର୍ଦ୍ଧେଶ ଦେଇଛନ୍ତି । ମଧ୍ୟାହ୍ନରେ କମିଶନର ଶ୍ରୀ ମହାପାତ୍ର ଓ ସହକାରୀ କମିଶନର ଦେବାଶିଷ ଦାସ ପୀଠ ପରିସରରେ ପହଂଚିଥିଲେ । ସେଠାରେ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବୋର୍ଡ଼ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଗ୍ରାମ କେଶରୀ ଭଳ ଙ୍କ ସହ ସଭ୍ୟମାନେ ପୀଠ ଉନ୍ନତି ପାଇଁ ରିଜଲ୍ୟୁସନ ମାଧ୍ୟମରେ ପଠାଯାଇଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ବୁଲାଇ ଦେଖାଇଥିଲେ । ପରିସର ମଧ୍ୟରେ ଥିବା ପୋଖରୀର ପୁନରୁଦ୍ଧାର, ଯାତ୍ରୀ ନିବାସ, ଭୋଗ ଓ ଦୀପ ଦୋକାନର ନୂତନ ଗୃହ ନିର୍ମାଣ , ପୀଠ ଚଟାଣର ଉନ୍ନତି, ହନୁମାନ ମୂର୍ତି ପ୍ରତିଷ୍ଠା, ଗଣେଷ ମୂର୍ତି ସ୍ଥାପନ ନିମନ୍ତେ ମନ୍ଦିର ନିର୍ମାଣ , ଅଧିକ ପ୍ରସାଦ ମଣ୍ଡପର ବ୍ୟବସ୍ଥା , ଟ୍ରଷ୍ଟ ବୋର୍ଡ଼ ସଭା ଗୃହ ନିର୍ମାଣ ସମେତ ଅନେକ କାର୍ଯ୍ୟ କରାଯିବା ନିମନ୍ତେ ଗତ ୩ ବର୍ଷ ତଳୁ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ରିଜଲ୍ୟୁସନ ମାଧ୍ୟମରେ ଅବଗତ କରାଯାଇଥିଲା । ତେବେ ଉକ୍ତ କାର୍ଯ୍ୟର ପ୍ଲାନ୍ ଓ ଏଷ୍ଟିମେଟ ସରକାରୀ ବିଭାଗର ଯନ୍ତ୍ରୀଙ୍କ ଦ୍ୱାରା କରାଯାଇ ଖୁବ ଶୀଘ୍ର ପଠାଇବା ପାଇଁ କମିଶନର ନିର୍ଦ୍ଧେଶ ଦେଇଥିଲେ । ଏଥିସହ ପୂଜକଙ୍କ ପକ୍ଷରୁ ଥିବା ବିଭିନ୍ନ ସମସ୍ୟା ସହ ଅବଗତ ହୋଇ ନିରାକରଣ ପାଇଁ ଉଦ୍ୟମ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ପୂଜକ ମାନଙ୍କ ବଂଶାବଳୀ ତାଲିକା ଟ୍ରଷ୍ଟ ବୋର୍ଡ଼କୁ ପ୍ରଦାନ ଓ ସେମାନଙ୍କୁ ପୂଜକ ପରିଚୟ ପତ୍ର ପ୍ରଦାନ ସମ୍ପର୍କରେ କମିଶନର ମହାପାତ୍ର ମତ ରଖିଥିଲେ । ଶେଷରେ ପ୍ରଭୁଙ୍କ ପୂଜା ନୀତି ସୁଚାରୁ ରୂପେ ତୁଲାଇବା ପାଇଁ ଉଭୟ ଟ୍ରଷ୍ଟ ବୋର୍ଡ଼ ଓ ପୂଜକ ମାନେ ଯତ୍ନବାନ ହେବା ପାଇଁ ପରାମର୍ଶ ରଖିଥିଲେ । ଟ୍ରଷ୍ଟ ବୋର୍ଡ଼ ସଭ୍ୟ ଆଡ଼ଭୋକେଟ ଜୀବନ ବଲଭ ମହାନ୍ତି, ସୁରେନ୍ଦ୍ରନାଥ ସ୍ୱାଇଁ, ସୁଶାନ୍ତ କୁମାର ଦାସ, କ୍ଷୀରୋଦ ମହାନ୍ତି , ପ୍ରଦୀପ୍ତ ମହାନ୍ତି, ବାଦଲ ଯୋଗାଣିଆ, କିରାଣୀ ସରୋଜ ସାହାଣୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଟ୍ରଷ୍ଟ ବୋର୍ଡ଼ ସଭ୍ୟମାନେ ଅପରାହ୍ନରେ ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଳାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବା ସହ ଯଥା ଶୀଘ୍ର ପ୍ଲାନ ଏଷ୍ଟିମେଟ ପ୍ରସ୍ତୁତ କରିବା ସମ୍ପର୍କରେ ମତ ରଖିଛନ୍ତି ବୋଲି ଜଣାପଡ଼ିଛି।

0
0
0
s2sdefault