ହେଡଲାଇନସ୍:

 ପାସ ବୁକ ଆକାଉଣ୍ଟ ଖୋଲିବାକୁ ଯାଉଥିଲେ ବିଦେଶିନୀ  ,ଜୀବନ ଆକାଉଣ୍ଟ ପୃଷ୍ଠା ବନ୍ଦ ହୋଇଗଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କିଛି ବୁଝି ପାରିଲେନି ଡେଇଁ ପଡିଲେ, ପ୍ରାଣ ଚାଲିଗଲା 

ସୁନ୍ଦରଗଡ/ହୋରାଚାନ୍ଦ ଦେହୁରୀଆ :-ସୁନ୍ଦରଗଡ଼ ଜିଲ୍ଲାର ହେମଗିର ପଞ୍ଚାୟତ କନିକା କନ୍ୟା ଆଶ୍ରମରେ ପାଠ ପଢ଼ୁଥିବା ସୁକେସିନୀ ମହନନ୍ଦିଆ୧୪ଓ ତାର ବଡ଼ଭଉଣୀ ବିଦେଶୀନି ମହନନ୍ଦିଆ ୧୯ ନିଜ ମାମୁଁ ରାମ ପ୍ରସାଦ କୁମ୍ଭାରଙ୍କ ଘରେ ରହୁଥିଲେ | ତାଙ୍କର ମାଆ,ବାପା କିଛି ବର୍ଷ ଆଗରୁ ଆର ପାରିକୁ ଚାଲି ଯାଇଛନ୍ତି | ସୁଖଦୁଃଖରେ ମାମୁଁ ଝିଅ ମାନଙ୍କୁ ପାଖରେ ରଖି ସେମାନଙ୍କ କଥା ବୁଝୁଥିଲେ | ଯାହା ଶୁଣିବାକୁ ମିଳିଛି ସୁକେସିନୀ କନିକା କନ୍ୟାଶ୍ରମ ରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି | ଦୁହିଁଙ୍କର ନିଜର ଘର ବରଗଡ଼ ଜିଲ୍ଲାର ଭଟଲି ଅଞ୍ଚଳର ଚିକିଲି ଗ୍ରାମ | ସେମାନେ କନିକା ମାମୁଁ ଘରେ ନୂଆଖାଇ ପାସବୂକ ଖୋଲିବା ପାଇଁ ନିଜ ଗାଁ କୁ ଯାଇଥିଲେ | ହେଲେ ସେମାନେ ଭୁଲ ବଶତଃ ସାଉଥବିହାର ଟ୍ରେନ ରେ ଚଡ଼ିଗଲେ | ହେଲେ କନିକା ତାର ଷ୍ଟେସନ ନ ଥିବାରୁ ଗାଡ଼ି ଠିଆହୋଇ ନଥିଲା ହେଲେ ଏମାନେ କିଛି ବୁଝିନପାରି ଟ୍ରେନରୁ ଡେଇଁ ପଡ଼ିଥିଲେ | ହେଲେ ବିଦେଶୀନି ଡେଇଁଲା ବେଳେ ତାଙ୍କ ମୁଣ୍ଡ ଖମ୍ବରେ ବାଜିଯିବାରୁ ଘଟଣା ସ୍ଥଳରେ ହିଁ ବିହୋସ ହୋଇଯାଇଥିଲେ |  ସୁକେସିନୀ ସାଇଡ଼ ପଡ଼ିଥିଲେ ହେଲେ ତାଙ୍କର ମୁଣ୍ଡ, ଆଖି ଓ ଦେହରେ ଆଘାତ ଲାଗିଲା | ସ୍ଥାନୀୟ ଳୋକେ ସାଙ୍ଗେ ସାଙ୍ଗେ ସେମାନଙ୍କୁ ଉଦ୍ଧାର କରି  ହେମଗିର ସ୍ୱାସ୍ଥ୍ୟ କେନ୍ଦ୍ରକୁ  ନେଇଥିଲେ | ହେଲେ ଡ଼ଃ ବିଦେଶୀନିଙ୍କୁ ମୃତ ଘୋଷଣା କରିଥିଲେ ଓ ସୁକେସିନୀ ଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା |

0
0
0
s2sdefault