ହେଡଲାଇନସ୍:

ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥା ଉଛେଦ ପାଇଁ ନିଆଯିବ ପଦକ୍ଷେପ :ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଶିଶୁ ଓ କିଶୋର ଶ୍ରମ(ନିଷେଧ ଓ ନିୟନ୍ତ୍ରଣ)ଆଇନ୍ ୧୯୮୬ ସମ୍ପର୍କୀୟ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା 

ଶିଶୁର ଶୈଶବ କିପରି ସୁରକ୍ଷିତ ରହିବ ସେ ଦିଗରେ ରାଷ ସରକାର ପ୍ରୟାସ ଜାରି ରଖିଛନ୍ତି : ସନ୍ଧ୍ୟାବତୀ 

ଜଗତସିଂହପୁର:(ରମେଶ ମହାନ୍ତି):-ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗର ମିଳିତ ସହଯୋଗରେ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ ୧୯୮୬ ସମ୍ପର୍କୀୟ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଅଛି। ଏହି କର୍ମଶାଳାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ,ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଅଧ୍ୟକ୍ଷତା କରି ଓଡ଼ିଶା ସରକାର ଓ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଶିଶୁର ଶୈଶବ କିପରି ସୁରକ୍ଷିତ ରହିବ ସେ ଦିଗରେ ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ଅନେକ ସମୟରେ ଦେଖାଯାଇଛି ଶିଶୁଟି ଶ୍ରମିକ ଭାବେ କାର୍ଯ୍ୟ କରୁଅଛି ଯାହାକି ନିଷ୍ପାପି ଶିଶୁଟି ତାର ଅଧିକାରରୁ ବଞ୍ଚିତ ହେଉଛି।ଶିଶୁ ଶ୍ରମର ପ୍ରତ୍ୟକ୍ଷ ପରିଣତି ହେଉଛି ଜଣେ ଶିଶୁ ସ୍କୁଲ ଶିକ୍ଷାରୁ ବଞ୍ଚିତ ହବା।ଯଦିଓ ଶିଶୁ ଓ କିଶୋର ଶ୍ରମ ନିଷେଧ ଓ ନିୟନ୍ତ୍ରଣ ଆଇନ ୧୯୮୬(୨୦୧୬ରେ ସଂଶୋଧନ)ପ୍ରଚଳିତ ଅଛି।ଏହାର ସଠିକ କାର୍ଯ୍ୟକାରୀତା ଉପରେ ଜନସାଧାରଣ ଓ କର୍ମକର୍ତ୍ତା ଅବଗତ ଅଥବା ସଚେତନ ନୁହନ୍ତି।ଏହି କର୍ମଶାଳାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜଗତସିଂହପୁର ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥା ଉଛେଦ କରିବା ପାଇଁ ଶ୍ରମ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ।ଜଗତସିଂହପୁର ଓ ପାରାଦ୍ବୀପରେ ଥିବା ଶିଶୁ ଆଶ୍ରମରେ ସିସିଟିଭି ସଂଯୋଗ କରାଯାଇଛି।ଜିଲ୍ଲାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଆଶ୍ରମ ସ୍କୁଲ୍ ତଦାରଖ କରି ଏହାକୁ ଉନ୍ନତମାନରେ ପରିଣତ କରାଯିବ।ରାଜ୍ୟରେ ଜଗତସିଂହପୁର ପ୍ରଥମ ଜିଲ୍ଲା ଭାବେ ଇ-ଅଫିସ କାର୍ଯ୍ୟକାରୀ ହେବାକୁ ଯାଉଛି।ସେଥିପାଇଁ ରାଜ୍ୟ ସରକାର ଅନୁଦାନ ପ୍ରଦାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣର ସେକ୍ରେଟାରୀ କମଳାକାନ୍ତ ରାଉତ ଯୋଗଦେଇ ଦେଶର ସବୁଠାରୁ ବଡ଼ ଆଇନ ହେଉଛି ଦେଶର ସମ୍ବିଧାନ ବ୍ୟବସ୍ଥା।ସମାଜରେ ସୁସ୍ଥ ଓ ଶିକ୍ଷିତ ଶିଶୁର ଆବଶ୍ୟକତା ରହିଛି।୬ରୁ ୧୪ବର୍ଷର ପ୍ରତ୍ୟେକ ଶିଶୁ ସ୍କୁଲ ଯିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ମନ୍ଦାକିନୀ କର  ଯୋଗଦେଇ ଶିଶୁ ଶ୍ରମିକ ପ୍ରଥା ରୋକିବାକୁ ସରକାର ଆଇନ ପ୍ରଣୟନ କରିଛନ୍ତି। ଶିକ୍ଷାଅଧିକାର ଆଇନ ବଳରେ ୬ରୁ ୧୪ବର୍ଷ ପ୍ରତ୍ୟେକ ଶିଶୁ ବିଦ୍ୟାଳୟରେ ପାଠ ପଢିବେ ବୋଲି କହିଛନ୍ତି।ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟ ହରିହର ନାୟକ ଯୋଗଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ୨୦୨୫ମସିହା ସୁଦ୍ଧା ଓଡିଶାକୁ ଶିଶୁ ଶ୍ରମିକ ମୁକ୍ତ ରାଜ୍ୟରେ ପରିଣତ କରିବାକୁ ଘୋଷଣା କରିଛନ୍ତି।ସେଥିପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି।ଏହି ଆଇନ ଶିଶୁ ମାନଙ୍କ ପାଇଁ ସର୍ବୋକୃଷ୍ଟ ଶିଶୁ ଶ୍ରମିକ ପ୍ରଥା ନିବାରଣ ନିମନ୍ତେ ବାଧ୍ୟତାମୂଳକ ପ୍ରଚଳନ,ଉଦ୍ଧାର ଓ ଥଇଥାନ ଉପରେ ଗୁରୁତ୍ୱାରୋପ କରିଥିଲେ।ରାଜ୍ୟ ସରକାର ଶିଶୁ ଶ୍ରମିକ ପ୍ରଥା ଉଛେଦ ପାଇଁ ଏକ ପେନସନ୍ ପୋର୍ଟାଲ ଖୋଲିଛନ୍ତି।ଶିଶୁ ଶ୍ରମିକ ପ୍ରଥା ଉଛେଦ ପାଇଁ ଏହି ପୋର୍ଟାଲ୍ ଏକ ଫଳପ୍ରଦ ପ୍ଲାଟଫର୍ମ।ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଶ୍ୱନାଥ ମିଶ୍ର,ଜେଜେବିର ସଦସ୍ୟ ରଣଜିତ ମହାନ୍ତି ଯୋଗଦେଇ ଶିଶୁ ଶ୍ରମିକ ପ୍ରଥା ଉଛେଦ ଓ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତ ଅଂଶିଦାର ମାନଙ୍କ ସହଯୋଗ କାମନା କରିଥିଲେ।ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ,ଓଡିଶାର ପ୍ରଫେସର ପ୍ରମୋଦ କିଶୋର ଆଚାର୍ଯ୍ୟ ରିସୋର୍ସପର୍ସନ ଭାବେ ଯୋଗଦେଇ ଶିଶୁ ଶ୍ରମିକ ପ୍ରଥା ଉଛେଦ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ଏହି କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁ ଚରଣ ରାଉତ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ କୁମୁଦ ରଞ୍ଜନ ଦାସ ଉପସ୍ଥିତ ରହି କର୍ମଶାଳାକୁ ପରିଚାଳନା କରିଥିଲେ।ଏହି କର୍ମଶାଳାରେ ବିଭିନ୍ନ ଥାନାରୁ ଆସିଥିବା ପୋଲିସ ଅଧିକାରୀ,ଏନ ଜି ଓ ,ଶ୍ରମିକ ସଙ୍ଗଠନ,ବିଭାଗୀୟ ଅଧିକାରୀ,ଶିଶୁ ସୁରକ୍ଷା ୟୁନିଟର ଅଧିକାରୀଗଣ,ଶ୍ରମବିଭାଗ ଅଧିକାରୀ ଓ ନିରୀକ୍ଷଣ ମାନେ ଉପସ୍ଥିତଥିଲେ।

0
0
0
s2sdefault