ପଦ୍ମପୁର :- ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ନୃସିଂହ ଠାକୁର ଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳା ଗତ କାଲି କଳସ ଶୋଭାଯାତ୍ରା ଆରମ୍ଭ ହେବାପରେ ଆଜି ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋଏଲ ସମୀକ୍ଷା କରିଛନ୍ତି ।
ଜିଲ୍ଲାପାଳ ଶ୍ରୀଆଦିତ୍ୟ ଗୋଏଲ ଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଣାଳ ମୋତିରାମ ଚୌହାନ, ଉପ-ଜିଲ୍ଲାପାଳ ସେହ୍ନା ଅରଗୁଲା ପ୍ରମୁଖ ଆସିଥିଲେ।
ଜିଲ୍ଲାପାଳ ବୈଶାଖ ମେଳା ପାଇଁ ଅନୁଷ୍ଠିତ , ଆୟୁର୍ବେଦିକ ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଶୁଭ ଉଦଘାଟନ କରିଥିଲେ। ବୈଶାଖ ମେଳା କୁ ଜିଲ୍ଲା ଓ ଜିଲ୍ଲା ବାହାର ଲୋକମାନେ ଏହି ଆୟୁର୍ବେଦିକ ଚିତ୍କିସାର ଲାଭ ପାଇବେ।ଏହାପରେ ବିଶ୍ଵଶାନ୍ତି ମହାଯଜ୍ଞ ମଣ୍ଡପରେ ପୂଜାର୍ଚ୍ଚନା କରି ମହାପ୍ରଭୁ ନୃସିଂହ ଠାକୁରଙ୍କ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁ ଭକ୍ତମାନେ କିପରି ଠିକ୍ ଭାବେ ମହାପ୍ରଭୁ ନୃସିଂହ ଠାକୁର ଙ୍କ ଦର୍ଶନ କରିପାରିବେ, ଟ୍ରାଫିକ ବ୍ୟବସ୍ଥା, ସ୍ବାସ୍ଥ୍ୟ, ଗମନା ଗମନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଉପରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ଟ୍ରଷ୍ଟି ସଭାପତି ଦେବାଶିଷ ସିହ୍ନା ଓ ବୈଶାଖ ମେଳା ପରିଚାଳନା କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ମହାପ୍ରଭୁ ନୃସିଂହ ଠାକୁର ଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳା ୨୦୨୫ ପାଇଁ ଆଜି ବିଶ୍ଵଶାନ୍ତି ମହାଯଜ୍ଞରେ ନୃସିଂହ ଠାକୁରଙ୍କ ବିଜମନ୍ତ୍ର " ଓଁ ଉଗ୍ରବିରମ୍ ମହାବିଷ୍ଣୁ ଜଳନ୍ତୋ ସର୍ବତୋ ମୁଖମ୍ ନୃସିଂହଂ ଭୀଷଣ ଭଦ୍ରମ୍ ମୃତ୍ୟୋ ମୃତ୍ୟୋ ନମାମ୍ୟହଂ " ମନ୍ତ୍ର ୨୫ ହଜାର ପଣ୍ଡିତ ଙ୍କ ଦ୍ଵାରା ଜପ କରା ଯାଇଥିଲା।ଉକ୍ତ ସମୀକ୍ଷା ବୈଠକରେ ABDO, Eo, ପୁରୁଷୋତ୍ତମ ପ୍ରଧାନ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା ଙ୍କ ସହ ସାମ୍ବାଦିକ ବନ୍ଧୁଗଣ ମାନେ ଉପସ୍ଥିତ ଥିଲେ।
ରାଜ୍ୟ
ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ନୃସିଂହ ଠାକୁର ଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳା ର ସମୀକ୍ଷା କଲେ ଜିଲ୍ଲାପାଳ।
- Hits: 8