ହେଡଲାଇନସ୍:

ଜିଲ୍ଲାପାଳଙ୍କର ଅଭିଯୋଗ ଶୁଣାଣି : ପାଇକମାଲ କୁ ଏନଏସି ମାନ୍ୟତା ନେଇ ଦାବି ରଖିଲେ ପାଇକମାଲବାସୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ବରଗଡ :- ବରଗଡ ଜିଲ୍ଲାର ପାଇକମାଲ ବ୍ଲକରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିଥିଲା । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ସମୁଦାୟ 46 ଗୋଟି ଅଭିଯୋଗ ଆସିଥିଲା । 28 ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ବାକି ସବୁ ସାମୁହିକ ଅଭିଯୋଗ ଥିଲା । ଏହି ଅଭିଯୋଗ ଶୁଣାଣି ରେ ଆଜି ମୁଖ୍ୟତଃ ପାଇକମାଲ କୁ NAC ମାନ୍ୟତା ଦେବା ପାଇଁ ପାଇକମାଲର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଦଳମତ ନିର୍ବିଶେଷରେ ଜିଲ୍ଳା ପାଲ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ପାଇକମାଲ NAC ମାନ୍ୟତା ଏ ଅଞ୍ଚଳର ଅନେକ ପୁରୁଣା ଦାବି ଏଥିପାଇଁ ଅଂଚଳ ବାସୀ ଅନେକ ଥର ଆନ୍ଦୋଳନ ମଧ୍ୟ କରି ସାରିଛନ୍ତି ହେଲେ କିଛି ଫଳ ମିଳୁନାହିଁ । ଏହା ସହିତ ପାଇକମାଲ ନାଗରିକ କମିଟି ଓ ବଣିକ ସଂଘର କର୍ମକର୍ତ୍ତା ମାନେ ପାଇକମାଲର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ।
            ଅଭିଯୋଗ ଗୁଡିକୁ ଭଲ ଭାବରେ ତର୍ଜମା କରିବା ପରେ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ଜରୁରୀ କାର୍ଯନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳ ପୁରେନା ଗ୍ରାମର ଜଣେ ବିକଳାଙ୍ଗ ଝିଅ ଉଷାରାଣୀ ଦନସେନା (7) ଙ୍କୁ ଗୋଟେ ଟ୍ରାଇସାଇକଲ ପ୍ରଦାନ କରିବା ସହିତ ତାର ଚିକିତ୍ସା ନିମନ୍ତେ 15000 ଟଙ୍କା ପ୍ରଦାନ କରିଥିଲେ । ଆଜିକାର ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ପଦ୍ମପୁର SDPO ଶ୍ରୀ ପ୍ରଦୀପ କୁମାର ସାହୁ BDO ଶ୍ରୀ ସଦାଶିଵ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault