ହେଡଲାଇନସ୍:

ମୂଳନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ ର ପ୍ରତିଷ୍ଠା ଦିବସ ପାଳିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ(ଶାସକ ପ୍ରଶାସକ) ବରଗଡ଼ ଜିଲ୍ଲାର ଗୋଇବାହେଲି ଗ୍ରାମରେ ମୂଳନୀବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ ,ବରଗଡ ଆନୁକୂଲ୍ୟରେ  ବରଗଡ଼ ଜିଲ୍ଲା ସଭାପତି ଧୀମାନ ସୁନୀଲ ତାଣ୍ଡି ଙ୍କ ଆହ୍ୱାନ କ୍ରମେ ମୂଳନୀବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ ର ପଞ୍ଚମ ତମ ପ୍ରତିଷ୍ଠା ଦିବସ ଏବଂ ସଂରକ୍ଷଣ ଦିବସ ପାଳନ ହୋଇଯାଇଛି । ଏଥିରେ ମୂଳନୀବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ ର ସାଂସ୍କୃତିକ ଶାଖା ର ରାଜ୍ୟ ସଭାପତି ଧୀମାନ ଗୋବର୍ଦ୍ଧନ ଛତର ମୁଖ୍ୟବକ୍ତା ଏବଂ ରାଜ୍ୟ ସଂଯୋଜକ ଧୀମାନ ମନୋଜ ତାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ସଂଗଠନ ପାଞ୍ଚ ବର୍ଷ ରେ କଣ କରିଛି ଏବଂ ଆଗକୁ କଣ କରିବ ସେ ବିଷୟରେ ଆଲୋଚନା ହୋଇଥିଲା ।

ବଳରାମ କୁମ୍ଭାର ସଭା ପରିଚାଳନା କରିଥିଲେ ଏବଂ ରଶ୍ମିରଞ୍ଜନ ସୁନା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବରଗଡ଼ ଜିଲ୍ଲାର ସମସ୍ତ କର୍ମକର୍ତ୍ତା  ଅଂଶଗ୍ରହଣ କରିଥିଲେ  ।

0
0
0
s2sdefault