ହେଡଲାଇନସ୍:

"ACF ନା ରେ ଚାଷୀ ଶୋଷଣ ବନ୍ଦ କର"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକର ହଜାର ହଜାର ଚାଷୀ ସ୍ଥାନୀୟ ତହସିଲ କାର୍ଯଳୟ ଓ ସ୍ଥାନୀୟ ବେଙ୍କ ଗୁଡିକରେ ତାଲା ପକାଇଛନ୍ତି । କାରଣ ହେଲା ଗତ ବର୍ଷ ଚାଷୀ ମାନେ ନିଜ ଫସଲ କୁ ବିମାଭୁକ୍ତ କରିଥିଲେ । କିନ୍ତୁ ବୀମା କମ୍ପାନୀ ACF ନାଁରେ ଚାଷୀ ମାନଙ୍କର 30 ପରସେଣ୍ଟ ରୁ ଅଧିକା ଅର୍ଥ କାଟି ନେଇଛି ଯାହାଫଳରେ ଚାଷୀ ମାନଙ୍କୁ ଅନେକ ଆର୍ଥିକ କ୍ଷତି ସହିବାକୁ ପଡିଛି । ଏନେଇ ବିଗତ ଦିନ ମାନଙ୍କରେ ବାରମ୍ବାର ବୀମା କମ୍ପାନୀ ତଥା ପ୍ରଶାସନର ଦ୍ୱାରସ୍ଥ ହେଲା ପରେବି କିଛି ସୁଫଳ ନମିଳିବାରୁ ଆଜି ଯେଉଁ ଚାଷୀ ବିଲରେ କାମ କରୁଥିବା କଥା ସେ ଆଜି ରାଜରାସ୍ତାରେ ପ୍ରତିବାଦ କରୁଛି ନିଜର ହକ ପାଇଁ । ଚାଷୀ ମାନେ ପ୍ରଶାସନ କୁ ଚେତାବନୀ ଦେଇଛନ୍ତି ଯେ ଯଦି ସେମାନଙ୍କର ଦାବି ପୂରଣ ନହୁଏ ତେବେ ଆସନ୍ତା କାଲି ଠାରୁ ଝାରବନ୍ଧ ଅଞ୍ଚଳ ର ସମସ୍ତ ସରକାରୀ ଓ ବେସରକାରୀ କାର୍ଯାଲୟ ଗୁଡିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦିଆଯିବ । ଏଣୁ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

 

0
0
0
s2sdefault