ହେଡଲାଇନସ୍:

ଶାନ୍ତନୁ ବିଶ୍ୱାଳଙ୍କର ସ୍ମୃତି ରେ ଶ୍ରଦ୍ଧାଞ୍ଜଳି ସଭା ଓ ଵୃକ୍ଷରୋପଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ସ୍ବର୍ଗତ ଶାନ୍ତନୁ ବିଶ୍ୱାଳ , କେବଳ ଜଣେ ସାମ୍ବାଦିକ ନଥିଲେ ସେ ଥିଲେ ଜଣେ ପ୍ରକୃତି ପ୍ରେମୀ , ପ୍ରକୃତି ସହିତ ଥିଲା ତାଙ୍କର ନିବିଡ଼ ସମ୍ପର୍କ । ମୁଖ୍ୟତଃ ଗନ୍ଧମାର୍ଦ୍ଦନ ପର୍ବତ ଓ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରତି ରହିଛି ତାଙ୍କର ଅନେକ ଅବଦାନ ।ନୃସିଂହନାଥ ମନ୍ଦିରରେ ପାଣି ଲିକ ହେବା ଘଟଣା ହେଉ କି ଗନ୍ଧମାର୍ଦ୍ଦନ ଆନ୍ଦୋଳନ ହେଉ ଶାନ୍ତନୁ ଦା ସବୁଥିରେ ଆଗୁଆ ରହୁଥିଲେ  । ଆଜି ତାଙ୍କର ପୁଣ୍ୟତିଥୀ ଅବସରରେ ପାଇକମାଲ ସାମ୍ବାଦିକ ସଂଘ ଓ  ମନ୍ଦିର ପରିଚାଳନା କମିଟିର ମିଳିତ ପ୍ରୟାସରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ନିକଟରେ ଏକ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ କରାଯାଇଥିଲା । ଏହିସଭାରେ ଶାନ୍ତନୁ ଦା ଓ ନୃସିଂହନାଥ ମନ୍ଦିର ର ନିବିଡ଼ ସମ୍ପର୍କ ବାବଦରେ ଆଲୋଚନା କରାଯିବା ସହିତ ଦାଦାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ମହାପ୍ରଭୁ ନୃସିଂହନାଥ ଙ୍କର ନିକଟରେ ତାଙ୍କର ଆତ୍ମ ର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ଏହାପରେ ଶାନ୍ତନୁ ଦାଦାଙ୍କର ସ୍ମୃତିରେ ମନ୍ଦିର ଧର୍ମଶାଳା ନିକଟରେ ଵୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯକ୍ରମରେ ମନ୍ଦିର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ସୁବୋଧ ପଣ୍ଡା , ଜେକି ସରାଫ , ମନୋହର ସୁନା , ବିଷ୍ଣୁ ପସାୟତ ,ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ବଡ ଶଥପଥୀ , ସାମ୍ବାଦିକ ଶ୍ରୀ ସୁରଥ କୁମାର ସାହୁ , ସାମ୍ବାଦିକ ଶ୍ରୀ ଗୌରାଙ୍ଗ ଚରଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault