ହେଡଲାଇନସ୍:

ରୋଗନିବାରଣରେ ଜୀବନଶୈଳୀ ଓ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମା ଜାନକୀ ସ୍ୱାସ୍ଥ୍ୟ ମିଶନର ପ୍ରଥମ ଆଲୋଚନା ଚକ୍ର

ଭୁବନେଶ୍ୱର,(ଶାସକ ପ୍ରଶାସକ): ସମୟ ବଦଳିଛି । ସମୟ ସହିତ ବଦଳିଛି ମଣିଷର ଜୀବନଶୈଳୀ | ଖାଲି ଜୀବନ ଶୈଳୀ ବଦଳିଛି ନୁହେଁ ତା ସହିତ ବଦଳିଛି ଖାଦ୍ୟ । ପାରମ୍ପରିକ ଆଉ ଦେଶୀ ଖାଦ୍ୟର ଯାଗା ନେଇସାରିଲେଣି ଆଜିର ଆଧୁନିକ ସମୟର ଖାଦ୍ୟ । ଏହାର ପ୍ରଭାବରେ ଆଜି ଅନେକ ରୋଗ ହେଉଛି ମଣିଷକୁ । ଏହି ଲାଇଫ ଷ୍ଟାଇଲ ଡିଜିଜ ଗୁଡିକରୁ ବଂଚିବା ପାଇଁ କଣ କରିବାକୁ ପଡିବ, ନିଜର ଜୀବନ ଶୈଳୀ କେମିତି ହେବା ଦରକାର, ଖାଦ୍ୟ କଣ ହେବା ଦରକାର ଏ ଉପରେ ଆଜି ରାଜଧାନୀର ଜୟ ଭାରତ ସଭାଗୃହରେ ସାମାଜିକ ସଙ୍ଗଠନ ମା ଜାନକୀ ସ୍ୱାସ୍ଥ୍ୟ ମିଶନ ପକ୍ଷ୍ୟରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ଏହି ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ମଦନ ମୋହନ ପାଢୀ, ପୁର୍ବତନ ଉପମହା ନିର୍ଦ୍ଦେଶକ , ଆୟୁଷ ମନ୍ତ୍ରଣାଳୟ, ବରିଷ୍ଠ ବିଜେପି ନେତା ତଥା ପ୍ରବକ୍ତା ସଜ୍ଜନ ଶର୍ମା, ଭବାନି ପାଣୀ ଓ ଉମେଶ ଚନ୍ଦ୍ର ପୃଷ୍ଟି ପ୍ରମୁଖ ନିଜର ବକ୍ତ୍ୟବ ରଖିଥିଲେ ।
ଆଲୋଚନାରେ ଭାରତର ପୁରୁଣା ଚିକସ୍ତ୍ରା ଶାସ୍ତ୍ର ଆୟୁର୍ବେଦର ଆବଶ୍ୟକତା ଆଲୋକପାତ ହୋଇଥିଲା । ଆୟୁର୍ବେଦ  ଚିକିସ୍ତ୍ରା ଶାସ୍ତ୍ରରେ ରୋଗର ଚିକିସ୍ତ୍ରା କିପରି ପ୍ରାକୃତିକ ଉପାୟରେ କରିହେବ ସେ ବିଷୟରେତ ପ୍ରାଂଜଳ ଭାବେ ଲେଖା ଅଛି । ହେଲେ ତତ୍ସହିତ କେଉଁ ଖାଦ୍ୟ ଖାଇଲେ କେଉଁ ରୋଗ ହେବ ନାହିଁ, କେଉଁ ଖାଦ୍ୟର ମାତ୍ରା କେତେ ହେବ ଉଚିତ୍, କେଉଁ ସମୟରେ କେଉଁ  ଖାଦ୍ୟ ଖାଇବା ଉଚିତ୍ ଏସବୁ ବିଷୟ ଆୟୁର୍ବେଦରେ ରହିଛି । ସେଗୁଡିକୁ ଆମେ ଅନୁକରଣ କରିଲେ ଅନେକ ବଡ ଓ ଦୁରାରୋଗକୁ ରୋକା ଯାଇପାରନ୍ତା । ଆଗରୁ ଲୋକେ ସୁର୍ୟୋଦୟ ପୁର୍ବରୁ ଉଠୁଥିଲେ । ହେଲେ ଏବେ ଲୋକଙ୍କ ଉଠିବାର ସମୟ ସକାଳ ୮ ହୋଇଗଲାଣି । ମଣିଷର ଶୋଇବାର ସମୟ ବଦଳିଛି । ସେହିପରି ଦିନକୁ ଶାରୀରିକ ପରିଶ୍ରମର ମାତ୍ରା ବି କମିବାରେ ଲାଗିଛି । ଯାହା ଫଳରେ ବି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଉଛି । ଏ ସବୁଥିରୁ ବଂଚିବାକୁ ହେଲେ ମଣିଷର ଜୀବନଶୈଳିରେ ବି ସୁଧାର ଆଣିବାକୁ ପଡିବ ବୋଲି ମତ ପ୍ରକାଶ ପାଇଥିଲା । ଆଲୋଚନା ଶେଷରେ ଲକ୍ଷ୍ମଣ ପଣ୍ଡା ଧନ୍ୟବାଦ ଦେଇଥିଲେ ।

0
0
0
s2sdefault