ହେଡଲାଇନସ୍:

ନେତାଜୀ ଆଇସିଏସରୁ ତ ଇସ୍ତଫା ଦେଇଥିଲେ, ଫେରାଇଥିଲେ ବି ......

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର :ସମସ୍ତେ ଜାଣିଥିବେ ଓଡ଼ିଶାର ଗର୍ବ ତଥା ଭାରତ ମାତାର  ସ୍ୱାଭିମାନୀ  ଲଢୁଆ ପୁଅ ସୁବାସ ବୋଷ ଦେଶପ୍ରେମରେ ଉଦ୍ବୁଦ୍ଧ ହୋଇ ଫିରିଙ୍ଗି ସରକାରଙ୍କ ଅଧୀନରେ ଚାକିରୀ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇ ଆଇସିଏସ ପଦବୀରୁ ଇସ୍ତଫା ଦେଇଥିଲେ | ହେଲେ ସେ ସେଇ ଚାକିରିରୁ ପାଇଥିବା ୧୦୦ ପାଉଣ୍ଡ ମଧ୍ୟ ବ୍ରିଟିଶ ସରକାରଙ୍କୁ ଫେରାଇଦେଇଥିଲେ |
୨୨ ଏପ୍ରିଲ ୧୯୨୧ ରେ ଭାରତ ବ୍ୟାପାର ଦାୟିତ୍ୱରେ ଥିବା ସଚିବ ତଥା ସାଂସଦ ମିସ୍ଟର ରାଇଟଙ୍କୁ ଲେଖିଥିବା ଇସ୍ତଫା ପତ୍ରରୁ ଏହା ଜଣାପଡିଛି |
ସେ ମିସ୍ଟର ରାଇଟଙ୍କୁ  ନିଜର ସୁନ୍ଦର  ଅକ୍ଷରରେ  ସ୍ଵହସ୍ତ ଲିଖିତ ପତ୍ରରେ ଉଲ୍ଲେଖ କରିଥିଲେ " ମୁଁ ମୋ ନାମକୁ ଭାରତୀୟ ସିଭିଲ ସର୍ଭିସ ପ୍ରୋବେସନର ତାଲିକାରୁ ବାଦ ଦେବାକୁ ଚାହୁଁଛି | ମୁ ଜଣାଇଦେବାକୁ ଚାହେଁ ଯେ ଅଗଷ୍ଟ ୧୯୨୦ରେ ହୋଇଥିବା ଏକ ଓପନ କମ୍ପିଟିସନ ଏକ୍ଜାମିନେସନ  ମାଧ୍ୟମରେ ଆଇସିଏସ ଭାବେ ଉତ୍ତୀନ୍ନ ହୋଇଥିଲି | ମୁଁ  ଏ ବାବଦରେ ଏ ଯାବତ ୧୦୦ ପାଉଣ୍ଡ ମଧ୍ୟ ପ୍ରାପ୍ତ ହୋଇଛି | ମୋ ଇସ୍ତଫା ଗୃହୀତ ହୋଇଯିବା ମାତ୍ରେ ମୁ ସେ ରାଶି ଆପଣଙ୍କ ଇଣ୍ଡିଆ ଅଫିସରେ ଜମା କରିଦେବି |"

0
0
0
s2sdefault