ହେଡଲାଇନସ୍:

ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା ଗୈାଡପୁଟ ପଂଚାୟତ ନୂଆ ବନ୍ଦସାହି ଗ୍ରାମର ବିବାହିତ ଯୁବକ ଗଙ୍ଗାଧର ବାରିକ(୩୭)ଙ୍କୁ ବଳାତ୍କାର ଅଭିଯୋଗରେ ଓଡଗାଁ ପୋଲିସ ଆଜି ସକାଳେ ଗିରଫ କରି କୋର୍ଟଚାଲାଣ କରିଥରଲେ । ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହଜତକୁ ପଠାଇ ଦିଆଯାଇଛି । ଗଙ୍ଗାଧର ଏହିଥାନା ଅଂଚଳର ଜଣେ ବିବାହିତ ମହିଳାଙ୍କ ସହିତ ଶାରିରୀକ ସଂମ୍ପର୍କ ରଖୁଥିବା ନେଇ ମହିଳା ଜଣକ ଓଡଗାଁ ଥାନରେ ୨୭/୦୮/୧୯ରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ଓଡଗାଁ ପୋଲିସ ୧୨୮/୧୯ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲେ ।  ପ୍ରାୟ ୧୩ଦିନ ପରେ ଆଜି ସକାଳୁ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ । 

0
0
0
s2sdefault