ହେଡଲାଇନସ୍:

ଅବ୍ୟବସ୍ଥା ରେ ସେବକ ନଗର ବାସିନ୍ଦା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


କଳାହାଣ୍ଡି/ତୁଳମଣି ନାଗ: ଭବାନୀ ପାଟଣା ମୁନିସିପାଲିଟି ର ସାତ ନମ୍ବର ୱାର୍ଡ ରେ ଅବ୍ୟବସ୍ଥା ଦେଖା ଦେଇଛି ।ଡ୍ରେନ, ରାସ୍ତା ଓ ବିଜୁଳି ନଥିବାରୁ ସମସ୍ୟାରେ ଦିନ କାଟୁଛନ୍ତି ସ୍ଥାନୀୟ ବାସିନ୍ଦାଲୋକ ।ସାତ ନମ୍ବର ୱାର୍ଡର ସେବକ ନଗର କୁହାଯାଉଥିବା ଏହି ପଡାରେ ବର୍ଷା ନହେଲେବି ଟାଉନର ଆବର୍ଜନା ଓ ମଇଳା ବିଷାକ୍ତ ପାଣିଏଠାରେ  ଜମି କରି ରହୁଛି । ଏହି ଆବର୍ଜନା ଓ ମଇଳା ପାଣିକୁ ମାଡି ଲୋକେ ଯା ଆସ କରୁଛନ୍ତି ପଡ଼ା ବାସୀ ।। ବିଭିନ୍ନ ସମୟରେ ଗୋଡ଼ ଖସି ହଇରାଣ ହେଉଛନ୍ତି ସ୍ଥାନୀୟ ଜନସାଧାରଣ । ଜଣେ ମହିଳାଙ୍କ ଗୋଡ଼ ଭାଙ୍ଗିଯାଇଥିବା ଦେଖିବାକୁମିଳିଛି I ଅନ୍ୟ ପଟେ ଏହିପଡ଼ାରେ ଗୋଟିଏ ନଳକୁଆ ଅଛି ଦୀର୍ଘ ଦିନରୁ ଆବର୍ଜନା ପାଣି ମଧ୍ୟରେ ଥିଲେବି କାହାରି ନଜର ପଡୁନାହିଁ । ନା ରାଜନେତା କି ପ୍ରଶାସନିକ ଅଧିକାରୀ ନା ମୁନିସିପାଳିଟି କେହି ବି ଗୁରୁତ୍ୱ ଦେଉନଥିବା ଜଳଜଳ ଦିଶୁଛି । ବିଭିନ୍ନ ସମସ୍ୟାରେ ରହିଆସୁଥିବା ସାତନମ୍ବର ୱାର୍ଡ ର ସେଅବକ ନାଗର ବାସି I ଭୋଟ ନେବାସମୟରେ ରାଜନେତା ମାନେ ଆସନ୍ତି ଭୋଟ ନେଇ ନେତା ବନିଗଲେ ଜନତାଙ୍କୁ ପଚାରୁନାହାନ୍ତି ବୋଲି ସାତନମ୍ବର ୱାର୍ଡ ସେବକ ନଗର ବାସି ଉତ୍କଳ ଓଡ଼ିଆ ଗଣମାଧ୍ୟମ ପ୍ରତିନିଧି ଙ୍କ ପାଖରେ ଅଭିଯୋଗ କରିଛନ୍ତି  ଶିଘ୍ର ଡ୍ରେନ ସୁବିଧା ଓ ରାସ୍ତା ସୁବିଦା ନକଲେ ବିଷ ପିଇ ଆତ୍ମହତ୍ୟା କରିଦେମୁ ବୋଲି କହିଛନ୍ତି I ଦେଖିବାକୁ ବାକି ରହିଲା ପ୍ରଶାସନ ଓ ରାଜନେତା କଣକରୁଛନ୍ତି |

0
0
0
s2sdefault