ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ରୋଲ-ପ୍ଲେ  ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୃତ ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ଓ କୌଶର ଶିକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ନାଟକ ଗୃହ ଠାରେ   ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ପକ୍ଷରୁ ଗଜପତି ଜିଲ୍ଲା ସ୍ତରୀୟ ରୋଲ-ପ୍ଲେ  ପ୍ରତିଯୋଗିତା ଜିଲ୍ଲାରେ  ଥିବା ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ଛାତ୍ର/ ଛାତ୍ରୀ ମାନଙ୍କ ମଧ୍ୟରେ  ଅନୁଷ୍ଠିତ ହୋଇଯାଇଛି ।

    ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ  ଯୋଗଦେଇ  ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ ।

       ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ  କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ,ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର  ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ।       

        ମୁଖ୍ୟତଃ ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରାଛାତ୍ରୀ ମାନେ ଜନସଂଖ୍ୟାର ବୃଦ୍ଧି ତାର କାରଣ ଓ ନିୟନ୍ତ୍ରଣ ଏବଂ କୈଶର ଶିକ୍ଷା ସମ୍ପର୍କରେ ନିଜେ ସଚେତନ ହେବା ସହ ଅନ୍ୟ ମାନଙ୍କ କ୍ଷେତ୍ରରେ ସଚେତନତା ସୃଷ୍ଟି କରାଇବାରେ  ବେଶ ସହାୟକ ହୋଇ ପାରିବେ ବୋଲି କହିଥିଲେ ।

       ବିଦ୍ୟାଳୟର ପ୍ରଧାନଶିକ୍ଷକ ବୃଷକେତୁ ଦାସ ସମ୍ମାନିତ ଅତିଥି ଭାବେ  ଯୋଗ ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ,ଅବସର-ପ୍ରାପ୍ତ ପ୍ରଧାନଶିକ୍ଷକ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ  ପ୍ରତିଯୋଗିତାର ବିଚାରକ ଭାବେ ଯୋଗ ଦେଇଥିଲେ ।

    ଏହି ପ୍ରତିଯୋଗିତା  ଜିଲ୍ଲାର ୧୫ ଗୋଟି ଉଚ୍ଚ ବିଦ୍ୟାଳୟର ମୋଟ ୭୫ ଜଣ ଛାତ୍ରାଛାତ୍ରୀ ଓ ୧୫ ଜଣ ସହାୟକ ଶିକ୍ଷକ/ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ରୋଲ-ପ୍ଲେ ପ୍ରତିଯୋଗିତାରେ  ୧ମ ସ୍ଥାନ ନୁଆଗଡ଼ ଗ୍ରାମର ଲକ୍ଷ୍ମୀ ନୃସିଂହ ବିଦ୍ୟାପିଠର ଦଳ ,୨ୟ ସ୍ଥାନ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଦଳ ହୋଇ ଥିବା ବେଳେ   ରା:ଉଦୟଗିରି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଦଳ ୩ୟ ସ୍ଥାନ ଅଧିକାର କରିଥିଲେ।

    ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ରଖିଥିବା ନୁଆଗଡ଼ର ଲକ୍ଷ୍ମୀ ନୃସିଂହ ବିଦ୍ୟାପିଠର  ଛାତ୍ର /ଛାତ୍ରୀ ଦଳ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ  ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବିଚାରକ ମାନଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି ।

    ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ ।

 

0
0
0
s2sdefault