ହେଡଲାଇନସ୍:

ସମସ୍ୟା ଘେରରେ କଦଳୀଗଡ ହାଇସ୍କୁଲ,ଦଧିବାମନ କୁଷକ ସଂଗଠନ ପକ୍ଷରୁ ଡିଇଓ ଙ୍କୁ ଦାବି ପତ୍ର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଶିକ୍ଷକ ସମସ୍ୟା ଯଥା ଶୀଘ୍ର ପୁରଣ କରାଯାଉ 

ଶିକ୍ଷା ଦାନ ସମସ୍ୟା କୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ

ବୁଧବାର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ଓ ତଦନ୍ତ 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ଶିକ୍ଷାର ବିକାଶ ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲ ସଂପ୍ରତ୍ତି ବହୁ ସମସ୍ୟା ଭିତରେ ଗତି କରୁଛି I ଭିତ୍ତି ଭୂମି ଠୁ ନେଇ ଶିକ୍ଷକ ସମସ୍ୟା ଦିନ ଲାଗିରହିଥିବାରୁ କଦଳୀଗଡ ପଞ୍ଚାୟତ ଦଧିବାମନ କ୍ରୁଷକ ସଂଗଠନ ହାଇସ୍କୁଲ ରେ ଥିବା ଶିକ୍ଷକ ପଦବୀ ପୁରଣ ସମେତ ବିଭିନ୍ନ ସମସ୍ୟାର ସମାଧାନ ଲାଗି ସମ୍ବଲପୁର ଜିଲ୍ଲା ଅଧିକାରୀ ସୁବୋଧ କୁମାର ଦାସ୍ ଙ୍କୁ ମଙ୍ଗଳ ବାର ଜିଲ୍ଲା କାର୍ଯ୍ୟାଳୟ କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରି ହାଇସ୍କୁଲ ରେ ଥିବା ବିଭିନ୍ନ ସମସ୍ୟା ର ଦୂରିକରଣ କରିବା ପାଇଁ ଦାବି କରିଛନ୍ତି I ସଂପ୍ରତ୍ତି କଦଳୀଗଡ ପଞ୍ଚାୟତ ଅଞ୍ଚଳର ଶିକ୍ଷାର ବିକାଶ ଲାଗି ଗତ ୧୯୬୯ ମସିହା ଜୁଲାଇ ମାସ ୧୦ ତାରିଖରେ ଉକ୍ତ ହାଇସ୍କୁଲ ଟି ଅଞ୍ଚଳ ବାସୀ ସ୍ଥାପନ କରିଥିଲେ I ଇତି ମଧ୍ୟରେ ଏହି ହାଇସ୍କୁଲ ଟି ଚଳିତ ବର୍ଷ ୫୦ ବର୍ଷ ପୂର୍ତ୍ତି ପୁରଣ କରି ସୁବର୍ଣ୍ଣ ଜୟନ୍ତି ସମାରୋହ ପାଳନ କରିବାକୁ ଯାଉଥିବା ବେଳେ ହାଇସ୍କୁଲ ରେ ବିଭିନ୍ନ ସମସ୍ୟା ଘେରି ରହିଛି I ଏହି ହାଇସ୍କୁଲ ରେ ୬ଷ୍ଠ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୭୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି I ମାତ୍ର ସ୍କୁଲ ଆରମ୍ଭ ରୁ ନିର୍ମାଣ ହୋଇଥିବା ସ୍କୁଲ ଘର ସବୁ ପୁରୁଣା ହୋଇ ଦୟନୀୟ ଅବସ୍ଥା ହୋଇ ଥିବା ବେଳେ , ସ୍କୁଲରେ ଝରକା , କବାଟ ଭାଙ୍ଗିଯାଇଛି I ସେହି ପରି ପିଇବା ପାଣି , ହାଇସ୍କୁଲ ଚତୁର୍ପାଶ୍ୱରେ ପାଚେରୀ ,ସୁବର୍ଣ୍ଣ ଜୟନ୍ତୀ ଫାଟକ ସହିତ ଅନ୍ୟ ଏକ ଫାଟକ , ଛାତ୍ରଛାତ୍ରି ମାନଙ୍କ ପରିଶ୍ରାଗାର ଆଦି ଆବସ୍ୟକ ପଡୁଛି I ସେହିପରି ପ୍ରଧାନ ଶିକ୍ଷକ ,ସଂସ୍କୁତ ଶିକ୍ଷକ ,କିରାଣୀ ,ରାତ୍ର ଜଗୁଆଳି ଆଦି ପଦବୀ ଖାଲି ପଡିଛି I ଏ ନେଇ ଦଧିବାମନ କ୍ରୁଷକ ସଂଗଠନ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରିବା ପରେ ବୁଧବାର ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ କଦଳୀଗଡ ହାଇସ୍କୁଲ କୁ ପରିଦର୍ଶନ ରେ ଆସି ବିଭିନ୍ନ ସମସ୍ୟା ପଚାରି ବୁଝିବା ସହିତ ବିଭିନ୍ନ ସମସ୍ୟା ଓ ଅଭିଯୋଗ ର ତଦନ୍ତ କରିଛନ୍ତି I ଏପରିକି ଉକ୍ତ ହାଇସ୍କୁଲ ଖୁବଶୀଘ୍ର ବିଭିନ୍ନ ସମସ୍ୟା ପୁରଣ ସମେତ ପ୍ରଧାନ ଶିକ୍ଷକ ଓ ଅନାନ୍ୟ ଶିକ୍ଷକ ପଦବୀ ପୁରଣ ପାଇଁ ଅଭିଭାବକ ଓ କୁଷକ ସଂଗଠନ ଦାବୀ କରୁଛନ୍ତି I

0
0
0
s2sdefault