ହେଡଲାଇନସ୍:

ତିକ୍ତତା ନେଲା ବିସ୍ଫୋରକ ରୂପ : ଆକ୍ରମଣରୁ ବାଦ ପଡିଲେନି ଥାନା ଓ ପୋଲିସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


 ୫ ପୋଲିସ କର୍ମଚାରୀ ଆହତ, ପୋଲିସ କଲା  ଲାଠିଚାର୍ଜ
 ଥାନା ଆଗରେ  ଜଗିଛନ୍ତି  ୨ ପ୍ଲାଟୁନ ପୋଲିସ

ରାୟଗଡା (ସରୋଜ ସାହୁ) –ଦୁଇ ସହି ମଧ୍ୟରେ ରହିଥିବା ତିକ୍ତତା  ନେଇଥିଲା ବିସ୍ଫୋରକ ରୂପ | ଲଗାତାର ଅସନ୍ତୋଷର ପରିଣାମ ଘଟଣାକ୍ରମରେ ଏହି ସ୍ତରକୁ ଚାଲିଯାଇଥିଲା ଯାହାର ପରିଣାମ ସ୍ୱରୂପ ଘଟି ଯାଇଛି  ଲଙ୍କାକାଣ୍ଡ | ଆଉ ଥାନା ଉପରକୁ ଢେଲା ପଥର ଫିଙ୍ଗା ସହ ଆହତ ପୋଲିସ ମଧ୍ୟ ବାଡ଼ ପଡ଼ିନାହାନ୍ତି ଆକ୍ରମଣରୁ |
 ବିଧାନ ସଭା ନିର୍ବାଚନ ବେଳେ ରାୟଗଡା ପୌର ପରିଷଦ ଅଧିନରେ ଥିବା ନୂଆସାହି ଏବଂ ଆଂଜିଆପେଟା ସାହି ମଧ୍ୟରେ ଚାଲିଥିବା ବାଦବିବାଦ ଗତକାଲି ରାତିରେ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଫଳରେ ନୁଆସାହିର ଉମେଶ ଚନ୍ଦ୍ର ହିଆଲ ଏବଂ ଆଂଜିଆ ପେଟାର ହରିଶ ପଟ୍ଟନାୟକ ଆହତ ହୋଇଛନ୍ତି । ଉଭୟଙ୍କ ପକ୍ଷରୁ ରାୟଗଡା ଥାନାରେ ଲିଖିତ ଆକାରରେ ମାମଲା କରାଯାଇଛି । ଘଟଣାକ୍ରମେ ଗତକାଲି ରାତିରେ ଆଂଜିଆପେଟାର ହରିଶ ପଟ୍ଟନାୟକ ସମେତ ୨୫ ଜଣ ଯୁବକ ନୂଆ ସାହି ମଧ୍ୟରେ ପଶି ଉମେଶ ଚନ୍ଦ୍ର ହିଆଲଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଥିବା ନେଇ ଥାନାରେ ଏତଲା ଦେଇଥିଲେ । ଏତଲା ପ୍ରକାରେ ଥାନା କେଶ ନମ୍ବର ୨୨୩ ପ୍ରକାରେ ମାମଲା ରୁଜ୍ଜୁ କରାଯାଇ ରାୟଗଡା ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ତେବେ ତଦନ୍ତ ଶିଥିଳ ହେଉଥିବା ଅଭିଯୋଗ କରି ନୂଆସାହିର ବାସିନ୍ଦା ରାୟଗଡା ଥାନାରେ ପହଂଚି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ କରିଥିଲେ । ସେହିପରି ଆଜି ସକାଳୁ ହରିଶ ପଟ୍ଟନାୟକ ମଧ୍ୟ ତାଙ୍କ ଉପରେ ନୂଆସାହିର କିଛି ଯୁବକ ଆକ୍ରମଣ କରିଥିବା ନେଇ ଥାନାରେ ଲିଖିତ ଆକାରରେ ମାମଲା କରିଥିଲେ । ରାୟଗଡା ଥାନା ସମ୍ମୁଖରେ ଶହ ଶହ ସଂଖ୍ୟକ ନୂଆସାହି ବାସିନ୍ଦା ଅଭିଯୁକ୍ତକୁ ଗିରଫ ଦାବୀରେ ନାରାବାଜୀ କରିଥିଲେ । ରାୟଗଡା ଏସ.ପି ଶ୍ରବଣ ବିବେକ ଏମ ଥାନାରେ ପହଂଚି ନୂଆସାହି ବାସିନ୍ଦାଙ୍କୁ ବୁଝାସୁଝା କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । କିଛି ଘଂଟାର ନୀରବତା ପରେ ପୁଣି ଥରେ ନୂଆସାହି ବାସିନ୍ଦା ଉତ୍ୟକ୍ତ ହୋଇ ପୋଲିସ ଥାନା ଏବଂ କର୍ମଚାରୀ ଉପରକୁ ଟୋକା, ପଥର ମାଡ କରିବା ସହ ପୋଲିସ ଗାଡିର କାଚ ଭାଙ୍ଗିଦେଇଥିଲେ । ଫଳରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ରହିଛି । ପରିସ୍ଥିତି ଅଣାୟତ ହେଉଥିବା ଦେଖି ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ରାୟଗଡା ପୋଲିସ ଥାନା ସମ୍ମୁଖରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାୟଗଡା ଏସଡିପିଓ ତପନ ନାରାୟଣ ରଥ ପ୍ରକାଶ କରିଛନ୍ତି ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରୀ ରହିଛି । ଏଥିରେ ଯାହାର ସଂପୃକ୍ତ ରହିଛି ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ । ଆଂଜେଆପେଟାର ଆପଲସ୍ୱାମୀ କାଡ୍ରାକା, ହରିଶ ପଟ୍ଟନାୟକଙ୍କ ସମେତ ଜଣକୁ ଥାନାରେ ଅଟକ ରଖାଯାଇଥିଲା ବେଳେ ନୂଆସାହିର ୫ ଜଣଙ୍କୁ ଅଟକ ରଖାଯିବା ସହ ୧୫ ଟି ବାଇକକୁ ମଧ୍ୟ ଜବତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଗତକିଛି ଦିନ ତଳେ ହରିଶ ପଟ୍ଟନାୟକ ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କ ଜାତିଗତ ପ୍ରମାଣ ପତ୍ରକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ କରିଥିଲେ । ରାୟଗଡାର କଂଗ୍ରେସ ବିଧାୟକ ପ୍ରାର୍ଥି ଆପଲସ୍ୱାମୀ କାଡ୍ରାକାଙ୍କ ଦୃଢ ସମର୍ଥକ ଭାବେ କାମ କରୁଥିଲେ । ସେହିପରି ଉମେଶ ଚନ୍ଦ୍ର ହିଆଲ ବିଧାୟକ ମକରନ୍ଦ ମୁଦୁଲିଙ୍କ ଦୃଢ ସମର୍ଥକ ବୋଲି ଜଣାପଡିଛି । ତେବେ ଏହି ଗୋଷ୍ଠୀ  ସଂଘର୍ଷ ରାଜନୈତିକ କାରଣରୁ ହୋଇଥାଏ ପାରେ ବୋଲି ରାୟଗଡା ସହରର ବୁଦ୍ଧିଜୀବି ମାନେ ପ୍ରକାଶ କରିଛନ୍ତି ।

0
0
0
s2sdefault