ହେଡଲାଇନସ୍:

ବିଜେପୁର ପାଇଁ ଗାଇସିଲେଟ ରେ ପ୍ରସ୍ତୁତି ବୈଠକ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ :- ଏକ ପ୍ରକାର ଦେଖିବାକୁ ଗଲେ ବିଜେପୁର ମହାସଂଗ୍ରାମ (ଉପନିର୍ବାଚନ) ପାଇଁ ରାଜନୈତିକ ଦଳ ତଥା ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯାୟ ରେ । ଏହି କ୍ରମରେ ଆଜି ବିଜୁ ଜନତା ଦଳ ତରଫରୁ ଏକ ସାଙ୍ଗଠନିକ ବୈଠକ ନିର୍ବାଚନ ମଣ୍ଡଳୀ ର ଗାଇସିଲେଟ ଠାରେ ଆୟୋଜନ କରାଯାଇଥିଲା । ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାଶ , ଶ୍ରୀ ତାପସ ରାୟ ଚୌଧୁରୀ ପ୍ରମୁଖ ଯୋଗଦେଇ ଦଳୀୟ କର୍ମୀଙ୍କୁ ଆଗାମୀ ନିର୍ବାଚନ ପାଇଁ ତୃଣମୂଳ ସ୍ତରରୁ ପ୍ରସ୍ତୁତ ରହିବା ପାଇଁ କହିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ରହିଥିବା ପ୍ରତିବଦ୍ଧତା କୁ ପ୍ରତ୍ୟେକ ବ୍ୟକ୍ତି ଙ୍କର ନିକଟକୁ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । 

        ବିଜେପୁର ଉପନିର୍ବାଚନ ପାଇଁ ଯଦିଓ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ତମାନ ପର୍ଯନ୍ତ ଘୋଷଣା କରାଯାଇନାହିଁ , ତଥାପି ଦଳୀୟ ପ୍ରାର୍ଥୀ ଆସନ୍ତା 30 ତାରିଖରେ ପଦ୍ମପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଙ୍କର ନିକଟରେ ନାମାଙ୍କନ ଦାଖଲ କରିବେ ବୋଲି ପୂର୍ବରୁ ଦଳର ବରିଷ୍ଠ ନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିସାରିଛନ୍ତି । ଆଜି ର ବୈଠକ ପରେ ଦଲୀୟ କର୍ମୀ ଙ୍କର ମଧ୍ୟରେ ଉତ୍ସାହ ବହୁଗୁଣରେ ବୃଦ୍ଧି ପାଇଛି ସେମାନେ ଆଗାମୀ ନିର୍ବାଚନ ରେ ବିଜେପୁର ଓ ବିଜେପୁର ବାସୀଙ୍କର ଉନ୍ନତି ନିମନ୍ତେ ଦଲୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବେ ବୋଲି କର୍ମୀ ମାନେ ମତ ବ୍ୟକ୍ତ କରିଛନ୍ତି ।

0
0
0
s2sdefault