ହେଡଲାଇନସ୍:

ଝର ଉଚ୍ଚ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା,(ମନୋଜ ଭୋଇ)- ବରଗଡ ଜିଲ୍ଳା ଝରସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଅପରାହ୍ନରେ ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ  ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ପଧାନ ଏବଂ ଖେଳ ଶିକ୍ଷକ ଲକ୍ଷ୍ମିକାନ୍ତ ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦାମ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ଆମନ୍ତ୍ରୀତ ଅତିଥି, ଶିକ୍ଷକ, ଶିକ୍ଷୟତ୍ରି ଏବଂ ସ୍କୁଲର ଛାତ୍ର ଛାତ୍ରୀ ଗଣ ଉଭୟ ଶିକ୍ଷକଙ୍କ ଅତୀତର ସ୍ମୃତି ସବୁକୁ ଉପସ୍ଥାପନା କରିବା ସହ ତାଙ୍କର ସୁଖ, ସମୃଦ୍ଧି କାମନା କରିଥିଲେ । ଶିକ୍ଷକ ସରୋଜ ମେହେର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ସୁଦାମ ସାହୁ ସଭାଟିକୁ ପରିଚାଲନା କରିଥିଲେ । ଜଗନ୍ନାଥ ପାଢୀ, ରାମଚନ୍ଦ୍ର ସାହୁ, ସୁଶିଲ ଭୋଇ, ବିଲାସିନୀ ପଣ୍ଡା, ସୁଦୀପ୍ତା ବେହେରା, ସୀମା ବେହେରା, ହିରାବତୀ ମେହେର ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ସଭା ଶେଷରେ ଉପସ୍ଥିତ ଆମନ୍ତ୍ରୀତ ଅତିଥି, ଶିକ୍ଷକ, ଶିକ୍ଷୟତ୍ରି ଏବଂ ସ୍କୁଲର ଛାତ୍ର ଛାତ୍ରୀ ଏକ ଶୋଭାଯାତ୍ରାରେ ଖେଳ ଶିକ୍ଷକ ଶ୍ରୀ ସାହୁଙ୍କୁ ଝରସ୍ଥିତ ତାଙ୍କର ବାସ ଭବନ ପର୍ଯ୍ୟନ୍ତ ଏବଂ ପୁର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ପଧାନଙ୍କୁ ସାର୍ଗୁଣାପାଲିସ୍ଥିତ ତାଙ୍କ ବାସ ଭବନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।

0
0
0
s2sdefault