ହେଡଲାଇନସ୍:

ନୂତନ ଟ୍ରାଫିକ୍ ନିୟମ ନେଇ ସଚେତନତା :  ଦୃତ ଗାଡି ଚାଳନା ଉପରେ ଅଙ୍କୁଶ ଦାବି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘୁ. ଉଦୟଗିରି : ରାଇକିଆ ଥାନା ପକ୍ଷରୁ ଥାନା ପରିସରରେ ଥିବା ଅଭ୍ୟର୍ଥନା ଗୃହରେ ଗୁରୁବାର ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକଟିକୁ ନୂତନ ଥାନା ଅଧିକାରୀ ଅଲେଖ ଗରଡିଆ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷା ମାନିନୀ ପ୍ରଧାନ, ସମାନିତ ଅତିଥି ଭାବେ ରାଇକିଆ ଜିବନଜ୍ୟୋତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରଦିପ କୁମାର ନାୟକ ଯୋଗଦେଇ ସରକାରଙ୍କ ନୂତନ ମୋଟର ଯାନ ଆଇନ ସମ୍ପର୍କରେ ସୂଚନା ଦେଇଥିଲେ  । ଥାନା ଅଧିକାରୀଙ୍କ ଏହା ପ୍ରଥମ ବୈଠକ ଥିଲା ।ଏହି ବୈଠକରେ 'ମୋ ସରକାର' ଏକ ଜନହିତକର ଯୋଜନା ମାଧ୍ୟମରେ ପୋଲିସ କିପରି ଲୋକଙ୍କ ସହ ମିଶିବାର ସୁଯୋଗ ସୃଷ୍ଟି କରିବା ବିଷୟରେ ସୂଚନା ଦିଆଯାଇଥିଲା । ପୋଲିସ କିପରି ଲୋକମାନଙ୍କ ପ୍ରତି ଉତ୍ତମ ବ୍ୟବହାର  କରିବେ ତାହା ଆଲୋଚନା କରାଯାଇଥିଲା ।

 ଏହି ବୈଠକରେ ଯୁବଗୋଷ୍ଠୀଙ୍କ ଦ୍ବାରା ବାଇକ୍ ଦୃତଗତିରେ ଚାଳନା ସହ ମଝି ରାସ୍ତାରେ ଷ୍ଟଣ୍ଟ କରିବା, ଶଦ୍ଦ ପ୍ରଦୂଷଣ,ଏଲିଡି ଲାଇଟ୍,ଚୋରା ମଦ କାରବାର,ନାବାଳିକା ଚାଲାଣ, ଗୁଣିଗାରେଡି, ଏହି ପରି ଅନେକ ବିଷୟ ଉପରେ ଆଲୋଚନା ହୋଇଥିଲା ।ପୋଲିସ ଓ ପବ୍ଲିକ କିପରି ମିଳିତ ଭାବେ କାର୍ଯ୍ୟକରିବା ପାଇଁ କହିଥିଲେ । ଅଯଥା ଯାନବାହାନ ରୋଡ ଉପରେ ନରଖିବା ପାଇଁ ପରାମର୍ଶ ଦେଇଥିଲେ | ନଚେତ ଗାଡି ଥାନାକୁ ନିଆଯିବ ବୋଲି ସତର୍କ କରାଯାଇଥିଲା । ନାବାଳକଙ୍କୁ ବାଇକ ଚାଳନା କରିବାକୁ ବାରଣ କରାଯାଇଥିଲା ।ସରକାରଙ୍କ ପକ୍ଷରୁ ତିନି ମାସ ମଧ୍ୟରେ ଗାଡିର ସମସ୍ତ ପ୍ରକାର କାଗଜପତ୍ର ଠିକ୍ ଠାକ୍ କରି ସରକାର ଓ ପୋଲିସକୁ ସହଯୋର କରିବାକୁ ଅନୁରୋଧ କରାଯାଇଥିଲା  ।ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପଞ୍ଚୁ ପ୍ରଧାନ, ସରପଞ୍ଚ ରଶ୍ମିତା ପ୍ରଧାନ, ସୁଷମା ପ୍ରଧାନ, ପ୍ରେସ୍ କ୍ଲବରୁ ଅଭିମନ୍ୟୁ ପଣ୍ଡା, ରଜତ କୁମାର ନାୟକ, ବିରୁପାକ୍ଷ ପାତ୍ର, ମନୋଜ କୁମାର ଦିଗାଳ, ମଟର ଚାଳକ ସଂଘ ପକ୍ଷରୁ ଅନନ୍ତ ମାଝୀ, ଗୋପାଳ ରାଓ ସହ ସମସ୍ତ ସଦସ୍ୟ , ଅଟୋ ସଂଘ ପକ୍ଷରୁ ସମସ୍ତ ସଦସ୍ୟ ଏବଂ ଅଞ୍ଚଳର ବୁଦ୍ଧିଜୀବୀ , ଜନପ୍ରତିନିଧି ଉପସ୍ଥିତ ଥିଲେ | 

0
0
0
s2sdefault