ହେଡଲାଇନସ୍:

ଜାତୀୟ କୃଷି ବଜାର ସମ୍ପର୍କିତ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି  ପ୍ରଶିକ୍ଷଣ କେନ୍ଦ୍ର ଠାରେ  ଗଜପତି ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଚାଷୀ ଉତ୍ପାଦକ ସଙ୍ଗଠନ , ବ୍ୟବସାୟୀ ଓ ପ୍ରକ୍ରିୟାକାରୀ ଙ୍କ ପାଇଁ ଜାତୀୟ କୃଷି ବଜାର  ସମ୍ପର୍କିତ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

 ବଜାର କମିଟିର ସମ୍ପାଦକ  ଡି: ଗଣପତି କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଭାରତ ଓ ରାଜ୍ୟ ସରକାରଙ୍କ ମିଳିତରେ ହୋଇଥିବା  ଇ-ନାମ୍ ଦ୍ବାରା ଚାଷୀ ମାନେ ସେମାନଙ୍କ ପରିଶ୍ରମରେ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ କିଭଳି ପାଇପାରିବେ ତାହା କହିଥିଲେ ।

ଜିଲ୍ଲାପାଳ ଅନୁପମ ଶାହା ଏଥିରେ ଯୋଗଦେଇ ଜାତୀୟ କୃଷି ବଜାର(ନାମ୍) ଏହା ଇଣ୍ଟରନେଟ ମାଧ୍ୟମରେ କିଣାବିକା ପାଇଁ ଜାତୀୟ ସ୍ତରରେ କାର୍ଯ୍ୟ କରୁଥିବା ଏକ ବଜାର ପୋରଟାଲ । ଯାହାକି  ଚାଷୀ ଭାଇ ମାନଙ୍କ ପାଇଁ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ବିକ୍ରିବଟା କ୍ଷେତ୍ରରେ ଏକ ବଡ଼ ସୁବିଧା । ଚାଷୀ ଭାଇ ମାନେ ଆଗାମୀ ଦିନରେ ସେମାନେ ଉତ୍ପାଦିତ କରୁଥିବା କୃଷିଜାତ ଦ୍ରବ୍ୟକୁ ଇ-ନାମ୍ ମାଧ୍ୟମରେ ପ୍ରଚଳିତ  ଦରରେ ଇ-ଟ୍ରେଡିଙ୍ଗ ଦ୍ବାରା ବିକ୍ରୟ କରି ଉଚିତ ମୂଲ୍ୟ ପାଇ ପାରିବେ । ତେଣୁ ଏହି ପ୍ରକ୍ରିୟାକୁ ଗ୍ରହଣ କରି ଅଧିକ ଫାଇଦା ନେବାକୁ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବିପଣନ ଏବଂ ନିରୀକ୍ଷଣ  ନିର୍ଦ୍ଦେଶାଳୟର ବିପଣନ ଅଧିକାରୀ ଆଲୋକ କୁମାର ଷଡଙ୍ଗୀ ଏବଂ ନାଗର୍ଜୁନ ଫର୍ଟିଲାଇଜର୍ସ ଏଣ୍ଡ କେମିକାଲସ ଲିମିଟେଡ଼ର "ଇ-ନାମ୍" ରାଜ୍ୟ ସଂଯୋଜକ ପ୍ରସନ ଜୀତ୍ ଶାହା ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ଇ-ନାମ୍ରର ପ୍ରକ୍ରିୟା ଓ ତାର ଡିଜିଟାଲ ବ୍ୟବହାର ଏବଂ ଇ-ନାମ୍ ମାର୍କେଟିଙ୍ଗ ସମ୍ପର୍କରେ କହି ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟ ନିୟନ୍ତ୍ରିତ ବଜାର କମିଟି ଜରିଆରେ ଇ-ନାମ୍ ରେ ଦେଲେ ଚାଷୀ ଦେବା ଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରିବେ ।

ମଣ୍ଡିରେ ଜିନିଷ ପହଁଚିବା  ଠାରୁ ବିକ୍ରୟ ସରିବା ପର୍ଯ୍ୟନ୍ତ ଇ-ନାମ୍ ଦ୍ୱାରା ତାହା ନିୟନ୍ତ୍ରିତ ହୋଇଥାଏ । ଏହା ସବୁ ହିତାଧିକାରିଙ୍କ ପାଇଁ ଏକ ବଡ଼ ଲାଭବାନ ପ୍ରକ୍ରିୟା ।ଏହି ପ୍ରକ୍ରିୟା ଦ୍ୱାରା ବିକ୍ରିବଟା ହେଲେ ଅଧିକ ବିକଳ୍ପ ଓ ଲାଭର ପ୍ରତିଶ୍ରୁତି ମିଳିଥାଏ ଏବଂ ଏହା କିଣାବିକା ପାଇଁ ରାଷ୍ଟ୍ରୀୟ ବଜାର ପର୍ଯ୍ୟନ୍ତ ସୁଯୋଗ ପ୍ରଦାନ କରିଥାଏ ବୋଲି  କହିଥିଲେ ।

 ଅନ୍ୟମାନଙ୍କ ମଧ୍ୟରେ କୃଷି ଅଧିକାରୀ ମାଧବ ରାଓ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚସୀନ ରହି ଇ-ନାମ୍ ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।  ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାଷୀ , ଉତ୍ପାଦକ ଗୋଷ୍ଠୀ , ବ୍ୟବସାୟୀ ଓ ପ୍ରକ୍ରିୟା କାରୀ ଯୋଗ ଦେଇଥିଲେ ।

 

0
0
0
s2sdefault