ହେଡଲାଇନସ୍:

ପ୍ରଶାସକ ହେବ ତ ଏମିତି, ଆଉ ନିଷ୍ପତ୍ତି ନେବ ତ ଏମିତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲାପାଳ -ବିଡ଼ିଓଙ୍କ ହସ୍ତକ୍ଷେପ ପରେ ନୂଆ ରାହା ପାଇଲା ଅନାଥ ସର

ବରଗଡ଼ :- ପ୍ରଶାସନ ଯଦି ଚାହିଁବ, ଆଉ ଟିକେ ମାନବବାଦୀ ଆନ୍ତରିକତା ଥିବ...ତେବେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବାଟ ନିଶ୍ଚିତ ବାହାରି ପାରିବ | ଜଣେ ଅସାଧ୍ୟକୁ ସାହାଯ୍ୟ କରିବା ପାଇଁ ସମୟ ବେଶୀ ଲାଗେନି, ସାହାଯ୍ୟ କରିବାର ମାନସିକତା ଥିଲେ ମାତ୍ର କେଇ ଘଣ୍ଟା ଭିତରେ ସାହାଯ୍ୟ କରିହେବ | ଏଭଳି ଏକ ନଜିର ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ବରତୁଣ୍ଡା ଗାଁରେ | ସ୍ଥାନୀୟ ବିଡ଼ିଓ ଓ ଜିଲ୍ଲା ଜିଲ୍ଲାପାଳଙ୍କ ଆନ୍ତରିକତା ପୁର୍ଣ ପଦକ୍ଷେପ ଦ୍ୱାରା ଅନିଶ୍ଚିତତା ଭିତରୁ ବଂଚି ଯାଇଛି ଏକ କୁନି ଝିଅର ଭଵିଷ୍ୟତ | ଆଉ ଏ କାର୍ଯ୍ୟ ପାଇଁ ଜିଲ୍ଲାପାଳ ଓ ବିଡିଓଙ୍କୁ କୃତଜ୍ଞତା ଜଣାଇବା ସହ ପ୍ରଶଂସାରେ ଶତମୁଖ ହୋଇଛନ୍ତି ସ୍ଥାନୀୟ ଅଧିବାସୀ |
  ବରଗଡ ଜିଲ୍ଲା ପାଇକମାଲ ବ୍ଲକର ବରତୁଣ୍ଡା ଗ୍ରାମକୁ ଆଜି ପାଇକମାଲ ବିଡ଼ିଓ  ଶ୍ରୀ ସଦାଶିବ ନାୟକ ସରକାରୀ କାମରେ  ଯାଇଥିବା ବେଳେ ଉକ୍ତ ଗ୍ରାମର କିଛି ଭଦ୍ରବ୍ୟକ୍ତି ଶ୍ରୀ ନାୟକଙ୍କୁ ଗୋଟିଏ ମାଁ ବାପା ଛେଉଣ୍ଡ କୁନିଝିଅ ବାବଦରେ କହିଥିଲେ । ଝିଅଟିର କଥା ଲୋକଙ୍କର ମୁହଁରୁ ଶୁଣିବା ପରେ ବିଡ଼ିଓଙ୍କ ମନରେ ପିଲାଟିକୁ ସାହାଯ୍ୟ କରିବା ପାଇଁ ଆଗ୍ରହ ସୃଷ୍ଟି ହେଲା | ବିଡ଼ିଓ ଶ୍ରୀ ନାୟକ ତୁରନ୍ତ ପହଂଚି ଯାଇଥିଲେ ଝିଅଟି ରହୁଥିବା ଜାଗାକୁ ।
ସରସ୍ୱତୀ ମାଝୀ (୭) ପିତା-ଠାକୁର ମାଝି,ମାତା-ବିଶାଖା ମାଝୀ | ଦୁନିଆ କଣ ଜାଣିବା ଆଗରୁ ବିଚାରି ସରସ୍ୱତୀକୁ  ବାପା ମା ଦୁହେଁ ଛାଡି ଆରପାରିକୁ ଚାଲିଗଲେ । କୁନି ଝିଅ ଟି ବର୍ତ୍ତମାନ ତାର ବୁଢ଼ୀମା ପାଖରେ ରହୁଛି । ବୁଢ଼ୀମାଙ୍କ  ବୟସ 70 ରୁ ବେଶୀ ହେବ, ସେ ବର୍ତ୍ତମାନ ଶଯ୍ୟାଶାୟୀ । ପଡିଶା ଲୋକ ଦୟା କରି ଯାହା ମୁଠେ ଦିଅନ୍ତି ସେଥିରେ ହିଁ ଦୁହିଁଙ୍କର ଗୁଜୁରାଣ ମେଣ୍ଟେ। ଏପରି ଅବସ୍ଥାରେ ବୁଢ଼ୀ ମାଙ୍କୁ ଚିନ୍ତା ଘାରିଥିଲା ତାଙ୍କ ଅନ୍ତେ ସରକୁ କିଏ ଦେଖିବ | କୁନି ଝିଅଟିର ଦୁଃଖ ଦେଖି ବିଡ଼ିଓ  ଶ୍ରୀ ନାୟକ ତୁରନ୍ତ ବରଗଡ଼ ଜିଲ୍ଲାପାଳ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ଜଣାଇଥିଲେ । ବିଡ଼ିଓଙ୍କ ଠାରୁ ଝିଅଟି ବିଷୟରେ ଶୁଣିବା ପରେ ଜିଲ୍ଲାପାଳ ଶ୍ରୀ ତ୍ରିପାଠୀ କାଳ ବିଳମ୍ବ ନକରି ତୁରନ୍ତ ବରଗଡ଼ DCPUକୁ ଝିଅଟିର ବାବଦରେ ଜାଣିବା ସହିତ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ଦେଇଥିଲେ । ଆଉ କଣ ପଦକ୍ଷେପ ନିଆଗଲା ତାଙ୍କୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ | ଖୁବ ଅଳ୍ପ ସମୟ ଭିତରେ ଅର୍ଥାତ ମାତ୍ର କେଇ ଘଣ୍ଟା ଭିତରେ ଜିଲ୍ଲାପାଳ ଓ BDO ଙ୍କର ଦ୍ୱାରା ନିଆଯାଇଥିବା ପଦକ୍ଷେପ ଦ୍ୱାରା ଅନିଶ୍ଚିତତା ଭିତରେ ବେଆଶ୍ରା ହୋଇ ରହୁଥିବା ସରକୁ ଏକ ନିଶ୍ଚିତ ଭବିଷ୍ୟତ ପାଇଁ ବାଟ ଖୋଲିଗଲା | ଜିଲ୍ଲାପାଳ ଶ୍ରୀ ତ୍ରିପାଠୀ ଓ ବିଡ଼ିଓ ଶ୍ରୀ ନାୟକଙ୍କ ଏହି ତ୍ୱରିତ ପଦକ୍ଷେପକୁ  ସ୍ଥାନୀୟ ଲୋକ ଖୁବ ପସନ୍ଦ କରିବା ସହିତ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ କୃତଜ୍ଞତା ଜଣାଇଛନ୍ତି |
 

0
0
0
s2sdefault