ହେଡଲାଇନସ୍:

ପୋଲିସକୁ ଖାତିର ନାହିଁ, ଅପରାଧୀ ଲଗାମ ଛଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦାଦା ବାଟି ମାଗିଲେ, ନଦେବାରୁ  ସରକାରୀ ପାଚେରୀ ଭାଙ୍ଗିଲେ


ଭୁବନେଶ୍ୱର ( ଗିରିଜା ଶଙ୍କର ଦାଶ) :ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହେଲେ ଏଠାରେ ପୂର୍ବପୁରୁଷ ,ବହୁବର୍ଷ ରୁ ଚାଲିଆସିଛି ଗାଁ ମାନଙ୍କରେ( ଗ୍ରାମଦେବତା)ପୂଜା |  ଜିଲ୍ଲାର୧୭ଗୋଟି ବ୍ଲକ ର୍ ବିଭିନ୍ନ ପଞ୍ଚାୟତର ପ୍ରାୟତଃ ଗ୍ରାମରେ ଏହି ଦେଵତାଙ୍କ ପୂଜାବିଧି ହୋଇଥାଏ |  କାରଣ ଗାଁ ଲୋକଙ୍କ ବିଶ୍ୱାସ ରହିଛି ଗ୍ରାମର ଦେଖରେଖ ପାଇଁ ଗ୍ରାମ ଦେବତା ଅଛନ୍ତି | ତେଣୁ ସମସ୍ତ ଗ୍ରାମରେ ବର୍ଷକୁ ଥରେ( ଦେମୁଳ)ରେ ନୀତି ମୁତାବକ ପୂଜା କରାଯାଇଥାଏ | ହେଲେ ଯେହେତୁ ଦେମୁଳ ସବୁ ଗ୍ରାମର ବାହାର ଜାଗା ମାନଙ୍କରେ ଥାଏ ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାନଙ୍କୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ୨ (ଦୁଇଲକ୍ଷ) ଅଟକଳ ବିଶିଷ୍ଟ ପାଚେରୀ ଓ ତାରବାଡ଼ ବିଶିଷ୍ଟ କାର୍ଯ୍ୟ ଆରମ୍ଭ ହୋଇଛି, ଯାହାକି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ | ହେଲେ ଏହି କାମ ପାଇଁ ଜଙ୍ଗଲ ବିଭାଗ ଦ୍ୱାରା ଚିନ୍ହଟ କରାଗଲା ପରେ ଜିଲ୍ଲାପାଳଙ୍କ ତଦାରଖ କରି ସନ୍ତକ କଲାପରେ ସମନ୍ୱିତ ଆଦିବାସୀ ସଂସ୍ଥା ତରଫରୁ ଏହି କାର୍ଯ୍ୟ ପାଇଁ ଫାଇଲ ଖୋଲା ଯାଇଥାଏ | କୌଣସି ଠିକାଦାରଙ୍କୁ ବିଭାଗ ପକ୍ଷରୁ କାର୍ଯ୍ୟ କରିବାକୁ ଦିଆଯାଇଥାଏ |  ହେଲେ ଯେହେତୁ ଇନକ୍ୱାରି ହୋଇ ଫାଇଲ ଖୋଲାଯାଇଥାଏ,  ତେଣୁ ଛୋଟ ମୋଟ ଠିକାଦାର ମାନେ ବିନା ବଧରେ  ସେହିକାର୍ଯ୍ୟ ପାଇଁ ଇଟା,ବାଳି ମେଟାଲ, ଚିପ୍ସ,  ,ସିମେଣ୍ଟ ,ଇତ୍ୟାଦି ପକାଇ କାମକରି ପେଟପାଇଁ ଦି ପାଇସା ରୋଜଗାର ଆଶା ରଖିଥାନ୍ତି   !! ହେଲେ ସରକାରଙ୍କ ଏହି କାର୍ଯ୍ୟକ୍ରମ ପାଇଁ  କିଛି ଅସାମାଜିକ ଲୋକ କଣ୍ଟା ସାଜିଛନ୍ତି | ସେମାନଙ୍କ ପୋଳିସକୁ ବି ଖାତିର  ନାହିଁ | ସେମାନେ ଦାଦାବଟି ଆଦାୟ କରିବାକୁ ପଛାଉନାହାନ୍ତି | ଆଉ ଦୁଃଖର କଥା ପୋଲିସ ଓ ପତ୍ରସହସନକୁ ଚାଲେଞ୍ଜ ଦେଇ ଦାଦା ବାଟି ନପାଇଲେ କାମ କରାଇ ଦେଉନାହାନ୍ତି ବା ହେଉଥିବା କାମକୁ ଭାଙ୍ଗିଦେଉଛନ୍ତି |
 ସୁନ୍ଦରଗଡ଼ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଲଙ୍କାଘଡା ପଞ୍ଚାୟତ ର୍ ଜପଙ୍ଗା ଗ୍ରାମର ଦେମୁଳ କାର୍ଯ୍ୟକୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ହୋରାଚାନ୍ଦ ଦେହୁରିଆଙ୍କୁ  ଉକ୍ତ କାମ ମିଳିଛି | ହେଲେ ,ଗତ୨୩ ତାରିଖ ଦିନ ଅପରାହ୍ନ୨ଟା ସମୟରେ 'ପାଚେରୀ କାର୍ଯ୍ୟ ଚାଲୁଥିବା ଥିବା ସ୍ଥାନରେ ଜପଙ୍ଗା ଗ୍ରାମର ପ୍ରସାଦ ନାଏକ ଓ ସୁଧୀର ସା ଓ ସେହି ଗ୍ରାମର ଦୁଇଜଣ ଯୁବକ ଆସି ପ୍ରଥମେ ଗ୍ରାମର କାମକରିବ୍ ହେଲେ ୨୦ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଠିକାଦାର ଙ୍କୁ କହିଥିଲେ |  ଯଦି ନଦେବ ତାହେଲେ ପାଚେରୀ ଭାଙ୍ଗିଦେବୁ ବୋଲି ଧମକ ଦେଇଥିଲେ ବୋଲି ଠିକାଦାର ଅଭିଯୋଗ କରିଛନ୍ତି | ତାର ପରଦିନ ନିର୍ମାଣଧିନ ପାଚେରୀକୁ ଭାଙ୍ଗି ଦେଇଥିବା ଦେଖିବାକୁ ପାଇ ସୁନ୍ଦରଗଡ଼ ସଦର ଥାନାରେ ଠିକାଦାର ଅଭିଯୋଗ କରିଥିଲେ | ଏହାପରେ ପୋଲିସ ଅଭିଯୋଗ କୁ ଭିତ୍ତିକରି ନିର୍ମାଣଧିନ ଜାଗାକୁ ଯାଇଥିଲେ ,ସାକ୍ଷୀମାନଠୁ ଘଟଣା ବିଷୟରେ ବୁଝାସୁଝା କରିଥିଲେ ଓ ଘଟଣା ର୍ ତଦନ୍ତ କରି  ଭାରତୀୟ ଦଣ୍ଡବିଧି ଧାରା ୩୪୧,୩୮୫,୫୦୬,୩୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ |

0
0
0
s2sdefault