ହେଡଲାଇନସ୍:

ନିଖିଳ ଉତ୍କଳ--ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘର ଜିଲ୍ଲା-ସ୍ତରୀୟ ବାର୍ଷିକ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

    ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲା ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘର, ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ, ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ କାର୍ଯ୍ୟକ୍ରମରେ ସଙ୍ଘର ବିଭିନ୍ନ ସମସ୍ୟା ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।                       
     ଶେଷରେ ଜିଲ୍ଲା ସଂଘର କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନ  କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ, ସଂଘର ବରିଷ୍ଠ ସଭ୍ୟ - ଲକ୍ଷ୍ମୀଧର କହଁର ଏବଂ ନରସିଂହ ଗୌଡ । ଏହି ଅବସରରେ ସଂଘର ନିର୍ବାଚନ ମନୋନୟନ ଭିତ୍ତିରେ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଭାବେ  ରାଜେନ୍ଦ୍ର ରଥ ସର୍ବସମ୍ମତ ଭାବେ ମନୋନୀତ ହୋଇଥିବା ବେଳେ ଉପ-ସଭାପତି-ମଧୁ ପୋଲାକି, ସମ୍ପାଦକ-ସନ୍ତୋଷ  ବାହଦୁର୍, ସହ-ସମ୍ପାଦକ-ରବି କୁମାର ପାତ୍ର, କୋଷାଧ୍ୟକ୍ଷ-ମନୋଜ କୁମାର ପଣ୍ଡା, ସମୀକ୍ଷକ-ରାଙ୍ଗୁ-ତାରିଣୀ ରେଡି, ରାଜ୍ୟ ସମ୍ପର୍କ ସଭ୍ୟ-ନୃସିଂହ ଚରଣ ମିଶ୍ର ଏବଂ ପି: ବାଳକୃଷ୍ଣ  ପ୍ରମୁଖ ସର୍ବସମ୍ମତି କ୍ରମେ ନିର୍ବାଚିତ ( ମନୋନୟନ) ହୋଇଥିଲେ ବୋଲି ଜିଲ୍ଲା ସଂଘ ପକ୍ଷରୁ ସୁଚନା ଦିଆଯାଇଛି ।


0
0
0
s2sdefault