ହେଡଲାଇନସ୍:

ବୁଲି ବୁଲି ଭିକ୍ଷା ମାଗିଲେ ସେବାୟତ, କାଲି ଭୁବନେଶ୍ୱର ଅଭିମୁଖେ ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୧ ଦଫା ଦାବି ପୂରଣ ପ୍ରସଙ୍ଗ ନେଇ ସେବାୟତଙ୍କ ବ୍ୟଥା  : ଏଯାଏଁ ପୁରା ହେଲାନାହିଁ ମୁଖ୍ୟମନ୍ତ୍ରୀ ଦେଇଥିବା କଥା 

ବାରିପଦା(ଦିଲ୍ଲୀପ ମହାନ୍ତି )- ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେ ବାରିପଦାଙ୍କ ମନ୍ଦିରର ସେବାୟତମାନେ ଜୁଲାଇ ୨୮ ଅପରାହ୍ନ ୫ରେ ବାରିପଦା ସହରରେ ବୁଲୁବୁଲି ରାତି ୮ ପର୍ଯ୍ୟନ୍ତ ସହରର ବିଭିନ୍ନ ବ୍ୟବସାୟୀ ଓ ଜନସାଧାରଣଙ୍କୁ ଭେଟି ସେମାନଙ୍କ ନିକଟରୁ ଭିକ୍ଷା ଗ୍ରହଣ କରୁଥିବାର ଦେଖିବାକୁ ମିଳିଥିଲା । ସେବାୟତମାନଙ୍କ ଏହି ଭିକ୍ଷା ବୃତ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ, ମନ୍ତ୍ରୀ ସୁଦାମଙ୍କ ସହ ବିଜେଡ଼ି ସରକାର ଜନସାଧାରଣଙ୍କ ଦ୍ୱାରା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ୨୦୧୯ ଜାନୁଆରୀ ୨୪ ମୁଖ୍ୟମନ୍ତ୍ରୀ ନବୀନ ବାରିପଦା ଗସ୍ତରେ ଆସି ପରବର୍ତ୍ତି ଦିନ ଅର୍ଥାତ୍ ଜାନୁଆରୀ ୨୫ ପୂର୍ବାହ୍ନ ୯ଟା ସମୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଲାଭ କରିଥିବା ମହାପ୍ରଭୂ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବା ସମୟରେ ସେବାୟତମାନେ ମହାପ୍ରଭୂ ଶ୍ରଜଗନ୍ନାଥଙ୍କ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ମୟୂରଭଞ୍ଜ ଜିଲ୍ଲା ଥିବା ସମସ୍ତ ମଠ ମନ୍ଦିରର ସୁପରିଚାଳନା ନିମନ୍ତେ ପୂର୍ଣ୍ଣ କ୍ଷମତା ପ୍ରାପ୍ତ ଦେବୋତ୍ତର ନିର୍ବାହୀ ଅଧିକାରୀ ନିଯୁକ୍ତି, ଦେବୋତ୍ତର ସମ୍ପତ୍ତିର ପୁର୍ନଉଦ୍ଧାର ସହ ସ୍ଥାୟୀ ସୁରକ୍ଷା, ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଲାଭ କରିଥିବା ବାରିପଦା ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେଙ୍କ ମନ୍ଦିରକୁ ସରକାରୀ ସ୍ତରରେ ଆର୍ଥିକ ଅନୁଦାନ ପ୍ରଦାନ, ଖାଲି ପଡ଼ିଥିବା ସେବାୟତ ପଦବୀକୁ ଅବିଳମ୍ବେ ପୂରଣ କରାଯିବା, ମହାପ୍ରଭୂଙ୍କ ଗହଣାର ସଠିକ୍ ହିସାବ ସହ ଭାଙ୍ଗିଯାଇଥିବା ଅଳଙ୍କାରର ମରାମତି, ସେବାୟତମାନଙ୍କ ମାସିକ ପାଉଣା ବୃଦ୍ଧି ଆଦି ୧୧ ଦଫା ଦାବିପତ୍ର ସେବାୟତ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନିର୍ବାଚନ ଶେଷ ହେବା ପରେ ସବୋୟତମାନଙ୍କ ଦାବିଗୁଡ଼ିକୁ ପୂରଣ କରିବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେବାୟତମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ସେବାୟତମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଉପରେ ନୀରବ ଥିବାରୁ ସେବାୟତମାନେ ଜୁନ ୧୯ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଉଦେ୍ଧଶ୍ୟରେ ନବୀନ ନିବାସକୁ ପଦକ୍ଷାତ୍ରା ଆରମ୍ଭ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ମନ୍ତ୍ରୀ ମଣ୍ଡଳର କେବିନେଟ ମନ୍ତ୍ରୀ ତଥା ବିଜେଡ଼ିର ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ବାରିପଦାରେ ଡେରା ପକାଇଥିଲେ ମଧ୍ୟ ସେବାୟତମାନଙ୍କ ସହ ଆଲୋଚନା କରିବା ପରିବର୍ତ୍ତେ ଗଣମାଧ୍ୟମକୁ ନିଜେ ଗ୍ରାମ ଦେବତୀ ବଡ଼ାମ ଠାକୁର ଓ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଜଗନ୍ନାଥଙ୍କ ସହିତ ତୁଳନା କରି ଜନସାଧାରଣଙ୍କ ଦ୍ୱାରା ସମାଲୋଚିତ ହୋଇଥିଲେ ।  ମନ୍ତ୍ରୀ ସୁଦାମ ସେବାୟତମାନେ ନବୀନ ନିବାସ ପଦଯାତ୍ରା ଆରମ୍ଭ କରିବା ସମୟରେ ଜଗନ୍ନାଥ ମନ୍ଦିର ନିକଟରେ ନ ଅଟକାଇ ୧୮ ନମ୍ବର ଜାତୀୟ ରାଜପଥର କାଠପାଳ ନିକଟରେ ଭେଟି ନିଜେ ଓଡ଼ିଶାର ସମସ୍ତ ସମ୍ପତ୍ତିର ମାଲିକ ବୋଲି କହି ପୁଣି ଏକ ବିବାଦ ସୃଷ୍ଟି କରାଇଥିଲେ । ଏଥି ସହ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଆଲୋଚନା କରି ଦାବିଗୁଡ଼ିକ ପୂରଣ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଇବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇ ଜୁନ ୨୫ରେ ସେବାୟତମାନଙ୍କୁ ଭୂବନେଶ୍ୱର ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ସେବାୟତମାନଙ୍କୁ ଖୁବ ଶୀଘ୍ର ବାରିପଦା ବାରିପଦା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ଏବଂ ଏହା ପୂର୍ବରୁ ସେବାୟତମାନଙ୍କ ସମସ୍ତ ସମସ୍ୟାଗୁଡ଼ିକୁ ବୁଝିବା ନିମନ୍ତେ ଆଇନ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ । ପୁଣି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜୁଲାଇ ୧୭ରେ ବିଧାନସଭା ପରିସରରେ ସେବାୟତମାନଙ୍କ ଦାବିଗୁଡ଼ିକୁ ନେଇ ଆଇନ ବିଭାଗ ସହ ଏକ ସମୀକ୍ଷା ବୈଠକ ଆୟୋଜନ ହୋଇ ଦାବି ଉପରେ ଶେଷ ମୋହର ଲାଗିବା ପୂର୍ବରୁ ଗଣମାଧ୍ୟକୁ କୌଣସି ପ୍ରତିକ୍ରିୟା  ନଦେବା ନିମନ୍ତେ ପରାମର୍ଶ ଦିଆଯାଇଥିଲା । ସେବାୟତମାନେ ଜୁଲାଇ ୧୭କୁ ଅପେକ୍ଷା କରି ବସିଥିବା ବେଳେ ସେବାୟତମାନେ ବୈଠକ ବାତିଲ ହୋଯାଇଥିବାର ଖବର ପାଇଥିଲେ । ଯାହା ସମସ୍ତ ସେବାୟତମାନଙ୍କ ମଧ୍ୟରେ ଏକ ନୈରାଶ୍ୟ ଭାବ ଖେଳାଇ ଦେଇଥିଲା । ଫଳରେ ସେବାୟତ ସଂଘ ପକ୍ଷରୁ ଜୁଲାଇ ୧୭ରେ ଏକ ଜରୁରୀ ବୈଠକ ବସି ଜୁଲାଇ ୨୯ରେ ନବୀନ ନିବାସ ପଦଯାତ୍ରାରେ ବାହାରିବେ ଏବଂ ଏଥି ନିମନ୍ତେ ୨୮ରେ ବାରିପଦା ସହରରେ ବୁଲିବୁଲି ଭିକ୍ଷାବୃତ୍ତି କରିବେ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ତେଣୁ ସେବାୟତମାନଙ୍କ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ଜୁଲାଇ ୨୮ ଅପରାହ୍ନ ୫ରେ ମନ୍ଦିର ସମ୍ମୁଖରୁ ଭିକ୍ଷାବୃତ୍ତିରେ ବାହାରିଥିଲେ ।

0
0
0
s2sdefault