ହେଡଲାଇନସ୍:

ଓଡ଼ିଶା ପାଇଲା ତିନୋଟି ସ୍କଚ୍ ଆଓ୍ୱାର୍ଡ :  "ଓଡ଼ିଶା ମିଲେଟ୍ ମିଶନ' ଓ "ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ'କୁ ସ୍କଚ୍ ଅର୍ଡର ଅଫ୍ ମେରିଟ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଓଡ଼ିଶାକୁ ତିନୋଟି ସ୍କଚ୍ ଆଓ୍ୱାର୍ଡ ମିଳିଛି | ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ଅଧୀନରେ ହେଉଥିବା କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ ଓ ଏହାର କାର୍ଯ୍ୟକାରିତାରେ ଉତ୍କର୍ଷ ନିମନ୍ତେ ୨୦୧୯ ବର୍ଷ ପାଇଁ ସ୍କଚ୍ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ "ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ' ଏବଂ "ଓଡ଼ିଶା ମିଲେଟ୍ ମିଶନ' ସ୍କଚ୍ ଅର୍ଡର ଅଫ୍ ମେରିଟ୍ ସମ୍ମାନ ଲାଭ କରିଛି | କୃଷି କ୍ଷେତ୍ରରେ ତୃଣମୂଳ ସ୍ତରରେ ଅଭିନବ ଯନ୍ତ୍ରପାତି ବ୍ୟବହାର କରି କୃଷି ଉତ୍ପାଦନ ବୃଦ୍ଧି ଓ ଉତ୍ପାଦିତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପଥରୁ "ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ' ଆରମ୍ଭ କରାଯାଇଥ#ଲାା ନ୍ୟାସନାଲ୍ ଇନୋଭସେନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏହି ଅଭିନବ ଯୋଜନା ପ୍ରସ୍ତୁତ କରାଯାଇ ତୃଣମୂଳ ସ୍ତରରେ ଅଭିନବ ଚିନ୍ତାଧାରାକୁ ଚିହ୍ନଟ ଓ ପ୍ରୋତ୍ସାହନ ଦେବା

ଉଦ୍ଦେଶ୍ୟରେ ଏହାକୁ କାର୍ଯ୍ୟକାରୀ କରାହେଉଛିା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ୧୭/୦୫/୨୦୧୮ରେ ଏହି ଯୋଜନାର ଶୁଭାରମ୍ଭ କରିଥ#ଲୋ କୃଷି ଯନ୍ତ୍ରପାତି ନର୍ମାଣ କ୍ଷେତ୍ରରେ ଅଭିନବ ଜ୍ଞାନକୌଶଳ ସମୃଦ୍ଧ କୃଷକମାନଙ୍କୁ ରାଜ୍ୟ ଓ ଜିଲ୍ଲାସ୍ତରରେ ସମ୍ମାନିତ କରିବା ପାଇଁ ରାଜ୍ୟ ସରକାର "ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ' ପ୍ରଦାନ କରାଯାଉଛିା ଏହି କ୍ରମରେ ଅଭିନବ କୃଷି ଯନ୍ତ୍ରପାତିର ବିକାଶ ଓ ପ୍ରୟୋଗ ପାଇଁ ୧୧ ଜଣ ସଫଳ ଚାଷୀଙ୍କୁ ରାଜ୍ୟସ୍ତରରେ ସମ୍ମାନିତ କରାଯାଇଥିଲାା ଓଡ଼ିଶା ମିଲେଟ୍ ମିଶନ୍ରେ ସ୍ୱଳ୍ପ ବୃଷ୍ଟି ହେଉଥିବା ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ବାଜରା, ଯଅ ପ୍ରଭୃତି ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ୨୦୧୭-୧୮ ବର୍ଷରେ "ଓଡ଼ିଶା ମିଲେଟ୍ ମିଶନ' ଆରମ୍ଭ କରିଥିଲୋ କ୍ଷୁଦ୍ର ଶସ୍ୟ ଜନଜାତି ଅଧ୍ୟୁଷିତ ଅଞ୍ଚଳର ପ୍ରଧାନ ଖାଦ୍ୟ ହୋଇଥ#ବା ଏବଂ ଏଥିରେ ଅଧିକ ପରିମାଣରେ ପୁଷ୍ଟିସାର ଓ ପୋଷକ ତତ୍ତ୍ୱ ସହ ମରୁଡ଼ି ସହନଶକ୍ତି ଥିବାରୁ ରାଜ୍ୟ ସରକାର ଏଥି  ପ୍ରତି ଗୁରୁତ୍ୱ ଦେଇ ଓଡ଼ିଶା କ୍ଷୁଦ୍ର ଶସ୍ୟ ମିଶନ ଗଠନ କରିଛନ୍ତିା ପ୍ରଥମେ ଏହାକୁ ୭ଟି ଜିଲ୍ଲାର ୩୦ଟି ବ୍ଲକ୍ରେ ଆରମ୍ଭ କରାଯାଇଥିଲାା ପରବର୍ତ୍ତୀ ସମୟରେ ରାଜ୍ୟର ୧୪ ଜିଲ୍ଲାର ୭୨ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛିା ସେଥି ମଧ୍ୟରୁ ୧୩ଟି ଜିଲ୍ଲାର ୬୫ଟି ବ୍ଲକ୍ରେ ଏହା ରାଜ୍ୟ ଯୋଜନାରୁ କାର୍ଯ୍ୟକାରୀ ହେଉଛିା

କେଉଁଝର ଜିଲ୍ଲାର ୭ଟି ବ୍ଲକରେ  ଏହି ମିଶନକୁ ଜିଲ୍ଲା ଖଣିଜ ଫାଉଣ୍ଡେସନ୍ ପାଣ୍ଠି ରୁ କାର୍ଯ୍ୟକାରୀ କରାଯାଉଛିା ଏହାକୁ ଭାରତ ସରକାର ଏକ ମଡେଲ୍ ଭାବେ ଗ୍ରହଣ କରି ଅନ୍ୟ ରାଜ୍ୟମାନଙ୍କୁ ଏହାର ଅନୁକରଣ ପାଇଁ ପରାମର୍ଶ ଦେଇଛନ୍ତିା ନିତି ଆୟୋଗ ପକ୍ଷରୁ ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ମଧ୍ୟାହ୍ନ ଭୋଜନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଲଘୁ ଶସ୍ୟକୁ ଅନ୍ତର୍ଭୁକ୍ତ କରିବା ପାଇଁ କୁହାଯାଇଛିା ଓଡ଼ିଶା ମିଲେଟ୍ ମିଶନ ଅନୁକରଣରେ ଛତିଶଗଡ଼ର ଯୋଜନା କମିଶନର ତାଙ୍କ ରାଜ୍ୟରେ ମିଲେଟ୍ ମିଶନ କାର୍ଯ୍ୟକାରୀ କରିବା ପାଇଁ ସୁପାରିଶ କରିଛନ୍ତିା ପ୍ରକାଶଯୋଗ୍ୟ ଯେ ଓଡ଼ିଶା ମିଲେଟ୍ ମିଶନକୁ ୨୦୧୭-୧୮ରେ ସ୍କଚ୍ ଟ୍ରାନ୍ସଫରମେସନ୍ ଇନୋଭେସନ୍ ଆଓ୍ୱାର୍ଡରେ ରୌପ୍ୟ ପଦକ ମିଳିଥିଲାା 

 

0
0
0
s2sdefault