ହେଡଲାଇନସ୍:

ଫୁଡ୍ ସିକ୍ୟୁର୍ ନା ଅନ୍ ସିକ୍ୟୂର୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/ ନିରୋଜ ମିଶ୍ର : ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆକ୍ଟ  ୧୨ସେପ୍ଟେମ୍ବର୨୦୧୩ ରିଖ ରେ ଲାଗୁହେଲା ।ଏହି ଅ।କ୍ଟ ବଳରେ ମିଡ୍ ଡେ ମିଲ, ପି ଡି ଏସ୍, integrated child development services ମାଧ୍ୟମ ରେ ଯୋଗାଇ ଦେବା ତଥା ରାଇଟ ଟୁ ଫୁଡ୍ ଅ।କ୍ଟ୍ ରେ ହିତାଧିକାରୀ ମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା ନିୟମ ଅଛି । ପି ଡି ଏସ୍ ମାଧ୍ୟମ ରେ ଗ୍ରାମାଞ୍ଚଳ ରେ ଥିବା ୭୫ ଶତକଡ଼ା ହିତାଧିକାରୀ ଏହି ଯୋଜନା ରେ ସାମିଲ ହେବାକୁ ନିୟମ ଥିବାବେଳେ ସହରାଞ୍ଚଳ ରେ ୫୦ଶତକଡ଼ା ହିତାଧିକାରୀ ସାମିଲ ହୋଇପାରିବେ ।ଏହି ଖାଦ୍ୟ ସାମଗ୍ରୀ କୁ ସୁରକ୍ଷିତ ରେ ରଖିବା ପାଇଁ ଜିଲ୍ଲାରେ କେନ୍ଦ୍ରୀୟ ପଣ୍ୟାଗାର ଖୋଲାଯାଇଛି ।

    ବଲାଙ୍ଗୀର ସମ୍ବଲପୁର ରାସ୍ତାରେ କେନ୍ଦ୍ରୀୟ ପଣ୍ୟାଗାର ଅବସ୍ଥିତ ।ଏହି ପଣ୍ୟାଗାର ରେ ଯୋଗାଣ ବିଭାଗ , ଏଫ୍ ସି ଆଇ ରାଇସ ମିଳର ମାନଙ୍କ ଠାରୁ ସଂଗ୍ରହ କରିଥିବା ଚାଉଳ କୁ ଏଠି ସୁରକ୍ଷା ରେ ରଖିଥାନ୍ତି ।ଏହାର ରକ୍ଷଣା ବେକ୍ଷଣ ପାଇଁ କେନ୍ଦ୍ରୀୟ ପଣ୍ୟାଗାର ଉତ୍କ ବିଭାଗ ଠାରୁ ଉଚିତ୍ ମୂଲ୍ୟ ମଧ୍ୟ ନେଇଥାନ୍ତି ।ଗତ ଅଗଷ୍ଟ ୧୩/୧୪ ତାରିଖ ର ଲଗାଣ ବର୍ଷାରେ କେନ୍ଦ୍ରୀୟ ପଣ୍ୟାଗାର ଭିତରକୁ ପାଣି ପଶି କୋଟି କୋଟି ଟଙ୍କାର ଖାଦ୍ୟ ଶସ୍ୟ ନଷ୍ଟ ହୋଇଯାଇଥିବାର ସୁରାକ ମିଳିଥିଲା ।କେନ୍ଦ୍ରୀୟ ପଣ୍ୟାଗାର ଭିତରେ ପାଣି ପଶି ନଷ୍ଟ ହୋଇଥିବା ଶସ୍ୟ ର ଗୁମର ବର୍ତ୍ତମାନ ପର୍ଯ୍ୟନ୍ତ ଖୋଲିନାହିଁ । ବନ୍ୟା ଜଳ ରେ କେତେ ଶସ୍ୟ , କେତେ ଟଙ୍କାର କ୍ଷତି ହୋଇଛି ତଥ୍ୟ ପ୍ରଦାନ କରିବାକୁ ପଣ୍ୟାଗାର ମେନେଜର ମନା କରିଦେଇଥିଲେ ।କେନ୍ଦ୍ରୀୟ ପଣ୍ୟାଗାର ରେ କାର୍ଯ୍ୟରତ କିଛି କର୍ମଚାରୀ ଭିତରେ ଚାଲିଥିବା ବେନିୟମ କାର୍ଯ୍ୟ ସମ୍ପର୍କ ରେ କହି ,ତାଙ୍କ ନାମ ଉଲ୍ଲେଖ ନ କରିବା ପାଇଁ କହିଥିଲେ ।ପାଣି ଭିଜା ଚାଉଳ କୁ କୋଠରୀ ଭିତରେ ଶୁଖାଇ ପୁଣି ବସ୍ତାରେ ଭର୍ତ୍ତି କରିବା ପାଇଁ କସରତ୍ ଚାଲିଛି । ପଚାରିଲେ insurance ଅଛି ବୋଲି କହିଥିଲେ ।ତେବେ ଏହି କେନ୍ଦ୍ରୀୟ ପଣ୍ୟାଗାର ରେ ଖାଦ୍ୟ ଶସ୍ୟ କେତେ ସୁରକ୍ଷିତ ଜାଣିବା ପାଇଁ କାର୍ଯ୍ୟରତ ଜେନେରାଲ ମ୍ୟାନେଜର ଙ୍କୁ ପଚାରିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଶସ୍ୟ ପାଣିରେ ଭିଜି ନଷ୍ଟ ହୋଇଛି ତାର ଆକଳନ କରିନାହାନ୍ତି ଏବଂ ସେ ସମ୍ପର୍କିତ ତଥ୍ୟ ଗଣମାଧ୍ୟମ କୁ ଦେବେନାହିଁ ବୋଲି କହିଥିଲେ ।ତେବେ ପାଣି ଭିଜା ଚାଉଳ ଜିଲ୍ଲାର କେଊ ଅଞ୍ଚଳ କୁ ଯିବ ଏବଂ ସେହି ଅଞ୍ଚଳରେ ଥିବା ଗର୍ଭବତୀ ମହିଳା , ଶିଶୁ କୁ ସ୍ତନ୍ୟପାନ କରାଉଥିବା ମା ଓ ବିଭିନ୍ନ ବର୍ଗର ଶିଶୁ ଏହି ଖାଦ୍ୟ ଶସ୍ୟ ଖାଇବେ ତ? ଯଦି ଖାଇବେ ତେବେ ତାଙ୍କ ସ୍ବାସ୍ଥ୍ୟ ଠିକ୍ ରହିବ ତ? ଏଭଳି ଅନେକ ପ୍ରଶ୍ନ ହିତାଧିକାରୀ ଙ୍କ ମଧ୍ୟରେ ଚର୍ଚ୍ଚା ହୁଏ । ବଲାଙ୍ଗୀର ସହରରେ ହୋଇଥିବା ଅପ୍ରାକୃତିକ ବନ୍ୟା କୁ ପ୍ରାୟ ଏକ ମାସ ହେବ କିନ୍ତୁ ଏ ପର୍ଯ୍ୟନ୍ତ କେନ୍ଦ୍ରୀୟ ପଣ୍ୟାଗାର ,ପଣ୍ୟାଗାର ମଧ୍ୟରେ ହୋଇଥିବା ଖାଦ୍ୟ ଶସ୍ୟ ର କ୍ଷୟ କ୍ଷତି ଆକଳନ କରି ନାହାନ୍ତି ଦୁଃଖ ର ବିଷୟ |

0
0
0
s2sdefault