ହେଡଲାଇନସ୍:

ଝରଣା ଘାଟିରେ ପାହାଡ଼ ଧସୁଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ନୁଆଗଡ଼ ବ୍ଲକ ଅନ୍ତର୍ଗତ କେରଡାଙ୍ଗ ଗ୍ରାମ ଠାରୁ ନୁଆଗଡ଼ ଯିବା ରାସ୍ତା ମଧ୍ୟରେ ଥିବା  ଝରଣା  ଘଟିରେ  ପାହାଡ଼  ଧସି ରାସ୍ତାରେ ପଡୁଛି, ଫଳରେ ସୋମବାର ଦିନ ସେହି ଘାଟି ରାସ୍ତାରେ ୫ ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ ।

      ଗତ କିଛି ଦିନର ଲଗାଣ  ବର୍ଷା ହେବା ଫଳରେ ପାହାଡର ମାଟି ସବୁ ବର୍ଷା ପାଣିରେ ବତୁରି ଯାଇ  ବିଭିନ୍ନ ସମୟରେ ଧସି  ମାଟି ପଥର ସବୁ ଘାଟି ରାସ୍ତା ଉପରେ ପଡୁଥିବା ଦେଖାଯାଇଛି । ଏହି ଘାଟି ରାସ୍ତା ଦେଇ କେରଡାଙ୍ଗ , ମାଣିକପୁର , ଭାଲିଆ ସାହି  ରଙ୍ଗମୁଣ୍ଡା ,  କମଳାପୁର ପ୍ରଭୃତି  ଗ୍ରାମକୁ  ସମସ୍ତ ଗାଡି ମୋଟର ଚଳାଚଳ  ଦୀର୍ଘ ଘଣ୍ଟା ଧରି ବନ୍ଦ ରହିଥିଲା ।

    ଏହି ସମସ୍ତ ଗ୍ରାମର ଲୋକେ ନୁଆଗଡ଼ ବ୍ଲକ ସଦର ମହକୁମା ଆସିବାକୁ ହେଲେ ଏହି ଘାଟି ରାସ୍ତା ଦେଇ ହିଁ ଆସିବାକୁ ହୋଇଥାଏ । ଅଞ୍ଚଳବାସୀ , ଘାଟି ରାସ୍ତାରେ ପାହାଡ଼ ଧସି ମାଟି-ପଥର ପଡିଥିବା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗାଡି ମୋଟର ଚଳାଚଳ କରିବା ଭଳି ରାସ୍ତାରୁ ମାଟି ପଥର ସବୁ ସଫା କରିଥିଲେ ।

     ବର୍ଷା ଦିନରେ ଏହି ଘାଟି ରାସ୍ତା ଦେଇ ଯିବାପାଇଁ  ସଙ୍କଟମୟ ପରିସ୍ଥିତି ଦେଖାଦେଇଥିବା ଯୋଗୁଁ  ପ୍ରଶାସନିକ ସ୍ତରରେ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରା ଯିବାକୁ  ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି।

0
0
0
s2sdefault