ହେଡଲାଇନସ୍:

ବିଜେପି ପ୍ରାର୍ଥୀ ଘୋଷଣା କରିନି, ପ୍ରାର୍ଥୀପତ୍ର ନେଲେ ଗଡତିଆ : ନିରାଶ ହୋଇ ପାରନ୍ତି ପ୍ରଦୀପ ଓ ଅନ୍ୟ ଆଶାୟୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଜେଡି ପ୍ରାର୍ଥୀ ଘୋଷଣା କରିନି । ବିଜେପି ପ୍ରାର୍ଥୀ ଘୋଷଣା କରିନି । କଂଗ୍ରେସ କରିଛି ତାର ପ୍ରାର୍ଥୀ ଘୋଷଣା । ଆଉ ନାଁ ଘୋଷଣା ପରେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଆଜି କିଣିଛନ୍ତି ପ୍ରାର୍ଥୀ ପତ୍ର । ଆଉ ସବୁଠାରୁ ମଜା କଥା ହେଉଛି ବିଜେପି ପ୍ରାର୍ଥୀ ଘୋଷଣା କରି ନଥିଲେ ବି ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ଭଲ ଭୋଟ ପାଇଥିବା ସନତ ଗଡତିଆ ଆଜି ପ୍ରାର୍ଥୀ ପତ୍ର କିଣିଛନ୍ତି । ଅର୍ଥାତ ଶ୍ରୀ ଗଡତିଆ ନିର୍ବାଚନ ଲଢ଼ିବା ଥୟ । ଆଉ ସେ ପ୍ରାର୍ଥୀପତ୍ର କିଣିଛନ୍ତି ମାନେ ସେ ନିହାତି ଭାବେ ଉପରୁ ପ୍ରତିଶ୍ରୁତି ପାଇଥିବେ । ଏହାର ଅର୍ଥ ବିଜେପି ପ୍ରାର୍ଥୀ ହେବା ପାଇଁ ଆଶା ବାନ୍ଧିଥିବା କୁନା ପୁରୋହିତ ବା ପ୍ରଦୀପ ପୁରୋହିତ ଓ ଅନ୍ୟ ଆଶାୟୀ ନିରାଶ ହୋଇ ପାରନ୍ତି । ନାଇଁ ଯଦି ସନତଙ୍କ ବ୍ୟତୀତ ଆଉ କାହାକୁ ପ୍ରାର୍ଥୀ କରାଯାଏ , ତେବେ ସନତ ଅସନ୍ତୁଷ୍ଟ ହୋଇ ସ୍ୱାଧୀନ ପ୍ରାର୍ଥୀ ହୋଇ ପାରନ୍ତି । ତାହା ବିଜେପି ପାଇଁ ଅଡ଼ୁଆ ହୋଇପାରେ । ଦେଖାଯାଉ ଦଳ ସନତଙ୍କୁ ରିପିଟ କରୁଛି ନା ପରିବର୍ତ୍ତନ କରୁଛି ।

ନାମାଙ୍କନ ଦାଖଲ କରିବା ଶେଷ ତାରିଖ ହେଉଛି ଚଳିତ ମାସ 30 ତାରିଖ । ଏପଟେ ଆଜି ସନ୍ଧ୍ୟା ସୁଦ୍ଧା ପଦ୍ମପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଙ୍କର ନିକଟରୁ 5 ଜଣ ନାମାଙ୍କନ ପତ୍ର ନେଇଥିବା ସୂଚନା ରହିଛି । କଂଗ୍ରେସ ପ୍ରାର୍ଥୀ ଶ୍ରୀ ଦିଲୀପ ପଣ୍ଡା , ସ୍ୱାଧୀନ ପ୍ରାର୍ଥୀ ଭାବେ ଶ୍ରୀ ଗଙ୍ଗାଧର ପୂଜାରୀ, ପ୍ରୀୟ ରଂଜନ ଭୋଇ , ଭାରତୀୟ ଜନତା ପାର୍ଟିର ସନତ ଗଡ଼ତିଆ ଓ ଅଖିଳ ଭାରତୀୟ ହିନ୍ଦୁ ପରିଷଦର ଅଶୋକ ମିତ୍ତଲ ମଧ୍ୟ ନାମାଙ୍କନ ପତ୍ର ନେଇଥିବା ସୂଚନା ରହିଛି । 

0
0
0
s2sdefault